ଫକିରାବାଦ ଉର୍ଦ୍ଦୁ ଉ.ପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ


କେନ୍ଦ୍ରାପଡ଼ା ୬/୧: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଫକିରାବାଦ ଉର୍ଦ୍ଦୁ ଉ.ପ୍ରା ବିଦ୍ୟାଳୟର ୩୪ତମ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ସେକ୍ ମନସୁର୍ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭ୍ରମର ରାଉତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଇଚ୍ଛାପୁର କ୍ଲଷ୍ଟର ସିଆର୍‌ସିସି ବିଭୁ ପ୍ରସାଦ ନାୟକ ଓ ପୂର୍ବତନ କାଉନ୍‌ସିଲର ସେକ୍ ହିବଜୁର୍ ରହେମାନ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ସଭାପତି ମିର୍ ସମ୍ସ ତବରେଜ୍ ଅତିଥି ପରିଚୟ ଦେଇଥିଲେ । ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ୧ମ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡାରେ ଅଂଶଗ୍ରହଣ କରିଥିଲେ । ଶ୍ରୀ ରାଉତ କହିଥିଲେ କ୍ରୀଡା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଶରୀର ସୁସ୍ଥ ରହିଥାଏ । ଖେଳ ପରିଚାଳନାରେ ସମିନା ଜେନା, ମିର୍ ରଫିକ୍‌, ଗାଙ୍ଗେୟ କୁମାର ବିଶ୍ୱାଳ ଓ କ୍ରୀଡା ଶିକ୍ଷକ ରଶ୍ମିରଞ୍ଜନ ରାଉତରାୟ ସହଯୋଗ କରିଥିଲେ । ଏଥିରେ ବିଦ୍ୟାଳୟର ସଭ୍ୟ/ସଭ୍ୟାମାନେ ମିର୍ ଅବୁକ୍‌ତାଦା, ଦେବେନ୍ଦ୍ର କୁମାର ମିତ୍ର, ରମାତୁନ୍ ବିବି, ସେକ୍ ଗଜି, ସେକ୍ କମିରୁଦ୍ଦିନ୍‌, ରହେମାତୁନ୍ ବିବି ଓ ସେକ୍ ମୋତି ପ୍ରଭୃତି ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading