ଉଲ୍ଲାସ ନାଟ୍ୟ ଉତ୍ସବ ଉଦଯାପିତ ସାମାଜିକ ପରିବର୍ତନ କ୍ଷେତ୍ରରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ



ସାମାଜିକ ପରିବର୍ତନ କ୍ଷେତ୍ରରେ ମଞ୍ଚ ନାଟକର ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ସାଂସ୍କୃତିକ ଓ ସମାଜକଲ୍ୟାଣ ପରିଷଦ ଉଲ୍ଲାସ ପକ୍ଷରୁ ପଟ୍ଟାମୁଣ୍ଡାଇ ଯଜ୍ଞ ପଡିଆ ଠାରେ ତିନି ଦିନ ବ୍ୟାପି ଆୟୋଜିତ ନାଟ୍ୟ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପ୍ରକାଶ କରିଛନ୍ତି । ଉଲ୍ଲାସ ସଭାପତି ପ୍ରଫେସର ଦେବବ୍ରତ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ କଥାକାର ପ୍ରଦୀପ ନାୟକ ମୁଖ୍ୟବକ୍ତା ଓ ସଂଗୀତ ନିର୍ଦେଶକ ମିହିର ମହାନ୍ତି ଓ ନାଟ୍ୟକାର ପ୍ରଦୀପ ବେହେରା ସମ୍ମାନିତଅତିଥି ଭାବେ ଯୋଗ ଦେଇ କଳା ସାହିତ୍ୟ ସଂସ୍କୃତି ସାମାଜିକ ଭାବଧାରା ସୃଷ୍ଟି କରିବା ସହିତ ଅଂଚଳର ଗୌରବ ଅକ୍ଷୁର୍ଣ୍ଣ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ପ୍ରକାଶ କରିଥିଲେ । ନାଟ୍ୟକାର ଅଧ୍ୟାପକ ଗୋଲକ ମହାରଣା ସ୍ୱାଗତଭାଷଣ ଓ ଉଲ୍ଲାସ କୋଷାଧକ୍ଷ ତପରଞ୍ଜନ ବେହେରା ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସହସମ୍ପାଦକ ପ୍ରମୋଦ ସାହୁ ଧନ୍ୟବାଦ ଦେଇଥିଲେ । ବାଲିପାଟଣା ଶ୍ରୀଜଗନ୍ନାଥ ଡ୍ରାମାଟିକ କ୍ଲବ ପକ୍ଷରୁ ନାଟ୍ୟକାର ବିନୋଦ ବିହାରୀ ମାର୍ଥାଙ୍କ ରଚିତ ଓ ରତିକାନ୍ତ ମହାନ୍ତିଙ୍କ ନିର୍ଦେଶିତ ଏମିତି କେବେ ଭୁଲ ହେବନି ନାଟକ ମଞ୍ଚସ୍ଥ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଉଲ୍ଲାସ ସମ୍ପାଦକ ବାବାଜୀ ସାହୁ,କ୍ୟାପଟେନ ମନୋଜ ପରିଡା ସଲିଲେନ୍ଦୁ ମହାନ୍ତି,ମାନସ ପାଢ଼ୀ,ସଂଜୀବ ମଲ୍ଲିକ,ସଞ୍ଜୟ ରାଉତ ଓ ଆଲୋକ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।


Next Post

ବ୍ୟବସାୟଙ୍କ ବାଇକ ଲୁଟ୍ ମାମଲା, ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ

Mon Jan 8 , 2024
ପଟ୍ଟାମୁଣ୍ଡାଇ ବଜାରରୁ ଜଣେ ବ୍ୟବସାୟଙ୍କ ବାଇକ ଲୁଟ୍ ମାମଲାରେ ପଟ୍ଟାମୁଣ୍ଡାଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସମିକ୍ଷା ମହାନ୍ତି ଆସାମୀ ଦୀପକ ସେଠୀଙ୍କୁ ୨ ବର୍ଷ ଦଣ୍ଡାଦେଶ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ଗ୍ରାମର ଅଜୟ ବେହେରା ପଟ୍ଟାମୁଣ୍ଡାଇ ସହର ପୁରୁଣା ମାର୍କେଟ କମ୍ପେ୍ଲକ୍ସ ପାଖରେ ନିଜ ପାନଦୋକାନ ଆଗରେ ତାଙ୍କର ହିରୋ ଫ୍ୟାସିଅନ ବାଇକ ରଖିଥିଲେ । ଗତ […]

You May Like