କେନ୍ଦ୍ରାପଡ଼ା, ୧୫ା୧୦: ସାଇ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ବାପାମାନଙ୍କୁ ଶିରିଡି ସାଇ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ସାଇ ଏଜୁ କେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ସମ୍ପାଦକ ରାଜ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ବିଶେଷ ଭାବରେ ବାପାମାନଙ୍କୁ ସେମାନେଙ୍କ ଉତ୍ତମ କର୍ତ୍ତବ୍ୟ ସମ୍ପାଦନ ପାଇଁ ସମ୍ମାନିତ କରାଯାଇଥିଲା । […]
Year: 2023
କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ କେନ୍ଦ୍ରାପଡା ମୁନିସିପାଲଟିରେ ଅର୍ବାନ ସିଏଚସି ପ୍ରତିଷ୍ଠା ଦାବିରେ ଆସନ୍ତା ଅକ୍ଟୋବର ୧୮ତାରିଖ ବୁଧବାର ଗଣ ଗର୍ଜନ ସମାବେଶ କରିବାକୁ ବ୍ଲକ ଓ ନଗର କଂଗ୍ରେସ ତରଫରୁ ମୀଳିତ ଭାବରେ ଆଜି ଗରାପୁର କଂଗ୍ରେସ କାର୍ଯ୍ୟଳୟ ଠାରେ ଏକ ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରାପଡା ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ବୈଠକରେ ସଭାପତିତ୍ୱ କରିଥିଲେ ଓ କେନ୍ଦ୍ରାପଡା ସ୍ୱାର୍ଥ ପାଇଁ କଂଗ୍ରେସ […]
ଅହମ୍ମଦାବାଦ୧୪/୧୦: ବୋଲରଙ୍କ ଘାତକ ବୋଲିଂ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ଓ ଶ୍ରେୟାସ ଆୟାରଙ୍କ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ବଳରେ ପାକିସ୍ତାନ ଧରାଶାୟୀ ହୋଇଛି । ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଭାରତ ବିଶ୍ୱକପ୍ ୨୦୨୩ର ମହାମୁକାବିଲାରେ ପାକିସ୍ତାନକୁ ୭ ୱିକେଟ୍ରେ ହରାଇଛି । ଏହି ସହଜ ବିଜୟ ସହ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରି ପଏଣ୍ଟ ଟେବୁଲ୍ର ଦ୍ୱିତୀୟ ସ୍ଥାନକୁ […]
କେନ୍ଦ୍ରାପଡ଼ାର ପୂର୍ବତନ ସୈନିକ ସଂଘ ଆନୁକୂଲ୍ୟରେ ତିନିମୁହାଣୀ ସ୍ଥିତ ସହୀଦ ସ୍ତମ୍ଭରେ ଶୁକ୍ରବାର କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସିକିମ ରେ ପ୍ରାକୃତିକ ଦୁର୍ବିର୍ପାକରେ ସହୀଦ ହୋଇଥିବା ସହୀଦ ମାନଙ୍କୁ ଦୀପଦାନ ତଥା ପୁଷ୍ପମାଲ୍ୟ ଦିଆଯାଇଥିଲା । ତତ୍ ସହିତ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଦିବସରେ ବହୁତ ସଂଖ୍ୟକ ପୂର୍ବତନ ସୈନିକ ଭାଇମାନେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ସମ୍ପାଦକ ସୁବେଦାର ମେଜର […]
ଭୂବନେଶ୍ୱରର ଆଲମିକୋ ସହାୟତାରେ ଜିଲ୍ଲାର ସମସ୍ତ ବ୍ଲକରେ ସେଣ୍ଟେମ୍ବର ୩୦ତାରିଖ ରୁ ଅକ୍ଟୋବର ୪ତାରିଖ ମଧ୍ୟରେ ୮୦% ରୁ ଅଧିକ ଭିନ୍ନକ୍ଷମତା ଥିବା ପୋଲିଓ ପରବର୍ତ୍ତୀ ସ୍ଥାୟୀ ମାଂସପେଶୀ ଦୁର୍ବଳତା, ଅଙ୍ଗ ଛେଦନ, ଶରୀର ନିମ୍ନଅଙ୍ଗର ଆଂଶିକ ମାଂସପେଶୀ ଦୁର୍ବଳତା, ଦୁଇ ଗୋଡ ପାରାଲିଶିସ (ଦୁର୍ବଳତା) ଓ ଲୋୟର ଳିମ୍ବ ମସଲ ଦୁର୍ବଳତା ବା ଅସୁସ୍ଥତାଙ୍କୁ ପରୀକ୍ଷା କରାଯାଇ ୭୫ ଜଣଙ୍କୁ ଚିହ୍ନଟ କରଯାଇଥିଲା । ଭୂବନେଶ୍ୱରର ଆଲମିକୋରୁ ଆସିଥିବା […]
କେନ୍ଦ୍ରାପଡା ସ୍ୱୟଂଶାସିତ ମାହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ୨୦୨୩-୨୪ ଶୈକ୍ଷିକ ବର୍ଷ ନିମିତ୍ତ ମହାବିଦ୍ୟାଳୟର ଶୈକ୍ଷିକ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ରଖିଥିଲେ । ମହାବିଦ୍ୟାଳୟର ୟୁଜିସି ସଂଯୋଜକ ଡଃ ପ୍ରଭାକର ମଲ୍ଲିକ ପୂର୍ବ ସଂକଳ୍ପର ଅନୁମୋଦନ କରାଇବା ସଂଗେ ସଂଗେ ୨୦୨୨-୨୩ ବର୍ଷରେ ସଂକଳ୍ପ ଅନୁସାରେ ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟ ବିଷୟରେ ଗୃହକୁ ଅବଗତ କରାଇଥିଲେ । […]
କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ନ୍ୟାୟାଳୟ ପରିସରରେ ଆଜି ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଆଜି ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ମୋଟୋରଯାନ ଦୁର୍ଘଟଣା, ଜମି ଅଧିଗ୍ରହଣ,ପାରିବାରିକ ବିବାଦ, ରାଜସ୍ୱ ବିଭାଗର ମାମଲା ଗୁଡିକର ଶୁଣାଣୀ କରାଯାଇଥିଲା । ଆଜି ସମୁଦାୟ ୧୯୦୪ ଟି ବିଭିନ୍ନ ମାମଲା ଶୁଣାଣୀ ପାଇଁ ପଂଜିକୃତ ହୋଇଥିବା ବେଳେ ୧୭୪୦ଟି ମାମଲାର ସମାଧାନ କରାଯାଇଥିଲା […]
ଆଶ୍ୱିଣ ଆସିଲେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଂଚଳ ଉତ୍ସବ ମୁଖର ହୋଇଉଠେ । ପାର୍ବଣ ନେଇ ପୁଣି ଫେରିଛି ଶରତ ଋତୁର ଆଶ୍ୱିନ ମାସ । ସାଙ୍ଗରେ ଆଣିଛି ଉତ୍ସାହ ଓ ଉଦ୍ଦୀପନାର ପରଶ । ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ । ଆଜି ମହାଳୟା ମା’ଙ୍କ ମୃଣ୍ମୟ ମୂର୍ତିରେ ଖଡି ଚଢା ହେଇଛି । ରବିବାର ଠାରୁ […]
ପାର୍ବଣ ଋତୁର ଆଗମନରେ ଶାରଦିଅ ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଶନିବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୨୪ଟି ପୂଜା ମଣ୍ଡପର କର୍ମକର୍ତା ଓ ଶାନ୍ତି କମିଟି ସଦସ୍ୟମାନେ ଯୋଗ ଦେଇ ଆଲୋଚନା କରିଥିଲେ । ଏ ନେଇ ବିଭାଗୀୟ ଅଧିକାରୀ ଏବଂ ସମସ୍ତ କମିଟିର ସଦସ୍ୟଙ୍କ ସହିତ ବିସ୍ତୃତ ଭାବରେ […]
ସମ୍ପ୍ରତି ସାଇବର ଅପରାଧ ସରକାର ଓ ପ୍ରଶାସନ ପାଇଁ ଆହ୍ୱାନ ସୃଷ୍ଟି କରିଛି । ପ୍ରତ୍ୟେକ ଦିନ ବହୁ ନିରୀହ ସାଧାରଣଲୋକମାନେ ସାଇବର ଠକେଇର ଶିକାର ହେବା ଦେଖାଯାଉଛି । ସାଇବର ଅପରାଧ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶରେ ସାରା ରାଜ୍ୟରେ ବିଶେଷ କରି କେନ୍ଦ୍ରାପଡ଼ା ଜିଲ୍ଲାରେ ଜନସଚେତନତା ପାଇଁ ସାଇବର ରଥ ପରିକ୍ରମା କାର୍ଯ୍ୟକ୍ରମ କରାଯାଇଛି । ପଟ୍ଟାମୁଣ୍ଡାଇ ଅଂଚଳରେ ସାଇବର ସଚେତନତା […]
ଲୋକାଭିମୁଖୀ ଯୋଜନା ହେଉନି କାର୍ଯ୍ୟକାରୀ ନିରାଶରେ ଫେରିଛନ୍ତି ଜନସାଧାରଣ ସରକାର ପ୍ରଶାସନକୁ ଲୋକାଭିମୁଖୀ କରି ଲୋକମାନଙ୍କ ହିତରେ ବହୁ ଯୋଜନା ପ୍ରଣୟନ କରି ଚାଲିଛନ୍ତି । ମାତ୍ର ସରକାର ପ୍ରଣୟନ କରୁଥିବା ଯୋଜନାଗୁଡିକ ବାସ୍ତବରେ ତଳ ସ୍ତରରେ କେତେଦୂର କାର୍ଯ୍ୟକାରୀ ହେଉଛି ଏବଂ ଜନସାଧାରଣ କେତେଦୂର ତାର ଫାଇଦା ପାଇପାରୁଛନ୍ତି ତାର ଅନୁଧ୍ୟାନ କରିବାକୁ କେହି ନାହାଁନ୍ତି । ସରକାରୀ ସ୍ତରରେ ପ୍ରତେକ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁଁ ସରକାରୀ […]
ସମୟ ବଦଳିବା ସହିତ ମନୁଷ୍ୟ ମଧ୍ୟ ପରିବର୍ତନ ହେଉଛି । ଆଧୁନିକତାର ଚାକଚକ୍ୟ ସମୟର ସ୍ପଳ୍ପତା ଭିତରେ ଆଜିର ମଣିଷ ପୁରୁଣା ଓ ପାରମ୍ପରିକ ଘରକରଣା ଜିନିଷକୁ ହଜେଇ ଦେଇ ଆଧୁନିକ ମେସିନ୍ର ବ୍ୟବହାର ବହୁଳ ଭାବରେ ବଢି ଚାଲିଛି । ଆଗକାଳରେ ବ୍ୟବହାର୍ଯ୍ୟ କରାଯାଉଥିବା ଅନେକ ଜିନିଷ ଏବେ ଲୋପ ପାଇବାକୁ ବସିଲାଣି । ତା’ ଭିତରୁ ଢିଙ୍କି ଅନ୍ୟତମ ଅଟେ । ଏକଦା ଢିଙ୍କି ଥିଲା ସବୁ […]
କେନ୍ଦ୍ରାପଡ଼ା, ତା୧୪/୧୦: ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ କ୍ରୀଡ଼ା ମାଧ୍ୟମରେ କିଶୋରୀ ସଶକ୍ତିକରଣ ପାଇଁ ଅଦ୍ୱିକା କପ୍ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ୟୁନିସେଫ୍ ଏବଂ ଆକ୍ସନ୍ ଏଡ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଅଣ-ପାରମ୍ପରିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ମିନି ଷ୍ଟାଡିୟମ୍ରେ । ଏଥିରେ ଅଂଶଗ୍ରହଣ କରିଥିଲେ ସମସ୍ତ ୯ଟି ବ୍ଲକ୍ର କିଶୋରୀ ବାଳିକାମାନେ । […]
କେନ୍ଦ୍ରାପଡା ୧୩/୧୦- ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳାନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଓଡିଆ ସଙ୍ଗୀତ ଜଗତର ଅପ୍ରତିଦ୍ୱନ୍ଦୀ ବାଦଶାହା, ପ୍ରବାଦ ପୁରୁଷ ଚିର ସବୁଜ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ୮୭ତମ ଜୟନ୍ତୀ ଉତ୍ସବ ଅକ୍ଷୟଙ୍କ ଅନ୍ୟତମ ପଟ୍ଟଶିଷ୍ୟ ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ଅକ୍ଷୟ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ଉପ୍ରା ବିଦ୍ୟାଳୟ ଠାରେ ଉତ୍କଳମଣି ନୋଡାଲ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୩ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଧୁଭୂଷଣ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ବଡପଡା ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା ନିରାକାର ସେଠୀ ମୁଖ୍ୟଅତିଥି, ବଡପଡା କଲେଜ ଅଧ୍ୟାପକ ମନୋରଞ୍ଜନ ଆଚାର୍ଯ୍ୟ,ମାଟିଆପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋଜ ଶତପଥୀ, ବାଲିଆ ଉଚ୍ଚ ବିଦ୍ୟାଳୟ ପ୍ରାକ୍ତନ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ କେ ମହାବୀର ହାଇସ୍କୁଲ ଠାରେ ଲଷ୍ମୀସୁବଳ କ୍ଲଷ୍ଟର ପକ୍ଷରୁ ଶିଶୁମହୋତ୍ସବ ସୁରଭି ବୁଧବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଜୟ କୁମାର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି,ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ ମୁଖ୍ୟବକ୍ତା ଓ ସି ଆର ସି ମଳୟ ଜେନା, ରଞ୍ଜନ କୁମାର ସାହୁ, ବିଶ୍ୱରଞ୍ଜନ […]
କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର କାଙ୍କଦିଆ ଗ୍ରାମର ନିଳମଣୀ ମଲିକଙ୍କ ପୁଅ ମୀନକେତନ ମଲିକ(୩୩) କହ୍ନଇପୁର ଗ୍ରାମ ରାସ୍ତାରେ ଏକ ପିକଅପ ଭ୍ୟାନ ଚଳାଇ ଯାଉଥିବା ବେଳେ ହଠାତ୍ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଚାଳକ ତଳକୁ ଓହ୍ଲାଇଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇପଡିଥିଲେ। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି […]
କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୁଲ ଇସଲାମରେ ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଦ୍ରାସାର ସଭାପତି ମୀର ହସିମୁଲ୍ଲାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ସେକ ଇନାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ବୃତ୍ତି ସଂଯୋଜକ ବଳରାମ ପାଣି ମୁଖ୍ୟବକ୍ତା ଓ ଅବସରପ୍ରାପ୍ତ ଶିକ୍ଷକ ସେକ ହେଦାୟାତୁଲ୍ଲା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ […]
କେନ୍ଦ୍ରାପଡ଼ା ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ “ବିଶ୍ୱ ଅଣ୍ଡା ଦିବସ-୨୦୨୩” କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଡ଼ମଙ୍ଗଳାସ୍ଥିତ କଳିଙ୍ଗ ପ୍ୟାଲେସ୍ରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଦୀପ୍ତି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଜିଲ୍ଲା ମୁଖ୍ୟ କୃଷି […]
କେନ୍ଦ୍ରାପଡା ଜିଲ୍ଲାରେ ଜନ ଶିକ୍ଷଣ ସଂସ୍ଥାନ ତରଫରୁ ଆଜି ୧୧ ଘଟିକା ସମୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର କେନ୍ଦ୍ରାପଡାର ସମ୍ମିଳନୀ ଗୃହରେ ଜନ ଶିକ୍ଷଣ ସଂସ୍ଥାନରୁ ୨୦୨୨-୨୦୨୩ର ପାସ୍ କରିଥିବା ୧୬୦ ଜଣ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ ଏବଂ କୌଶଳ ଦିକ୍ଷାଂନ୍ତ ସମାରୋହ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡାର ଜିଲ୍ଲା ନିଯୁକ୍ତି ଅଧିକାରୀ ଘନଶ୍ୟାମ ସା ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ […]
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖଡିଅଙ୍ଗ ଠାରେ ମଞ୍ଜୁରୀ ପ୍ରାପ୍ତ ୟୁପିଏଚସି କାର୍ଯ୍ୟକ୍ଷମ କରିବା ଦାବିରେ ଆସନ୍ତା ଅକ୍ଟୋବର ୧୮ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନଗର କଂଗ୍ରେସ କମିଟି ତରଫରୁ ଏକ ଜରୁରୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କ୍ଷୋଭ ପ୍ରକାଶ କରି କହିଥିଲେ ଯେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜରେ ଆଜି +୨ ଓ +୩ ଛାତ୍ରଙ୍କ ମଧ୍ୟରେ ବଚସାରୁ ଗଣ୍ଡଗୋଳ ସୃଷ୍ଟି ହୋଇ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇପଡିଥିଲା । ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଂଚି ହସ୍ତକ୍ଷେପ କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ କଲେଜରେ +୩ ଶ୍ରେଣୀରେ ପଢ଼ୁଥିବା ରାଜକନିକା ଅଂଚଳର ଜନୈକ ଛାତ୍ରଙ୍କୁ ସେହି କଲେଜରେ +୨ ଶ୍ରେଣୀରେ ପଢ଼ୁଥିବା ପଟ୍ଟାମୁଣ୍ଡାଇ ନୂଆଗାଁ କାକୁଡିପଲ୍ଲୀ […]
କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ‘ବିଶ୍ୱ ଦୃଷ୍ଟି ଦିବସ-୨୦୨୩’ ପୁରୁଣା ଡାକ୍ତରଖାନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିମନ୍ତ୍ରିତ ଅତିଥିମାନେ ସୁସ୍ଥ ନେତ୍ର ପାଇଁ ୨୦-୨୦-୨୦ ରୁଲ୍ ସମସ୍ତେ ପାଳନ କରିବା ପାଇଁ ମତ ବ୍ୟକ୍ତ କରିଥିଲେ । ଅର୍ଥାତ୍ ଡିଜିଟାଲ ଯୁଗରେ ଚକ୍ଷୁର ସୁସ୍ଥତା ପାଇଁ ୨୦ ମିନିଟ୍ କମ୍ପୁଟର୍ ଅବା ମୋବାଇଲ ବ୍ୟବହାର କରିବା ପରେ ୨୦ ଫୁଟ ଦୂରରେ ଥିବା ବସ୍ତୁକୁ […]
କେନ୍ଦ୍ରାପଡ଼ା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ହବିଷ୍ୟାଳୀଙ୍କ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ତୁଳସୀକ୍ଷେତ୍ରରେ ହବିଷ୍ୟ କରିବା ପାଇଁ ଆସୁଥିବା ହବିଷ୍ୟାଳୀଙ୍କ ରହିବା, ଖାଇବା, ସ୍ୱାସ୍ଥ୍ୟ ପରୀକ୍ଷା, ସତସଙ୍ଗ, ରାଇଦାମୋଦର ବେଶ, ଅଁଳା ବେଢା ପରିକ୍ରମା, ମନ୍ଦିର ପରିକ୍ରମା ପ୍ରଭୃତି କରାଯିବାକୁ ସ୍ଥିର କରାଯାଇଥିଲା । ସାଧୁସନ୍ଥମାନଙ୍କ […]










