
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଚଉଦକୁଲାଟ ଫାଣ୍ଡି ଗାଙ୍ଗପଡା ଗ୍ରାମର ଅଶୋକ ଜେନାଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଛାଳଘର ପୋଡି ପାଉଁଶ ହୋଇଯାଇଛି । ଘରେ ଥିବା ଧାନ, ଚାଉଳ, ଟଙ୍କା, ପୋଷାକ ଆଦି ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇ ଯାଇଛି । ଘରେ ସମସ୍ତେ ଶୋଇଥିବା ବେଳେ ଏଭଳି କାଣ୍ଡ ଘଟିଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଦମକଳବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଂଚିି ନିଆଁକୁ ଆୟତ କରିଥିଲେ । ହେଲେ ସେତେବେଳକୁ ଅଶୋକଙ୍କ ୩ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ କେହି ଦୁବୃର୍ତ ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଥିବା ସଂନ୍ଦେହ କରି ଚଉଦକୁଲାଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଅଶୋକ ଜଣେ ଭୁମିହୀନ ଦିନ ମଜୁରିଆ ହୋଇଥିବା ବେଳେ କେନାଲ ବନ୍ଧ କଡରେ ତିନି ବଖରା ଚାଳଛପର ଘର କରି ଦୀର୍ଘ ୨୦ ବର୍ଷ ହେବ ପରିବାର ସହିତ ରହିଆସୁଛନ୍ତି ।ତେଣୁ ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ସରପଂଚ ଅଶ୍ୱିନୀ କୁମାର ପାତ୍ର, ସମାଜସେବୀ ରଞ୍ଜନ କୁମାର ସାହୁ ଓ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।











