ଅବସରପ୍ରାପ୍ତ କର୍ମଚାରୀ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ


କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ଚତୁର୍ଭୁଜ ରାଉଳ ସଭାରେ ବିବରଣୀ ପାଠ କରିଥିଲେ । ସଭାରେ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ସଭ୍ୟମାନେ ଆଲୋଚନା କରିଲେ । ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ୬୫ବର୍ଷ, ୭୦ବଷ, ୭୫ବର୍ଷ ଓ ୮୦ ବର୍ଷରେ ଅତିରିକ୍ତ ପେନସନ୍ ପ୍ରଦାନ, ବୟସାଧିକ୍ୟ ହେତୁ ଅବସରପ୍ରାପ୍ତ କର୍ମଚାରୀମାନେ ବିଭିନ୍ନ ରୋଗର ଶିକାର ହେଉଥିବାରୁ ଅନ୍ୟ ରାଜ୍ୟ ଭଳି ଚିକିତ୍ସା ଭତା ପ୍ରଦାନ କରିବା, ଜାନୁୟାରୀ ୩ ତାରିଖରେ ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କର ରାଜ୍ୟସ୍ତରୀୟ ସଭାରେ ଯୋଗଦାନ କରିବାକୁ ସିଦ୍ଧାନ୍ତ କରାଯାଇଥିଲା । ଏ ନେଇ ଏକ ପ୍ରତିନିଧି ଦଳ ଯୋଗ ଦେବାକୁ ଚୟନ କରାଯାଇଥିଲା । ସଭାପ୍ରାରମ୍ଭରେ ଦିବଂଗତ ସରକାରୀ କର୍ମଚାରୀ ରତ୍ନାକର ପରିଡା, ନାଟ୍ୟକାର ହରପ୍ରସାଦ ପଟ୍ଟନାୟକ, ଗୌରାଙ୍ଗ ଦାଶଙ୍କ ଆତ୍ମାର ସଦଗତି କାମନା କରି ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଦୁର୍ଯ୍ୟେଧନ ପରିଡା, ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର, ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ଈଶ୍ୱର ଚନ୍ଦ୍ର ଲେଙ୍କା, ତ୍ରିଲୋଚନ ଜେନା, କଣ୍ଡୁରୀ ଚରଣ ସ୍ୱାଇଁ, ବିଜୟ କୁମାର ସାହୁ, ସଚ୍ଚିନନ୍ଦନ ଦାସ, ପୀତାମ୍ବର ମହାପାତ୍ର, ତୈଲୋକ୍ୟ ମିଶ୍ର, ରବିନ୍ଦ୍ର ଦାଶ, ତପନ ପାତ୍ର, ତ୍ରିଲୋଚନ ସୁତାର ପ୍ରଫୁଲ୍ଲ ପ୍ରଧାନ, ଗନ୍ଧର୍ବ ଲେଙ୍କା, ସନାତନ ତରାଇ ପ୍ରମୁଖ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶେଷରେ ବରିଷ୍ଠ ସଭ୍ୟ ପ୍ରମୋଦ ସାହୁଧନ୍ୟବାଦ ଦେଇଥଲେ ।


Next Post

ସୁଦୃଢ ଶିକ୍ଷା ବ୍ୟବସ୍ଥା,ବିକଶିତ ଯୁବଶକ୍ତି ଓ ଦୀର୍ଘସ୍ଥାୟୀ ବିକାଶ ନବୀନ ଓଡିଶାର ଲକ୍ଷ୍ୟ

Fri Dec 29 , 2023
ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ  ସୁଦୃଢ ଶିକ୍ଷା ବ୍ୟବସ୍ଥା, ଦୀର୍ଘସ୍ଥାୟୀ ବିକାଶ ଓ ବିକଶିତ ଯୁବଶକ୍ତି ନବୀନ ଓଡିଶାର ଏକମାତ୍ର ଲକ୍ଷ୍ୟ ବୋଲି ରାଜ୍ୟ ସରକାରଙ୍କ ନୂଆ -ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ପକ୍ଷରୁ ମିଳିତ ଭାବେ ଆୟୋଜିତ ସ୍ୱତନ୍ତ୍ର ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ […]

KANIKA