ମଣ୍ଡଳସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ଉତ୍ସବ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ଅନ୍ତର୍ନିବେଶୀ ଶିକ୍ଷା କେନ୍ଦ୍ର ପକ୍ଷରୁ କଷଣଅଂଟା ପଂଚାୟତ ଉଚ୍ଚବିଦ୍ୟାଳୟ ଠାରେ ଦୁଇଦିନିଆ ଆୟୋଜିତ ମଣ୍ଡଳସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ସଙ୍ଗୀତ, ଆଳୁଚାମଚ ଦଉଡ, ଦଉଡ଼ି ଡିଆଁ, ମ୍ୟୁଜିକ୍ ଚେୟାର ଆଦି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରୀଛାତ୍ର କ୍ରୀଡା ଅଂଶଗ୍ରହଣ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବ୍ଲକ ରିସୋର୍ସ କର୍ମୀ ବ୍ରଜକିଶୋର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷାଧିକାରୀ ହରିହର ଦଳାଇ ଉତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ସଚ୍ଚିତ୍ର କୁମାର ବେହୁରା, ମୁଖ୍ୟବକ୍ତା, କଥାକାର ପ୍ରଦୀପ ନାୟକ, ବି.ଆର୍‌.ସି.ସି ଚନ୍ଦ୍ରଶେଖର ତ୍ରିପାଠୀ, ସୁନୀତି ଦାଶ ଯୋଗଦେଇ ଦିବ୍ୟାଙ୍ଗଙ୍କୁ ହୀନ ଦୃଷ୍ଟିରେ ନଦେଖି ସେମାନଙ୍କୁ ସହଯୋଗର ହାତ ବଢାଇ ମୁଖ୍ୟସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷା କ୍ଷେତ୍ରରେ ହେଉ ଅବା କ୍ରୀଡା କ୍ଷେତ୍ରରେ ବିଶେଷକରି ସ୍ୱତନ୍ତ୍ର ଅଲିମ୍ପିକ ଓ ପାରା ଅଲିମ୍ପିକ ପ୍ରତିଯୋଗିତାରେ ଭାରତର ଓ ଓଡିଶାର ବହୁ ଦିବ୍ୟାଙ୍ଗ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ତେଣୁ ଦିବ୍ୟାଙ୍ଗଙ୍କୁ କୌଣସି ଗୁଣରେ କମ୍ ଭାବିବା ଆଦୌ ସମ୍ମୀଚିନ ନୁହେଁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ସୁରେଶ ଚନ୍ଦ୍ର ଜେନା, ନାରାୟଣ ପ୍ରସାଦ ରାଉଳ,ସାଧନକର୍ମୀ ମଳୟ କୁମାର ଜେନା, ସଞ୍ଜୟ ସାହୁ ଓ ସମସ୍ତ ସାଧନକର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଥିଲେ । ଜୁଲାଦିନ୍ ସେଠୀ, ଜିତେନ୍ଦ୍ର ପ୍ରସାଦ ସାହୁ, ଜିତେନ୍ଦ୍ର କୁମାର ବେହେରା, ହରେକୃଷ୍ଣ ସାହୁ, ବିଧାନ ଚନ୍ଦ୍ର ଦାଶ, ସରତ କୁମାର ସେଠୀ, ଉମେଶ କୁମାର ଷଣ୍ଢ, ସରୋଜଲକ୍ଷ୍ମୀ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଅନ୍ତନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅରୁଣ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading