କେନ୍ଦ୍ରାପଡ଼ା ଜଜାଙ୍ଗସ୍ଥିତ କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ର ଏବଂ ସ୍ୱେଛାସେବୀ ଅନୁଷ୍ଠାନ ରାଇଡ୍‌ର ମିଳିତ ସହଯୋଗରେ ବାଲିଆ ଗ୍ରାମରେ କୃଷକ ଓ କୃଷିଜୀବି ମହିଳାଙ୍କ ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନକୃଷି ବୈଜ୍ଞାନିକ ଡଃ. ପ୍ରଭଞ୍ଜନ ମିଶ୍ର ଯୋଗଦେଇ ଉଦ୍ୟାନ ଜାତୀୟ ଫସଲରେ ସୁକ୍ଷ୍ମ ଜଳସେଚନ ପ୍ରୟୋଗ ପଦ୍ଧତି ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ମତ୍ସ୍ୟ ବୈଜ୍ଞାନିକ ମାନସରଞ୍ଜନ […]

କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଆଜି କନ୍ଦ୍ରୋପଡା ସେଣ୍ଟ ଯୋଶେଫ ସ୍କୁଲରେ ସଚେତନତା ସୃଷ୍ଟି କରାଇଛି । ଏହି ଉପଲକ୍ଷେ ସେଣ୍ଟ ଯୋଶେଫ ସ୍କୁଲର ଅଧ୍ୟକ୍ଷ ଫାଦର ନବ କିଶୋର ଡିଗଲଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ, ସଦର ଥାନା ଅଧିକାରୀ ସଞ୍ଜୟ କୁମାର ଜେନା ପ୍ରମୁଖ ଯୋଗଦେଇ ସାଇବର ସୁରକ୍ଷା ନିମନ୍ତେ କିଭଳି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଆରାଧ୍ୟ ଦେବତା ଚନ୍ଦନନଗରସ୍ଥ ଚନ୍ଦ୍ରମଉଳି ମହାଦେବଙ୍କ କଲ୍ୟାଣ ମଣ୍ଡପ ଓ ମନ୍ଦିର ନବୀକରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରାୟ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚନ୍ଦ୍ରମଉଳି କଲ୍ୟାଣମଣ୍ଡପ ଓ ପ୍ରାୟ ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମନ୍ଦିର ନବୀକରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ କରି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଓଉପଦା ପଂଚାୟତ କଜଳବନ୍ଧ କେବି ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ସପ୍ନେଶ୍ୱର ନୋଡାଲ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସି ଆର ସି ସି ଉମାକାନ୍ତ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ବିଇଓ ହରିହର ଦଳାଇ ମୁଖ୍ୟଅତିଥି, ବି.ଆରସିସି ଚନ୍ଦ୍ରଶେଖର ତ୍ରିପାଠୀ ମୁଖ୍ୟବକ୍ତା ଓ ସରପଂଚ ମମତା ସାମଲ, ସମିତିସଭ୍ୟା […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ଠାରେ ବନ୍ଦେ ମାତରମ ନୋଡାଲ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜୟ ହିନ୍ଦ ହାଇସ୍କୁଲ ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟ ଓ ସି ଆର ସି ସି କଳାକର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଏ ବି ଇ […]

ପଟ୍ଟାମୁଣ୍ଡାଇ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଏକ ଆଇନ ସଚେତନତା ଶିବିର ପଟ୍ଟାମୁଣ୍ଡାଇ ଡାକ୍ତରଖାନ ସମ୍ମିଳନୀ ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଆଇନସେବା ସମିତିର ଅଧ୍ୟକ୍ଷା ସିନିଅର ସିଭିଲ ଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏହି ସଚେତନତା ଶିବିର ଆୟୋଜିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଜେଏମଏଫସି କୋଟ୍ ଜଜ୍ ସମୀକ୍ଷା ମିହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ମାନସିକ ରୋଗରେ ପୀଡିତ […]

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ମିଶନଶକ୍ତି ସ୍କୁଟର୍‌ ଯୋଜନାର ଶୁଭାରମ୍ଭ ପରେ ବୁଧବାର କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍କୁଟର ବଣ୍ଟନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍କୁଟର ବଣ୍ଟନ କରାଯାଇଛି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧ୍ୱକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବୀନ୍ଦ୍ରକୁମାର ପ୍ରଧାନଙ୍କ ଉପସ୍ଥିତିରେ […]

କେନ୍ଦ୍ରାପଡ଼ା, ତା୧୧/୧୦: ଗତ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜନତା ଦଳ ପଦଯାତ୍ରା କାର୍ଯ୍ୟକ୍ରମ ଆଜି ଜୟପ୍ରକାଶ ନାରାୟଣ ଜୟନ୍ତିରେ ଶେଷ ହୋଇଛି । କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରାଙ୍କ ନେତୃତ୍ୱରେ ଆଗଧାଡିର ବିଜେଡି ନେତା ଓ କର୍ମୀମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । କେନ୍ଦ୍ରାପଡା ସହର ତିନିମୂହାଣୀ ଛକ ସ୍ଥିତ କେନ୍ଦ୍ରାପଡା ଗାନ୍ଧୀ ପଦଯାତ୍ରା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ […]

ପ୍ରଦେଶ କଂଗ୍ରେସ  ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ବ୍ଲକର ୫ନଂ ଜୋନ୍‌ରେ  ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । ଜୋନ୍ କଂଗ୍ରେସ ସଭାପତି ତଥା ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ଧୂମାତ ପଞ୍ଚାୟତ ଅଧିନସ୍ଥ ଧୂମାତ ଗ୍ରାମର ଗାନ୍ଧୀ ପୀଠ ଠାରୁ ଆରମ୍ଭ ହୋଇ […]

  କେନ୍ଦ୍ରାପଡା ପୌର ପରିଷଦର ସାଧାରଣ ବୈଠକ ଆଜି ପୌର ପରିଷଦ ପୌରପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ନଗରପାଳ ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଶଶି ଭୂଷଣ ବେହେରା ଯୋଗ ଦେଇ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ନିମନ୍ତେ ସହଯୋଗ କରିବାକୁ ପୌର ପରିଷଦକୁ ପରାମର୍ଶ ଦେଇଥିଲେ । ଏଥି ନିମନ୍ତେ ଯାହା ଆବଶ୍ୟକ ତାହା କରିବାକୁ କହିଥିଲେ […]

କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ କେନ୍ଦ୍ରାପଡ଼ା ପୌରପାଳିକା ଟାଉନ୍‌ହଲ୍ ପରିସରରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ସନ୍ଦୀପ୍ ସମ୍ପଦ ମଡ୍‌କର, ଅତରିକ୍ତ ଜିଲ୍ଲାପାଳ( ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜଳନ୍ଧର ଜାଲି, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଉପଆରକ୍ଷୀ ଅଧୀକ୍ଷକ ଧୀରେନ୍ଦ୍ର କୁମାର ମଲ୍ଲିକ, କେନ୍ଦ୍ରାପଡ଼ା ତହସିଲ୍‌ଦାର ଅଞ୍ଜଳୀ ତରାଇ, […]

କେନ୍ଦ୍ରାପଡ଼ାର ନୂତନ ଉପଜିଲ୍ଲାପାଳ ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ରବିନ୍ଦ୍ର କୁମାର ପ୍ରଧାନ (ଓ.ପ୍ର.ସେ.-ଏସ୍‌) ଆଜି ପୂର୍ବାହ୍ନରେ ଯୋଗଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀ ପ୍ରଧାନ ପୂର୍ବରୁ ପୁରୀର ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିବା ବେଳେ ପୂର୍ବରୁ ତହସିଲଦାର ପୁରୀ ଓ କଣାସ ବିଡିଓ ଭାବେ […]

ରାଜ୍ୟ ସରପଞ୍ଚ ସଂଘ ତରଫରୁ ଗତ ୨୨ତାରିଖ ଠାରୁ ୧୫ ଦଫା ଦାବି ନେଇ କଲମ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧିନସ୍ଥ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଏହାକୁ ସମର୍ଥନ କରି ଆଜି କେନ୍ଦ୍ରାପଡା ବ୍ଲକ ଉନ୍ନୟନ ଅଧିକାରିଣୀ ବନ୍ଦନା ଖଟୁଆଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବୀ ରାଜ୍ୟ ସରକାର ପୂରଣ ନ କରିଛନ୍ତି ସେ […]

ଓଡିଶା ବିକାଶର ମହାନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ସାରା ଭାରତରେ ରୋଲମଡେଲ ହୋଇଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ନବୀନଙ୍କ ବିକାଶ ଧାରା ବିଜେଡି ପୁନଃରାୟ ବିଜୟମଣ୍ଡିତ କରିବ ବୋଲି ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରାର ଉଦଯାପନୀ ଉପଲକ୍ଷେ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଆୟୋଜିତ ଜନସମାବେଶରେ ଭାଷଣ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ […]

ପଟ୍ଟାମୁଣ୍ଡାଇର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ରାଉତଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ ଏସୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ବୁଧବାର ସ୍ଥାନୀୟ ରାମମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ସୁଧାଂଶୁ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଘର ସଭ୍ୟମାନେ ଯୋଗଦେଇ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ସ୍ୱର୍ଗତ ରାଉତଙ୍କ ଜୀବନୀ ଉପରେ ସ୍ମୁତିଚାରଣ କରିଥିଲେ । ସ୍ୱର୍ଗତ ରାଉତ ଜଣେ ନିର୍ଭିକ,ନିରପେକ୍ଷ ଓ ସାହାସୀ ସାମ୍ବାଦିକ […]

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ‘ପଲ୍ଲିଶ୍ରୀ ମେଳା’ ଓ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ ପାଇଁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମେଳା ପାଇଁ ତାରିଖ ଧାର୍ଯ୍ୟ ହେବା ସହ ଏହାକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା […]

କେନ୍ଦ୍ରାପଡ଼ା, ୧୦ା୧୦ : କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତୁଣପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନୀଳିମା ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ ମୁଖ୍ୟ ଅତିଥି ଏବଂ ବଗଡା ଗ୍ରାମପଞ୍ଚାୟତର ସରପଞ୍ଚ ସୁବନି ସାହୁ, ସମତିସଭ୍ୟା ସୈାଦାମିନୀ ଦାସ, ସି.ଆର.ସି.ସି. ଅଚ୍ୟୁତାନନ୍ଦ ସାମଲ, ବିଦ୍ୟାଳୟ ପରିଚାଳନା କମିଟି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ଗ୍ରାମର ଜଳସମ୍ପଦ ବିଭାଗ ଇଂଜିନିୟର ନିରାକାର ବିଶ୍ୱାଳ ଗତକାଲି ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ୫୭ବର୍ଷ ବୟସ ହୋଇଥିଲା । ଜଣେ ଦକ୍ଷ ଇଂଜିନିୟର ଭାବେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇଁ ପଟ୍ଟାମୁଣ୍ଡାଇ  ବ୍ଲକ ପ୍ରାକ୍ତନ ଅଧକ୍ଷ ତଥା ମାନସ ବିକାଶ ମଞ୍ଚ ସଭାପତି ମାନସ ରଞ୍ଜନ ସାମଲ, […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଟିଆପଡା ଉନ୍ନୀତ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏକ ଦୁଇ ଦିନିଆ କୁମ୍ଭୀର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ପରିବେଶବିତ ମନୋଜ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଆପୁଆ ନିର୍ଦେଶକ ତଥା ବନ୍ୟ ପ୍ରାଣୀ ସୁରକ୍ଷା ଅଭିଯାନର ପ୍ରବକ୍ତା ପରିବେଶବିତ ବିଜୟ କବି ମୁଖ୍ୟଅତିଥି,ଜମ୍ବୁ ବନଖଣ୍ଡ ବନପାଳ କବି ମହନ୍ତ ମଲିକ ମୁଖ୍ୟବକ୍ତା ଭାବେ ଯୋଗ […]

କେନ୍ଦ୍ରାପଡ଼ା, ୯ା୧୦ : ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଂଗଠନର ଜିଲ୍ଲା ଆବାହକ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ସଭାରେ ପ୍ରାଧ୍ୟାପକ ମୋହନ ଜେନା ମୁଖ୍ୟ ଅତିଥି, ଶିକ୍ଷାବିତ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ମୁଖ୍ୟବକ୍ତା ଓ ଡଃ. ବାସୁଦେବ ଦାସ ଏବଂ ଅଜୟ ସାମଲ ସମ୍ମାନିତ ଅତିଥି […]

କେନ୍ଦ୍ରାପଡ଼ା, ୯ା୧୦: କଳପଡାରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ପୋଲିସ୍ ପ୍ରଶାସନ ଆନୁକୂଲ୍ୟରେ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରୁ ସାଇବର ସଚେତନତା ରଥ କଳପଡାରେ ପହଞ୍ôଚବା ପରେ ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କ ଦ୍ୱାରା ସାଇବର ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ପୂର୍ବତନ ସମିତି ସଭ୍ୟ ସୁରେନ୍ଦ୍ର ନାଥ ଜେନାଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ସଭା ସେଠାରେ […]

କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡା ରସାବଳି ନିର୍ମାତା ସଙ୍ଘ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ସୈାରି ଚନ୍ଦ୍ର ସାହୁଙ୍କ ପୈାରହିତ୍ୟରେ ସ୍ଥାନୀୟ ଗୋପସ୍ଥିତ କମଲ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଙ୍ଘର ଆବାହକ ସରୋଜ କୁମାର ମହାନ୍ତି, ଉପଦେଷ୍ଟା ଭୁବନମୋହନ ଜେନା ଓ ଦେବେନ୍ଦ୍ର ସୁଆର ପ୍ରମୁଖ ଯୋଗଦେଇ କହିଥିଲେ ଯେ ଦୀର୍ଘ ୩ ବର୍ଷ ପରେ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ଶନିବାର ବଡମହନପୁର ପଂଚାୟତ କଣିପାଳ ଗାଁକୁ ୧୦୭ ଦଫା ନୋଟିସ ଦେବାକୁ ଆସି ହଟହଟା ହୋଇଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଛି । ଏପରିକି ସମନ ଦେବାକୁ ଆସି ପୋଲିସ କାହିଁକି ଲାଂଚ ମାଗୁଛନ୍ତି ବୋଲି ପ୍ରଶ୍ନ କରିବା ସହିତ ପୋଲିସ ଆସିଥିବା ଗାଡିର ଚାବି ଛଡାଇ ନେଇ ପୋଲିସ ବାବୁଙ୍କୁ ଘେରି ଯାଇଥିଲେ । ସୂଚନା ଅନୁସାରେ ଗତ ଅଗଷ୍ଠମାସ ୨୨ […]

ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ସି ଆର ସି ସି ବିଶ୍ୱରଞ୍ଜନ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି, ବି.ଆର.ସି.ସି ଚନ୍ଦ୍ରଶେଖର ତ୍ରିପାଠୀ ମୁଖ୍ୟବକ୍ତା, ରାଜ୍ୟ ପୁରସ୍କୃତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ,ଶିକ୍ଷାବିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଓ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଗଗନ ବିହାରୀ ସୂତାର ସମ୍ନାନିତ […]