କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ନାନକାର ଗ୍ରାମର ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ପୁତ୍ର ରଘୁନାଥ ବିଶ୍ୱାଳ(୫୮) ରବିବାର ସକାଳେ ସ୍ଥାନୀୟ ଗୋବରୀ କେନାଲର ହୁଡାଘାଟକୁ ଶୈାଚହେବା ପାଇଁ ଯାଇଥିବା ବେଳେ ତାଙ୍କୁ ହଠାତ ବାତ ମାରିବାରୁ ସେ କେନାଲ ପାଣିରେ ପଡିଯାଇଥିଲେ । ନିକଟରେ ଅନ୍ୟ କୈାଣସି ଲୋକ ନଥିବାରୁ ଏସମ୍ପର୍କରେ କେହି କିଛି ଜାଣିପାରିନଥିଲେ । ରଘୁନାଥଙ୍କୁ ପରିବାର ପକ୍ଷରୁ ଖୋଜାଖୋଜି ପରେ ଅପରାହ୍ନରେ ସେହି କେନାଲରେ […]
Year: 2023
ଦଶହରାକୁ ନେଇ ପଟ୍ଟାମୁଣ୍ଡାଇ ଅଂଚଳ ଚଳଚଂଚଳ । ସବୁ ପୂଜାମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା ଚାଲିଛି । ଚଳିତ ବର୍ଷଧୁମଧାମରେ ମା’ଙ୍କ ପାଳନ କରାଯାଉଛି । ଘରେ ଘରେ ମା’ଙ୍କ ପୂଜା ପାଇଁ ସମସ୍ତେ ନୂଆ ବସ୍ତ୍ର ପରିଧାନ କରୁଛନ୍ତି । ପିଠାପଣାରେ ଘର ମହକି ଉଠୁଛି । ଲୋକେ ସପରିବାର ସହ ମା’ଙ୍କ ଆଶୀର୍ବାଦ ପାଇଁ ମଣ୍ଡପକୁ ଯାଉଛନ୍ତି ।ଚଳିତ ବର୍ଷ ଦୁର୍ଗାପୁଜାରେ ଆଲୋକ ମାଳାର ଚମକ୍ରାର ସାଜସଜା […]
କେନ୍ଦ୍ରାପଡ଼ା ଜିଲାର ସମୁଦ୍ର ତଟରେ ଜୀବନର ସୁରକ୍ଷା ପାଇଁ ଦୀର୍ଘ ୫ ଦଶନ୍ଧୀ ଧରି ସଂଘର୍ଷ କରୁଥିବା ମାଟିର ମଣିଷ ସାତଭାୟାବାସୀଙ୍କ ସେହି ସଂଘର୍ଷର ବିଳମ୍ବରେ ହେଲେ ବି ଅନ୍ତଘଟିଛି । ଜିଲ୍ଲା ପ୍ରଶାସନ ପ୍ରଥମେ ୫୭୧ଟି ପରିବାର ଓ ପରେ ଅବଶିଷ୍ଟ ୧୪୮ଟି ପରିବାର ଙ୍କୁ ବଗପାଟିଆରେ ବସବାସ ପାଇଁ ଜମି ଯୋଗାଇ ଦେଇ ସରକାରଙ୍କ ସାତଭାୟା ଥଇଥାନ ପ୍ରକଳ୍ପକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି । ଏମାନଙ୍କ ସହିତ […]
କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଜଇପୁରା ଗ୍ରାମରୁ ୨୫ଜଣ ବୃଦ୍ଧା ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି । ସମାଜସେବୀ ଲୋକନାଥ ଦାସ ଏହି ବୃଦ୍ଧାମାନଙ୍କୁ ନିଜ ଖର୍ଚ୍ଚରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରାଇବାକୁ ନେଇଛନ୍ତି । ଏସମ୍ପର୍କରେ ଶ୍ରୀଜୀଉଙ୍କ ଦଶନାର୍ଥୀ ବୃଦ୍ଧା ସୋମାଲିକା କହିଛନ୍ତି ଯେ ବହୁ ଦିନରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଉଚ୍ଛା ଥିଲା । ପରିବାରର ଜଞ୍ଜାଳ ଯୋଗୁଁ ଇଚ୍ଛା ଥିଲେବି ଶ୍ରୀଜଗନ୍ନାଥଙ୍କ ଦିବ୍ୟଦର୍ଶନରୁ ସେ […]
କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଶନିବାର ୬୪ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୫୯ମସିହା ଅକ୍ଟୋବର ୨୧ତାରିଖ ଦିନ ସି.ଆର.ପି.ଏଫ.ର ୧୦ଜଣ କର୍ତ୍ତବ୍ୟନିଷ୍ଠ ଜବାନ ଲଦାଖଠାରେ ଭାରତସୀମା ଉଲ୍ଲଙ୍ଘନ କରିବାକୁ ପ୍ରୟାସ କରୁଥିବା ଚୀନ ଦେଶର ସୈନ୍ୟ ବାହିନୀ ସହିତ ଯୁଦ୍ଧ କରି ମାତୃଭୂମିର […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ପାଇଁ ସମଗ୍ର ଅଂଚଳ ଉତ୍ସବ ମୁଖର ହୋଇପଡିଛି । ପ୍ରାୟ ୬୦/୭୦ବର୍ଷର ପୁରୁଣା ଏହି ଶାରଦୀୟ ଉତ୍ସବର ଲମ୍ବା ଇତିହାସ ରହିଛି । ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ସଂଖ୍ୟାଳଘୁ ସଂପ୍ରଦାୟମାନେ ଭାଗ ନେବାର ବିରଳ ପରମ୍ପରା ରହିଛି । ଚଳିତବର୍ଷ ଶାରଦୀୟ ଦୁର୍ଗା […]
ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ପାଇଁ ବିଭିନ୍ନ ପ୍ରସଙ୍ଗରେ ଲଢେଇ କରି ଆସୁଥିବା ଜନଶକ୍ତି ପାର୍ଟି ପୁଣି ଏକ ସମବେଦନଶୀଳ ପ୍ରସଙ୍ଗକୁ ନେଇ ଅଭିଯାନ ଆରମ୍ଭ କରିଛି । ଓଡିଶା ରାଜ୍ୟର ନାଁ ପରିବର୍ତନ କରି ଉତ୍କଳ କରିବା ପାଇଁ ଦାବୀକୁ ଜୋରଦାର କରିବା ଓ ଏ ଦିଗରେ ଜନସଚେତନତା ସୃଷ୍ଟି କରିବା ପାଇଁ ଜନଶକ୍ତି ପାର୍ଟି ରାଜ୍ୟ ବ୍ୟାପି ଉତ୍କଳ ରଥ ପରିକ୍ରମା କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ବଳଦେବଜୀଉ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ମାନସ ବିକାଶ ମଞ୍ଚ ପକ୍ଷରୁ ଶୁକ୍ରବାର ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ଏକ ସ୍ବେଛାସେବୀ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମାନସ ବିକାଶ ମଞ୍ଚ ସଭାପତି ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କଷଣଅଣ୍ଟା ହାଇସ୍କୁଲ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରା ମୁଖ୍ୟଅତିଥି, ବରିଷ୍ଠ ଖବରଦାତା ଅକ୍ଷୟ କୁମାର ସାହୁ […]
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକରେ ଆଳି ନିର୍ବାଚନ ମଣ୍ଡଳୀ ସ୍ତରୀୟ ପୂଜ୍ୟପୂଜା ବିଶାଳ ଯୁବ ସମାବେଶ ଓ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରାଜକନିକା ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାପଡାର ରାଜକନିକା ମାଟି ଲଢୁଆ ମାଟି । ଏ ମାଟି ବାସୁବିସୁନୀ ଭଳି ଯୋଦ୍ଧାଙ୍କୁ ଜନ୍ମ ଦେଇଛି ।ଯେତେବେଳେ ଓଡିଶାରେ […]
ଭୁବନେଶ୍ବର-କୋଭିଡ୍-୧୯ ମହାମାରୀ ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ଆକ୍ରାନ୍ତଙ୍କ ଉପରେ ପଡିପାରେ ଗମ୍ଭୀର ପ୍ରଭାବ । ସରକାରଙ୍କ ଟ୍ରାନ୍ସନେସନାଲ ହେଲଥ୍ ସାଇନ୍ସ ଆଣ୍ଡ ଟେକନୋଲଜି ପକ୍ଷରୁ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣାରୁ ଏହି ତଥ୍ୟ ସାମନାକୁ ଆସିଛି । କୋଭିଡ୍ ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ରୋଗ ଭାଇରସ ସିରୋଟାଇପ ସହ ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି କରୁଛି । ଯାହାକୁ ସମ୍ଭାବିତ ଡେଙ୍ଗୁ ସଂକ୍ରମଣକୁ ବୃଦ୍ଧି କରୁଥିବା ଜଣାପଡିଛି । ଡେଙ୍ଗୁ ଆକ୍ରାନ୍ତ ପ୍ରଥମଥର […]
ଡାକ୍ତର ରଶ୍ମିତା ସେଠୀ ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ । କିନ୍ତୁ ନିଜସ୍ୱ ସଂସ୍କୃତି ଓ ପରମ୍ପରାକୁ ଓଡି଼ଆ ଜାତି କେବେ ଭୁଲିଯାଇନାହିଁ । ଓଡି଼ଶାର ଶାକ୍ତ ପରମ୍ପରା ସୁପ୍ରାଚୀନ । ଓଡି଼ଶାରେ ରହିଥିବା ଶକ୍ତିପୀଠ ଗୁଡିକ ତାର ଜ୍ୱଳନ୍ତ ପ୍ରମାଣ । ମୃତିକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି । ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି କୁମୂଳ ମନ୍ତ୍ର କରି ନିଜ ଜୀବନ […]
କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଆଜି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ଦିବସ-୨୦୨୩ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା଼. ଅନୀତା ପଟ୍ଟନାୟକ, ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ପି.କେ ମହାପାତ୍ର, ସହକାରୀ ଜିଲ୍ଲାପାଳ ଜୟନ୍ତ କୁମାର ରାଉତରାୟ, କେନ୍ଦ୍ରାପଡ଼ା ପୌରପରିଷଦ ନିର୍ବାହୀ […]
ଆଗାମୀ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ରିତ୍ ଋତୁରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଇଭିଏମ୍ ଓ ଭିଭିପିଏଟିର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ ତଥା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ କପାଳେଶ୍ୱରସ୍ଥିତ ଜିଲ୍ଲାସ୍ତରୀୟ ଇଭିଏମ୍-ଭିଭିପିଏଟି ୱେୟାରହାଉସ୍ରେ ଏହି ପରୀକ୍ଷଣ କାର୍ଯ୍ୟ ଚଳିତ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳର ଅଣ୍ଢରା ଗ୍ରାମର କୃଷକ ନିଖୋଜ ଘଟଣାର ଦିନକ ପରେ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି ।ପ୍ରକାଶ ଯେ, ଗୁରୁବାର ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅଣ୍ଢରା ଗ୍ରାମର ଚାଷୀ ଗଣେଶ ଚନ୍ଦ୍ର ମଲ୍ଲିକ ଗୁଡ଼ିଆ ଜୋର ଆରପାଖରେ ଥିବା ଭେଡାକୁ ବିରି ବୁଣି ବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଗଣେଶ ଘରକୁ ନ ଫେରିବାରୁ ପରିବାର ଲୋକେ ଗ୍ରାମବାସୀ ଓ ପଟ୍ଟାମୁଣ୍ଡାଇ […]
ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଗ୍ରାମପଂଚାୟତ ବିକାଶ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଜିପିଓ ପ୍ରଭାତ କୁମାର ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ବିଭିନ୍ନ ସରକାରୀ ଯୋଜନାକୁ ସ୍ୱଚ୍ଛତାର ସହିତ ସଫଳ ରୂପାୟନ କରି ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟକୁ ପୂରଣ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ବ୍ଲକ ପ୍ରଶାସନକୁ ପରାମର୍ଶ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳର ଅଣ୍ଢରା ଗ୍ରାମର ଭେଡାକୁ ବିରି ବୁଣି ବାକୁ ଯାଇ ଜଣେ କୃଷକ ନିଖୋଜ ହେବା ଘଟଣା ସ୍ଥାନୀୟ ଅଂଚଳରେ ଚହଳ ପକାଇଚି । ନିଖୋଜ ଚାଷୀ ଜଣଙ୍କ ହେଉଛନ୍ତି ଅଣ୍ଢରା ଗ୍ରାମର ଗଣେଶ ଚନ୍ଦ୍ର ମଲ୍ଲିକ (୭୨) ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ଅଣ୍ଢରା ଗ୍ରାମର ଚାଷୀ ଗଣେଶ ଚନ୍ଦ୍ର ମଲ୍ଲିକ ଗୁଡ଼ିଆ ଜୋର ଆରପାଖରେ […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହିଁଷାସୁର ପଚାଂୟତ ପଡିଆରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡିଓ ନିଶାନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରନ୍ସ ମାଧ୍ୟମରେ ଉଦ୍ଘାଟନ କରିଥିଲେ । ରାଜନଗର ବ୍ଲକର ୨୯ଟି ପଚାଂୟତ ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ୧୪କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଥିବା ପ୍ରକାଶ କରିଥିଲେ । […]
ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ […]
କେନ୍ଦ୍ରାପଡ଼ା, ୧୯ା୧୦ : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ(ଏ.ଆଇ.ଟି.ୟୁ.ସି.)ଇନ୍ଦୁପୁର ସିଏଚସି କମିଟିର ଏକ ସମ୍ମିଳନୀ କେନ୍ଦ୍ରାପଡା ସହର ନିକଟସ୍ଥ କପାଳେଶ୍ୱର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ସିଏଚସି ସଭାପତି ସାଥି ସରସ୍ୱତୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶହୀଦମାନଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସମ୍ମିଳନୀକୁ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ବର୍ତ୍ତମାନ […]
କେନ୍ଦ୍ରାପଡ଼ା ବ୍ଲକ ଅଧିନ ଶ୍ରୀବଳଦେବଜୀଉ ମଣ୍ଡଳ (ଜୋନ -୮)ର କପାଳେଶ୍ୱର ଓ ବଗଡ଼ା ପଂଚାୟତରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗରାପୁର ହନୁମାନ ମନ୍ଦିର ନିକଟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ କପାଳେଶ୍ୱର ପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି କପାଳେଶ୍ୱର ବୁଢ଼ୀ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତଙ୍କ ନେତୃତ୍ୱରେ […]
ରାଜ୍ୟ ସରକାରଙ୍କର ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ବ୍ଲକରେ ଶୁଭାରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପଡିଆରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି କେ ପାଣ୍ଡିଆନ ଆଭାସୀ ଯୋଗେ ଉଦଘାଟନ କରିବା ସହିତ ବ୍ଲକର ୩୧ଟି ପଂଚାୟତର ୩୭୬ ପ୍ରକଳ୍ପ ପାଇଁ ୧୫ କୋଟି ୫୦ଲକ୍ଷ ଟଙ୍କା ମଂଜୁର କରିଥିଲେ […]
ରାଜ୍ୟ ସରକାରଙ୍କର ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହି କାର୍ଯ୍ୟକ୍ରମରେ ପ୍ରତି ପଂଚାୟତ ସହ ପ୍ରତ୍ୟେକ ଗ୍ରାମର ବିକାଶ ପ୍ରକ୍ରିୟା ଆଗକୁ ହେବ । ଏନେଇ ଗୁରୁବାର ରାଜଧାନୀ ଭୁବନେଶ୍ୱର ଠାରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଚତୃର୍ଥ ଦିନରେ କେନ୍ଦ୍ରାପଡା ଜିଲାର ଏହି […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟମୁଣ୍ଡାଇରେ ଧୁମଧାମରେ ପାଳନ ହେବାକୁ ଯାଉଛି ଦୁର୍ଗାପୂଜା । ଏଥିପାଇଁ ସହରର ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କେଉଁଠି ରଙ୍ଗ କାମ ସରିବା ପରେ ମାଆଙ୍କୁ ପୋଷାକ ଓ ଆଭୂଷଣ ପିନ୍ଧାଇ ସାରିଲେଣି ତ କେଉଁଠି ତୋରଣ କାମ ସରିଲାଣି । କିନ୍ତୁ ପୂଜାକୁ ଭିଜା ଭିଜା କରିଦେଇପାରେ ବର୍ଷା । ଅକ୍ଟୋବର ୨୦ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର […]
ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ମାଲିକ ସଂଘ ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଧର୍ମଘଟ ଡାକରା ଦିଆଯାଇଛି। ପୂର୍ବରୁ ମଧ୍ୟ ସଂଘ ଧର୍ମଘଟ ଡାକରା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ଆଲୋଚନା ପରେ ସ୍ଥଗିତ ରଖିଥିଲା। ତେବେ ବର୍ତ୍ତମାନ ପୁଣି ଘରୋଇ ବସ୍ ମାଲିକ ସଂଘ ନିଷ୍ପତି ବଦଳାଇ ଧର୍ମଘଟ ଡାକରା ଦେଇଛି।










