କଳିଙ୍ଗନଗର ଘଟଣାରେ ମୃତ ବ୍ୟକ୍ତିଙ୍କ ପାଇଁ ଶ୍ରଦ୍ଧାଞ୍ଜଳି


ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିଲା ୧୮ ବର୍ଷ । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ସ୍ମୃତିରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ପକ୍ଷରୁ ଆଜି ଶହୀଦ ସ୍ମୃତି ଦିବସ ପାଳନ କରାଯାଉଛି । ଖବର ଅନୁଯାୟୀ, ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ନେଇ ଗତ ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ସ୍ଥାନୀୟ ଆଦିବାସୀ । ଜମି ଅଧିଗ୍ରହଣକୁ ବିରୋଧ କରି ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ ୧୪ ଜଣ ଆଦିବାସୀ । ଶେଷରେ ଆଦିବାସୀଙ୍କ ତୀର ମାଡ଼ରେ ଜଣେ ପୋଲିସ ଅଧିକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।ତେବେ ଏହି ମୃତ ଆଦିବାସୀଙ୍କ ସ୍ମୃତିରେ ପି ସି ସି ସଭାପତି ଶରତ ପଟନାୟକଙ୍କ ନିର୍ଦେଶରେ ମୃତ ଆଦିବାସୀଙ୍କ ଆତ୍ମାର ସଦଗତି ପାଇଁ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନଙ୍କ ନେତୃତ୍ୱରେ ବ୍ଲକ ସଭାପତି ମଳୟ ଦାସ, ଅବିନାଶ ଲେଙ୍କା, ସତ୍ୟପ୍ରିୟ ସାମଲ, ଆଲୋକ ଧଳ, ମଳୟ ଓଝା, ତପନ ପାତ୍ର, ପୁରସ୍ତମ ଗିରି, ମନୋରଞ୍ଜନ କର, ମଦନ ସାହୁ, ଦେବାଶିଷ ମହାନ୍ତି, ନରେଶ ଜେନା, ପଂଚାନନ ଦାସ, ଅମିତ ନାୟକ ବ୍ରଜକିଶୋର ନାୟକ, ଦିଲ୍ଲୀପ ମହାନ୍ତି, ପ୍ରଦୀପ ବିଶ୍ୱାଳ, ବିରେନ୍ଦ୍ର ଦାସ ପ୍ରମୁଖ ଏକ ମହମ ବତୀ ପ୍ରଜ୍ୱଳନ ଶୋଭାଯାତ୍ରା ସହିତ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ଡାମରପୁର ବାଲିପାଟଣା ଠାରେ କଳିଙ୍ଗନଗରରେ ମୃତ ଆଦିବାସୀଙ୍କ ଆତ୍ମାର ସଦଗତି ପାଇଁ ଜିଲ୍ଲା ଦଳିତ ସେଲ ସଭାପତି ସର୍ବେଶ୍ୱର ସେଠୀଙ୍କ ନେତୃତ୍ୱରେ ସତ୍ୟବାନ ବିଶ୍ୱାଳ, କଳାକାର ସାହୁ, ଗଙ୍ଗାଧର ଜେନା, ମହେଶ୍ୱର ମଲିକ, ସରସ୍ୱତୀ ସେଠୀ, ବାସନ୍ତୀ ସେଠୀ, ହୃଷିକେଶ ମଲିକ, ଗୋଲାପ ପରିଡା ପ୍ରମୁଖ ଡାମରପୁର ବାଲିପାଟଣା ଶିବ ମନ୍ଦିରରେ ମହମବତୀ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

 


Next Post

କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଉପାଧ୍ୟକ୍ଷ ଡଃ. କାଳୀପ୍ରସନ୍ନଙ୍କ ବିଶ୍ୱ ସଂସ୍କୃତ ସମ୍ମେଳନରେ ଯୋଗଦାନ

Tue Jan 2 , 2024
କେନ୍ଦ୍ରାପଡ଼ା,୨ା୧: କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଉପାଧ୍ୟକ୍ଷ, ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡକ୍ଟର କାଳୀପ୍ରସନ୍ନ ଶତପଥୀ ଆସାମର ମଙ୍ଗଳଦୈ ଠାରେ ଅନୁଷ୍ଠିତ ବିଶ୍ୱ ସଂସ୍କୃତ ସମ୍ମେଳନର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । “ବିଶ୍ୱ ହିତାୟ ସଂସ୍କୃତମ୍‌” ଆଧାରରେ ଅନୁଷ୍ଟିତ ଲୋକଭାଷା ପ୍ରଚାାର ସମିତି ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ସମ୍ମେଳନରେ ଦେଶ ତଥା ବିଦେଶରୁ ୫ଶହରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗଦେଇଥିଲେ । ଡଃ. ଶତପଥୀ ‘ମହାଭାରତରେ […]

KANIKA