
କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ପବିତ୍ରଶୈବପୀଠ ଚନ୍ଦ୍ରମୌଳୀ ମନ୍ଦିର ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଉତ୍ସବକୁ ପୂର୍ବବର୍ଷମାନଙ୍କ ପରି “ସୁଶାସନ ଦିବସ”ଭାବେ ପାଳିତ ହୋଇଯାଇଛି । ଭାଜପା ବରିଷ୍ଠ କାର୍ଯ୍ୟକର୍ତା ପଂଚାନନ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହର ଆଲୋଚନା ସଭାରେ ରାଜନଗର ଜିଲ୍ଲା ଭାଜପା ନେତା ଅଜୟ ବେହେରା, ଶଶିକାନ୍ତ ସାଇଁ, ସମିର ପାତ୍ର, ରାଜ କିଶୋର ସାହୁ, ନୀଳକଣ୍ଠ ମିଶ୍ର, ଗଣେଶ୍ୱର ଦାସ, ଅକ୍ଷୟ ସେଠୀ, ଗଜେନ୍ଦ୍ର ରାୟ, ସୁଶାନ୍ତ ଦାସ, ପ୍ରିୟଙ୍କା ଶତପଥୀ, ରବିନ୍ଦ୍ର ଗାହାଣ, ନିମାଇଁ ପଣ୍ଡା, ସନାତନ ମହାନ୍ତି ପ୍ରମୁଖ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇ ଭାରତୀୟ ଜନତା ପାର୍ଟି ଗଠନ ହେବା ଦିନଠାରୁ ଦଳର ପ୍ରତିଷ୍ଠାତା ସଭାପତିଭାବେ ଅଟଳଜୀଙ୍କ କାର୍ଯ୍ୟାବଳୀର ସମୃଦ୍ଧ ଇତିହାସ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ଆସୀନ ହେବା ପରେ ଭାରତ ବର୍ଷକୁ ଶୀଖରରେ ପହଂଚାଇବାକୁ କୌଣସି ବୈଦେଶିକ ଚାପକୁ ଖାତିର ନକରି ବାଜପେୟୀଙ୍କ ସବୁ ବୀରତ୍ୱଗାଥାର ବର୍ଣ୍ଣନା କରିଥିଲେ । ଶେଷରେ ନିମାଇଁ ପଣ୍ଡା ଧନ୍ୟବାଦ ଦେଇଥିଲେ ।










