କ୍ରୀଡାବିତମାନେ ହେଉଛନ୍ତି ନବୀନ ଓଡିଶାର ଗୋଟିଏ ଗୋଟିଏ ସ୍ତମ୍ଭ


ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ନୂଆ -ଓ କ୍ରୀଡା ପ୍ରତିଯୋଗିତା 

 

ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବା ଓଡିଶା କ୍ରୀଡାର ହବ ପାଲଟିଥିବାରୁ ଗ୍ରାମାଞ୍ଚଳରୁ ବିଶ୍ୱସ୍ତରୀୟ କ୍ରୀଡାବିତ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁବଓଡିଶା ନବୀନ ଓଡିଶା ଏକ ଯୁଗାନ୍ତକାରୀ ପଦକ୍ଷେପ ଓ କ୍ରୀଡାବିତମାନେ ନବୀନ ଓଡିଶାର ଗୋଟିଏ ଗୋଟିଏ ସ୍ତମ୍ଭ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ନୂଆ-ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପୌରହିତ୍ୟରେ କଷଣଅଣ୍ଟା ହାଇସ୍କୁଲ ପଡିଆରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଯୁବଶକ୍ତିର ପୂର୍ଣ୍ଣ ବିନିଯୋଗ କରି ଏକ ନୂତନ ସଶକ୍ତ ଓଡିଶା ଗଠନ ପାଇଁ ରାଜ୍ୟ ସରକାର ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।  ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ବ କରି ମାଟିର ସୁନାମକୁ ଆଗକୁ ନେବା ପାଇଁ ଗ୍ରାମାଞ୍ଚଳର ସଫଳ କ୍ରୀଡାବିତ ସୃଷ୍ଟି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡିଶା ଗଠନ ସ୍ବପ୍ନ ସାକାର ହୋଇପାରିବ ବୋଲି ମତପ୍ରକାଶ କରି କ୍ରୀଡାବିତମାନେ ଉପଯୁକ୍ତ ତାଲିମ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା,ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ ,ଚନ୍ଦନନଗର ସରପଞ୍ଚ ବନୋଜ ସେଠୀ, ନୀଳକଣ୍ଠପୁର ସରପଞ୍ଚ ଜ୍ଞାନେନ୍ଦ୍ର ଖଣ୍ଡାଇ, ଡିହାପଡା ସରପଞ୍ଚ ଶତ୍ରୁଗ୍ନ ମଲିକ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ନୂଆ-ଓ ନୋଡାଲ  ଅଫିସର ଅନନ୍ତ କିଶୋର ବିଶ୍ୱାଳ ସ୍ୱାଗତଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ I ଶେଷରେ ବ୍ଲକ ସୋସିଆଲ ଅଡିଟର ନଳିନୀକାନ୍ତ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ମୁଖ୍ୟଅତିଥି, ମୁଖ୍ୟବକ୍ତା ଓ ସମ୍ମାନିତଅତିଥିମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ନିମପୁର କ୍ରିକେଟ କ୍ଲବକୁ ଚମ୍ପିୟାନ ଟ୍ରଫି ଓ ଗଙ୍ଗାରାମପୁର କ୍ରିକେଟ କ୍ଲବକୁ ରନର୍ସ କପ ପ୍ରଦାନ କରିଥିବାବେଳେ କବାଡିରେ ପଟ୍ଟାମୁଣ୍ଡାଇ ଲା୍ୟନ୍ସ କ୍ଲବକୁ ଚାମ୍ପିଯାନ ଟ୍ରଫି ଓ ବଡମୂଳବସନ୍ତ ଏନ ସି କ୍ରିକେଟ କ୍ଲବକୁ ରନର୍ସ କପ,ଫୁଟବଲରେ ବାଲିପାଟଣା ୱାରିଅର କ୍ଲବ ଚାମ୍ପିଯାନ ଓ ପଟ୍ଟାମୁଣ୍ଡାଇ ସ୍ପୋର୍ଟ୍ସ ଆସୋସିଏସନକୁ ରନର୍ସ କପ ପ୍ରଦାନ କରିଥିଲେ । କଷଣଅଣ୍ଟା ହାଇସ୍କୁଲ ପଡିଆରେ ଆୟୋଜିତ ଦୁଇ ଦିନିଆ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଉଦଘାଟନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ପଂଚାୟତର କ୍ରିକେଟ, କବାଡି ଓ ଫୁଟବଲ ଟିମ ଭାଗ ନେଇଥିଲେ ।


Next Post

 ବ୍ରାହ୍ମଣୀ କଲେଜରେ ବାଲ୍ୟ ବିବାହ ଓ ଯୌତୁକ ସଚେତନତା

Thu Dec 28 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ନୂଆ-ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସାମାଜିକ ସଚେତନତା ପାଇଁ ବାଲ୍ୟ ବିବାହ ଓ ଯୌତୁକ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ସୁବାଷ ଜେନା ଉଦଘାଟନ କରିଥିଲେ ।  କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିଜୟ କେତନ […]

KANIKA