ନୁଆ-ଓ ବ୍ୟାନରରେ ବିଧାୟକଙ୍କ ଫଟୋ ଥିବାରୁ , ଭାଜପା ପକ୍ଷରୁ କୁଶପୁତଳିକା ଦାହ


ନୁଆ-ଓ ଯୁବ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ ବ୍ୟାନରରେ ବିଧାୟକଙ୍କ ଫଟୋଚିତ୍ର ଥିବା ନେଇ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ପ୍ରତିବାଦର ସ୍ୱର ଉଠିବା ସହିତ ଶନିବାର ସଂନ୍ଧ୍ୟାରେ ବାଇପାସ ଛକ ଠାରେ ବିଧାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା ।

ଗତକାଲି ରାଜ୍ୟ ସରକାରଙ୍କ ନୂଆ-ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ପକ୍ଷରୁ ମିଳିତ ଭାବେ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ଧ୍ରୁବ ସାହୁ, ସମ୍ମାନିତ ଅତିଥି ଭାବେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ,ରାଜନଗର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅତୁଳ ବଳ ଓ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ କୁମାର ସାହୁ ଯୋଗ ଦେଇଥିଲେ । ମାତ୍ର ସାରା ରାଜ୍ୟରେ ନୂଆ-ଓ -କାର୍ଯ୍ୟକ୍ରମ ବ୍ୟାନରରେ କେବଳ ମୂଖ୍ୟମନ୍ତ୍ରୀଙ୍କ ଫଟୋ ରହିବାର ନିୟମଥିବା ବେଳେ ଏହି ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରଫେସର ଭୂୟାଁ ବିଧାୟକ ପ୍ରିତି ଦେଖାଇ ବିଧାୟକଙ୍କ ଫଟୋ ବ୍ୟାନରରେ ସ୍ଥାନିତ କରିଥିଲେ । ଏନେଇ ପଟ୍ଟାମୁଣ୍ଡାଇ ଭାଜପା ଏହାର ନିନ୍ଦାକରିବା ସହିତ ସରକାରୀ କାର୍ଯ୍ୟରେ ବିଧାୟକଙ୍କ ଫଟୋ ରହିବା ନେଇ ପ୍ରତିବାଦ ସ୍ୱର ଉଠାଇଥିଲେ । ଏହାର ପ୍ରତିବାଦରେ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ଭାଜପା ସଂଙ୍ଗଠକ ଶଶିକାନ୍ତ ସ୍ୱାଇଁ, ସଂଜୟ ସାହୁ, ଆସିଷ ମଲିକ, ଦିପକ ମଲିକ, ମଦନମୋହନ ଜେନା, ମିଥୁନ ମଲିକ, ସମର ସାହୁ, ଅମୁଲ୍ୟ ଦାସ, ସୁସାନ୍ତ ଦାସ, ପିତାମ୍ବର କର, ଉମାକାନ୍ତ ଦାସ ପ୍ରମୁଖ ଭାଜପା କର୍ମକର୍ତା ସାମିଲ ହୋଇ ଶନିବାର ସଂନ୍ଧ୍ୟାରେ ବାଇପାସ ଛକ ଠାରେ ବିଧାୟକଙ୍କ କୁଶପୁତଳିକା ଦାହ କରିଥିଲେ ।ଏ ବାବଦରେ ପଟ୍ଟାମୁଣ୍ଡାଇ ବିଜେଡି ବ୍ଲକ ସଭାପତି କିଶୋର ସାହୁ ବିଧାୟକଙ୍କ କୁଶ ପୁତଳୀକା ଦାହ ଘଟଣାକୁ ନିନ୍ଦା କରିବା ସହିତ ଅର୍ନ୍ତଦ୍ୱନ୍ଦରେ ବୁଡି ରହିଥିବା ରାଜନଗର ଭାଜପା ଔଷଧ ବିକଳରେ ତାଟିଆ କାମୁଡି ବିକାଶରେ ବାଧକ ସାଜି କେବଳ ଅପପ୍ରଚାର ଓ ଅପନିନ୍ଦା ଦେବାକୁ କାର୍ଯ୍ୟ କରିବାକୁ ସବୁସ୍ତରରେ ନିନ୍ଦା କରାଯାଉଛି ବୋଲି କହିଥିଲେ ।


Next Post

ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ କେନ୍ଦ୍ରାପଡାରେ ବିଶ୍ୱ ପାର୍ଥନା ଦିବସ ଅନୁଷ୍ଠିତ

Mon Jan 1 , 2024
କେନ୍ଦ୍ରାପଡ଼ା,୧ା୧: ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ କେନ୍ଦ୍ରାପଡା ସମେତ ସାରା ଦେଶରେ ସର୍ବଧର୍ମ ବିଶ୍ୱ ପ୍ରାର୍ଥନା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଦାଣ୍ଡରେ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମ, ଗରାପୁରର ଅଧ୍ୟକ୍ଷା ଶ୍ରୀମା’ ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଇଂରାଜୀ ନବବର୍ଷର ପ୍ରଥମ ଦିନରେ ପ୍ରାତଃ ୭ ଘଟିକା ସମୟରେ ସର୍ବଧର୍ମ ବିଶ୍ୱ୍ୱ ପ୍ରାର୍ଥନା ଦିବସ ପାଳିତ ହୋଇଯାଇଛି । […]

KANIKA