
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୮୬ ମାଟ୍ରିକ ବ୍ୟାଚ ପକ୍ଷରୁ ସ୍କୁଲ ପରିସରରେ ଏକ ନିଆରା ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମ୍ମିଳିତ ପୁରାତନ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ ପ୍ରତିଯୋଗିତା କରିବା ସହିତ ରାସ୍ତାରେ ବୁଲୁଥିବା ଗରିବଲୋକ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏଥି ସହିତ ମୋ ସ୍କୁଲ ଅଭିଯାନକୁ ସଫଳ କରିବା ପାଇଁ ଅଭିଯାନ କମିଟିକୁ ୧୦,୦୦୦ ପ୍ରଦାନ କରିଥିଲେ । ଏହି ନିଆରା ବନ୍ଧୁମିଳନ ଉତ୍ସବରେ ପୁରାତନ ଛାତ୍ର ତଥା ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ପରିଚାଳକ ଶାରଦା ପ୍ରସନ୍ନ ମହାନ୍ତି,ପୁରୀ ଜିଲ୍ଲା ଜଜ ଅମୀୟ ଜେନା, ବିଡ଼ିଓ ଅମୀୟ ପଣ୍ଡା, ଚଳଚିତ୍ର ସଂଗୀତ ନିର୍ଦେଶକ ଶରତ ନାୟକ, ଚିତ୍ରକର ଆଡ଼ଭୋକେଟ ସଂଜୀବ କର, ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ, ସମାଜସେବୀ ସେକ ଅବଦୁଲ ବାରି, ସୁଶାନ୍ତ ନାୟକ, ସଂଳାପ ଲେଖକ ସଞ୍ଜୟ ମହାକୁଡ଼, ଅଖିଲ ଦାସ, ତ୍ରିଲୋଚନ ନାୟକ, ଡମ୍ବରୁ ରାଉତ, ଗଣେଶ ସାହୁ, ଅଶ୍ୱିନୀ ମହାନ୍ତି, ରମେଶ ଦାସ, ଦିଲ୍ଲୀପ ଦାଶ, ଭକ୍ତ ଚରଣ ନାୟକ ଓ ମନୋଜ ଦାଶ ପ୍ରମୁଖ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ସ୍କୁଲ ଜୀବନର ସ୍ମୃତି ଚାରଣ କରିବା ସହିତ ଏହି ସର୍ବପୁରାତନ ମହାନ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ଶପଥ ନେଇଥିଲେ । ଏହି ବନ୍ଧୁମିଳନ ଉତ୍ସବରେ ୧୯୮୬ ମାଟ୍ରିକ ବ୍ୟାଚର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

