କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଉପାଧ୍ୟକ୍ଷ ଡଃ. କାଳୀପ୍ରସନ୍ନଙ୍କ ବିଶ୍ୱ ସଂସ୍କୃତ ସମ୍ମେଳନରେ ଯୋଗଦାନ



କେନ୍ଦ୍ରାପଡ଼ା,୨ା୧: କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଉପାଧ୍ୟକ୍ଷ, ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡକ୍ଟର କାଳୀପ୍ରସନ୍ନ ଶତପଥୀ ଆସାମର ମଙ୍ଗଳଦୈ ଠାରେ ଅନୁଷ୍ଠିତ ବିଶ୍ୱ ସଂସ୍କୃତ ସମ୍ମେଳନର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । “ବିଶ୍ୱ ହିତାୟ ସଂସ୍କୃତମ୍‌” ଆଧାରରେ ଅନୁଷ୍ଟିତ ଲୋକଭାଷା ପ୍ରଚାାର ସମିତି ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ସମ୍ମେଳନରେ ଦେଶ ତଥା ବିଦେଶରୁ ୫ଶହରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗଦେଇଥିଲେ । ଡଃ. ଶତପଥୀ ‘ମହାଭାରତରେ ଶ୍ରୀଖଣ୍ଡୀ’ ଚରିତ୍ରରେ ବିଜ୍ଞାନ ସମ୍ପର୍କିତ ସନ୍ଦର୍ଭ ଉପସ୍ଥାପନା କରିବା ସହ ଏକ ଆଲୋଚନାଚକ୍ରରେ ମଧ୍ୟ ସମୀକ୍ଷକ ଭାବେ ଯୋଗଦେଇଥିଲେ । ଏହାବ୍ୟତିତ ସଂସ୍କୃତ କବି ସମ୍ମିଳନୀରେ ଦେଶାତ୍ମବୋଧକ ସଂସ୍କୃତ କବିତା ପାଠ କରି ସେ ବିଶ୍ୱ ପ୍ରାର୍ଥନା ଦିବସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସମ୍ମେଳନରେ ଓଡିଶାରୁ ଡଃ. ବିପିନ ବିହାରୀ ଶତପଥୀ, ନେପାଳରୁ ଡଃ. ବିପିନ ନ୍ୟୈପାନେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଡଃ. ସଦାନନ୍ଦ ଦୀକ୍ଷିତ, ଗୈାହାଟୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାରତୀ ଗୈାସ୍ୱାମୀ, ପୋଲାଣ୍ଡର ଡଃ. ଫିଲିପ, ଇଂଲଣ୍ଡର ଡଃ. ଲୁସି ଗେଷ୍ଟଙ୍କ ସମେତ ଦେଶ ଓ ବିଦେଶର ଅନେକ ବିଦ୍ୱାନ ତଥା ବିଦୁଷୀମାନେ ଯୋଗଦେଇଥିଲେ ।


Next Post

କଲେକ୍ଟୋରେଟ ଷ୍ଟାଫ କମିଟି ବାର୍ଷିକ ଉତ୍ସବ

Tue Jan 2 , 2024
କେନ୍ଦ୍ରାପଡ଼ା,୨ା୧: ସ୍ଥାନୀୟ ସଂସ୍କୃତି ଭବନଠାରେ କଲେକ୍ଟୋରେଟ୍ ଷ୍ଟାଫ୍ କମିଟି ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ । କଲେକ୍ଟୋରେଟ୍ ଷ୍ଟାଫ୍ କମିଟିର ସଭାପତି ଦିବାକର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲ, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର […]

You May Like