ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଭୟଙ୍କର ବିପର୍ଯ୍ୟୟ ଘଟାଇବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଅକ୍ଟୋବର ୨୦ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ମହାବାତ୍ୟା ଏହି ଅକ୍ଟୋବର ମାସରେ ଆସିଥିଲା । ତେଣୁ ଅକ୍ଟୋବର ମାସରେ ଲଘୁଚାପ ଆସିବା ମାତ୍ରେ ମହାବାତ୍ୟା ଦୃଶ୍ୟକୁ […]

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ସାହସପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ପରିସରରେ ମଣ୍ଡଳ ସ୍ତରୀୟ ଶିଶୁମହୋତ୍ସବ ସୁରଭି ବୁଧବାର ମଣ୍ଡଳ ଶିକ୍ଷାଧିକାରୀ ପାବନୀ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ପୌରପରିଷଦର ଅଧ୍ୟକ୍ଷା ସରିତା ସାହୁ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା […]

କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ମାସ ୨୮ତାରିଖରେ ରାଜ୍ୟ ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟଅନୁଷ୍ଠିତ ହେବାକୁ ଯାଉଛି । କେନ୍ଦ୍ରାପଡାର ଗୋପଛକ ନିକଟ ଆଲ୍ଫା ବେଷ୍ଟ ବେସରକାରୀ କଲେଜରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ବର୍ଗର ଖେଳାଳୀମାନେ ଯୋଗ ଦେବାର ବ୍ୟବସ୍ଥା ରହିଛି । ଅନ୍ୟ ଜିଲ୍ଲାରୁ ପ୍ରତିଯୋଗିତାରେ […]

କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ କେନ୍ଦ୍ରାପଡା ମୁନିସିପାଲଟିରେ ଅର୍ବାନ ସିଏଚସି ପ୍ରତିଷ୍ଠା ଦାବିରେ ବ୍ଲକ ଓ ନଗର କଂଗ୍ରେସ ତରଫରୁ ମିଳିତ ଭାବରେ ଗଣ ଗର୍ଜନ ସମାବେଶ ଅନୁଷ୍ଠି ହୋଇଯାଇଛି । କେନ୍ଦ୍ରାପଡା ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ସଭାପତିତ୍ୱ କରି ରାଜ୍ୟ ସରକାରଙ୍କ କେନ୍ଦ୍ରାପଡା ପ୍ରତି ଅଣଦେଖା ପ୍ରତିବାଦରେ କେନ୍ଦ୍ରାପଡା ବାସୀ ଗର୍ଜି ଉଠିଥିବାରୁ ଉଭୟ ନଗର ଓ ବ୍ଲକ କଂଗ୍ରେସ ତରଫରୁ ସେ କୃତଜ୍ଞତା ଜଣାଇଥିଲେ […]

କେନ୍ଦ୍ରାପଡ଼ା, ୧୭ା୧୦ :  ଦେଢସୁର ଭାଇବୋହୁ ଏବଂ ତାଙ୍କ ପରିବାରଙ୍କୁ ଗୃହବନ୍ଦୀ କରି ରଖିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯିବା ସହିତ ନ୍ୟାୟ ପାଇଁ ଭାଇବୋହୁର ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସି ରହିଛନ୍ତି ।

କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱିତୀୟ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡ଼ା ପୌରପାଳିକା ଟାଉନ୍‌ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳାର ସହ ଗଜଲକ୍ଷ୍ମୀ ପୂଜା, ମେଲୋଡ଼ି, ମେଲଣ ଶୋଭାଯାତ୍ରା ଓ ଭଷାଣୀ ଉତ୍ସବ ସମାପନ ପାଇଁ ଏହି ଅବସରରେ ତିନୋଟି ସମନ୍ୱୟ କମିଟି ଗଠନ କରାଯାଇଛି । କେଶପୁର ଅଂଚଳକୁ ନେଇ ପ୍ରଥମ ସମନ୍ୱୟ କମିଟି ଗଠନ ହୋଇଥିବା ବେଳେ ପୁରୁଣା ବସଷ୍ଟାଣ୍ଡ ଅଂଚଳକୁ ନେଇ ଦ୍ୱିତୀୟ […]

ରାଜନଗର ବ୍ଲକ ଘଡିଆମାଳ ପଚାଂୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୂର୍ବରୁ ମାଇକ୍ ଯୋଗେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଦିନ ୧୦ଟା ସମୟରେ ଆରମ୍ଭ କରାଯିବା ପାଇଁ ପ୍ରଚାର କରାଯାଇଥିଲା । ପଚାଂୟତବାସୀ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ଯାଇ ଦୁଇଘଂଟା ଅପେକ୍ଷା କରିବା ପରେ ଦିନ ୧୨ଟା ସମୟରେ ଜିପିଇଓ ଧର୍ମେନ୍ଦ୍ର ଦାସ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ […]

ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମ ଦିବସ ଅବସରରେ କେନ୍ଦ୍ରାପଡା ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ଆଜି ସନ୍ଧ୍ୟାରେ ମନସୁର ବାବାଙ୍କ ମଜାରରେ ଚାଦର ଚଢାଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟାନାୟକଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ବିଜେଡି ସାଂଗଠନିକ ସମ୍ପାଦକ ରଞ୍ଜିତ କୁମାର ସାହୁଙ୍କ ଉପସ୍ଥିତିରେ ଉପନଗରପାଳଙ୍କ ପ୍ରତିନିଧି ସେକ ଇମ୍ରାନ, କାଉନସିଲର ସେକ ଅସଲମ, ସେକ ନସିମୁଦ୍ଦିନ, ପୂର୍ବତନ କାଉନସିଲର ସେକ ରହମତ, ମହମ୍ମଦ […]

କେନ୍ଦ୍ରାପଡା ସହରସ୍ଥିତ ପବ୍ଲିକ ରିଡିଂରୁମ ପରିସରରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ସଭାପତି କୁରୁଣାକର ଦାସଙ୍କ ପୈାରହିତ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କମିଟି ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସାମ୍ବାଦିକ ଆଶିଷ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ସାମ୍ବାଦିକ […]

ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିବସ ଉପଲକ୍ଷେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଊଙ୍କ ସିଂହଦ୍ୱାରା ସମ୍ମୁଖରେ ୭୮ଟି ଦୀପ ଦାନ କରାଯାଇଥିଲା । କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଧିରେନ […]

କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହାୟତାରେ ପଟ୍ଟାମୁଣ୍ଡାଇ ପୌର ପ୍ରେକ୍ଷାଳୟ ପରିସରରେ ତୁଳସୀ ମହୋତ୍ସବ-୨୦୨୨-୨୩ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଂପାଦକ ତଥା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ସାଂସ୍କୃତିକ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ମାନସ ଭୂଷଣ ପଣ୍ଡିତ୍ ହୃଷିକେଶ […]

ଓଡିଶା ବିକାଶର ମହାନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇ ପୂଜାର୍ଚନା ଓ ସମୂହ ଦୀପଦାନ କରାଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପରାମର୍ଶକ୍ରମେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ଏହି ଉପଲକ୍ଷେ ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଅଂଚଳର ପ୍ରମୁଖ ଶୈବ ପୀଠ ହରପାର୍ବତୀ ମନ୍ଦିରରେ […]

କେନ୍ଦ୍ରାପଡ଼ା, ୧୬ା୧୦: ଭୂମିହୀନମାନଙ୍କୁ ୭ବର୍ଷ ତଳେ ଜମି ପଟ୍ଟା ଯୋଗାଇ ଦିଆ ଯାଇଥିଲେବି ଅଦ୍ୟାବଧି ଜମି ଚିହ୍ନଟ ଦିଆନଯିବାରୁ ସେମାନେ ଆବାସ ଯୋଜନାରେ ଗୃହ ନିର୍ମାଣ କରିପାରୁନଥିବାରୁ ଆଜି କେନ୍ଦ୍ରାପଡା ପୈାରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଶ୍ୟାମଗୁଡିଆ ଗ୍ରାମର ୧ନମ୍ବର ୱାର୍ଡର ୧୪ଟି ଭୂମିହୀନ ପରିବାରକୁ ଗତ ୨୦୧୭ମସିହାରେ ଭୁମିହୀନ ପଟ୍ଟା ପ୍ରଦାନ କରାଯିବା ସହ […]

କେନ୍ଦ୍ରାପଡ଼ା, ୧୬ା୧୦: ରାସନକାର୍ଡର ଖାଉଟି ସାମଗ୍ରୀକୁ ହଡପ କରିନେଇଥିବା ଖାଉଟି ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମପଞ୍ଚାୟତର ଖାଉଟି ସାମଗ୍ରୀ ବିତରକ ପିତାମ୍ବର ବେହେରା ଗତ ୨୦୨୨ମସିହାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ମାଗଣା ଖାଉଟି ସାମଗ୍ରୀ ଏଯାବତ ରାସନକାର୍ଡଧାରୀମାନଙ୍କୁ ପ୍ରଦାନ କରି ନଥିବା ଅଭିଯୋଗ ହୋଇଛି । […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣୀ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କେନ୍ଦ୍ରାପଡ଼ା ଏସପି ସନ୍ଦୀପ ସମ୍ପଦ ମଡକର, ଉପଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର ପଣ୍ଡା, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ପୌରନିର୍ବାହୀ ଅଧିକାରୀ ଅଜିତ୍ ନାରାୟଣ ଗିରି, ଅତିରିକ୍ତ ତହସିଲଦାର ପ୍ରତୀଶା ପ୍ରିୟଦର୍ଶିନୀ ପ୍ରମୁଖ […]

କେନ୍ଦ୍ରାପଡ଼ା, ୧୫ା୧୦: ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ମହକ’ ଓ ‘ଉତ୍ସାହ’- ୨୦୨୩ କୋରୁଆ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆନୁକୂଲ୍ୟରେ ଆୟୋଜିତ ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ଦୁଇଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ପଲ୍ଲିଶ୍ରୀ ମହିଳା ସମିତି ଓ ରେସ୍ୱା ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ଥଇଥାନସ୍ଥଳୀରେ ବିଜୁ ପକ୍କାଘର ନିର୍ମାଣ କରିଥିବା ୩୦ ପରିବାରଙ୍କୁ ୫୪ହଜାର୩୪୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ସହାୟତା ରାଶି ପ୍ରଦାନ କରାଯାଇଛି । ଘର କରିପାରିନଥିବା ୧୬୯ ପରିବାରଙ୍କୁ ୨୫ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । ସାତଭାୟା ସରଂପଚ ପ୍ରସନ୍ନ ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଧୃବ ସାହୁ ଯୋଗଦେଇ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବର୍ତମାନ ଧାନ ଫସଲ ପାଇଁ ୟୁରିଆ, ଗ୍ରୋମୋର ଓ ଡିଏପି ସାରର ଆବଶ୍ୟକତା ହେଉଛି । ପ୍ରଥମିକ ସମବାୟ ସମିତି (ସୋସାଇଟ୍‌)ମାନଙ୍କରେ ସାର ମିଳୁ ନଥିବା ବେଳେ ବଜାର ଡିଲରମାନଙ୍କ ପାଖରେ ଅଧିକ ପରିମାଣର ସାର ମିଳୁଛି । ଫଳରେ ଚାଷୀମାନେ ବାଧ୍ୟ ହୋଇ ଘରୋଇ ସାର ଡିଲରମାନଙ୍କଠାରୁ ଚଢା ଦରରେ ଅପମିଶ୍ରୀତସାର କିଣି ଚଷୀ କ୍ଷତିଗ୍ରସ୍ତ ହେଉଥିବା ଓଡିଶା କୃଷକ ସଭା ପଟ୍ଟାମୁଣ୍ଡାଇ […]

ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ମହକ’ ଓ ‘ଉତ୍ସାହ’- ୨୦୨୩ କୋରୁଆ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆନୁକୂଲ୍ୟରେ ଆୟୋଜିତ ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ଦୁଇଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ପଲ୍ଲିଶ୍ରୀ ମହିଳା ସମିତି ଓ ରେସ୍ୱା ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ […]

କେନ୍ଦ୍ରାପଡ଼ା, ୧୫ା୧୦: ଚଳିତବର୍ଷ ଓଡିଶା ତରଫରୁ ୧୯ ବର୍ଷ କମ୍ ରଣ୍‌ଜି ଟ୍ରଫି କ୍ରିକେଟ୍ ଚୟନ କ୍ୟାମ୍ପରେ ରାଜ୍ୟରୁ ୩୦ଜଣ ଖେଳାଳି ଯୋଗ ଦେବେ । ସେମାନଙ୍କ ମଧ୍ୟରୁ ଓଡିଶା ପାଇଁ ୧୬ଜଣଙ୍କୁ ରଣ୍‌ଜି ଟ୍ରଫି ପାଇଁ ଚୟନ କରାଯିବ । କେନ୍ଦ୍ରାପଡା ଜିଲ୍ଲାରୁ ୩ଜଣ କ୍ରିକେଟ୍ ଖେଳାଳି ଅମନ ଦାସ(ୱିକେଟ୍ କିପର୍‌), ଅନୁରାଗ ମଲ୍ଲିକ(ୱିକେଟ୍ କିପର୍‌), କୁବେର ସାହୁ ଏହି କ୍ୟାମ୍ପରେ ଯୋଗଦେବା ପାଇଁ ଓଡିଶା କ୍ରିକେଟ୍ ଆସୋସିଏସନ […]

ଶିକ୍ଷକନେତା କବି ନାରାୟଣ ପ୍ରସାଦ ରାଉଳଙ୍କ କବିତା ପୁସ୍ତକ ତୁ ଥା କାଳ କାଳ ଚୀର କାଳ ପୁସ୍ତକ ରବିବାର ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଡ଼ ଗୌରାଙ୍ଗ ରାଉଳଙ୍କ ପୌରହିତ୍ୟ ଓ ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ କଷଣଅଂଟା ହାଇସ୍କୁଲ ଠାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ବିଶିଷ୍ଟ କଥାକାର ଡ଼ ରାମ ଚନ୍ଦ୍ର ବେହେରା ମୁଖ୍ୟଅତିଥି, ଡ଼ ଅପର୍ଣ୍ଣା ମହାନ୍ତି ମୁଖ୍ୟବକ୍ତା,ପ୍ରଫେସର ଅତୁଳ ବଳ ଓ ଶିକ୍ଷାବିତ […]

କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଏକ ବୈଠକ ସ୍ଥାନୀୟ ହୋଟେଲ ରିଭରଭ୍ୟୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଜିଲ୍ଲା ସଭାପତି ଶରତ କୁମାର ବେହୁରା ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା କର୍ମକର୍ତ୍ତାଙ୍କ ନାମ ଓ ପଦବୀ ରାଜ୍ୟ ସଙ୍ଘର ଅନୁମୋଦନ ପ୍ରାପ୍ତ ପତ୍ରାଙ୍କ ୨୦୨୩/୩୧ତା ୧୩.୧୦.୨୦୨୩ରିଖରେ ଅନୁମୋଦିତ ହୋଇଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଏଥିପାଇଁ […]

କେନ୍ଦ୍ରାପଡା ସଦର ଥାନା ପୋଲିସ ପକ୍ଷରୁ ୭ଟି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ବାଣ ତଥା ବିଷ୍ପୋରକ ଦ୍ରବ୍ୟ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ସଦର ଥାନା ପକ୍ଷରୁ ବଗଡା ଗ୍ରାମପଞ୍ଚାୟତର କଚେରିପଡା, ତିଳୋତମାଦେଇପୁର ଓ ଗରାପୁର ପ୍ରଭୃତି ୭ଟି ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର […]

କେନ୍ଦ୍ରାପଡା ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ସାରି ସାଇବର ସୁରକ୍ଷା ରଥ ଭୁବନେଶ୍ୱରକୁ ଆଜି ବାହୁଡି ଯାଇଛି । ଏହି ଉପଲକ୍ଷେ ପୋଲିସ ରିଜର୍ଭ ପଡିଆରେ ଆରକ୍ଷୀ ଅଧିକ୍ଷକ ମଡ଼କର ସମ୍ବିତ ସମ୍ପଦଙ୍କ ଅଧ୍ୟକ୍ଷତାରେ ଏକ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କର କହିଥିଲେ ଯେ ସାଇବର ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ ଥାନା ଓ ବ୍ଲକ ଅଞ୍ଚଳରେ ବୁଲି ଲୋକମାନଙ୍କୁ ସାଇବର […]