ମାଟିଆପଡା ହାଇସ୍କୁଲରେ ରେଡକ୍ରସ ଅଭିମୁଖୀକରଣ କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଟିଆପଡା ହାଇସ୍କୁଲରେ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ ଜୁନିଅର ରେଡକ୍ରସ ପକ୍ଷରୁ ମିଳିତ ଭାବେ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଧାନଶିକ୍ଷକ ମନୋଜ କୁମାର ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନଗର ବ୍ଲକ ଶିକ୍ଷାଧିକାରୀ ମନୋରଞ୍ଜନ ସେଠୀ ମୁଖ୍ୟଅତିଥି, ରାଜ୍ୟ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ରେଡକ୍ରସର ଲକ୍ଷ୍ୟ, ଆଭିମୁଖ୍ୟ ଓ ବିଚାରଧାରା ଉପରେ ଆଲୋକପାତ କରିଥିଲେ । ଏଥିରେ ରାଜନଗର ନୋଡାଲ ପ୍ରଧାନଶିକ୍ଷକ ଶୁଭ୍ରଜ କୁମାର ବରାଳ, ଜିଲ୍ଲା ରେଡକ୍ରସ ଯୁଗ୍ମ ସମ୍ପାଦକ ବଙ୍କିମ ବିହାରୀ ସ୍ୱାଇଁ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ଶୁଭଶ୍ରୀ ପରିଡା ଧନ୍ୟବାଦ ଦେଇଥିଲେ । ଜିଲ୍ଲା ରେଡକ୍ରସ ଅଧିକାରୀ ନିରଞ୍ଜନ ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକର ବିଭିନ୍ନ ସ୍କୁଲର ୫୦ଜଣ କାଉନସେଲର ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading