ବିଦ୍ୟାଳୟ ଭିତ୍ତିକ ମାନନିର୍ଦ୍ଧାରଣ ତାଲିମ ଉଦଯାପିତ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧବଳେଶ୍ଵର ନୋଡାଲ ଉପ୍ରା ବିଦ୍ୟାଳୟରେ ତିନିଦିନ ଧରି ବିଦ୍ୟାଳୟ ଭିତ୍ତିକ ମାନନିର୍ଦ୍ଧାରଣ ତାଲିମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ, ପଟ୍ଟାମୁଣ୍ଡାଇ ବି. ଆର ସିସି ଚନ୍ଦ୍ରଶେଖର ତ୍ରିପାଠୀଙ୍କ ତତ୍ଵବଧାନରେ ଅନୁଷ୍ଠିତ ତାଲିମରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ କୁମାର ଦାସ ,ମନୋଜ କୁମାର ମୁଦୁଲି ଓ ଶୁଭଶ୍ରୀ ପ୍ରିୟଦର୍ଶିନୀ ସାହୁ ଆର ପି ଭାବରେ ଯୋଗ ଦେଇ ବିଦ୍ୟାଳୟରେ ମାନନିର୍ଦ୍ଧାରଣ ନିରନ୍ତର ଓ ସାମଗ୍ରିକ ଭାବରେ କରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସଙ୍ଗେ ସଙ୍ଗେ ବ୍ଲକକୁ ଏକ ନମ୍ବର ରେ ପରିଣତ କରିବାକୁ କୌଶଳ ଓ ସାଧନ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଏଥିରେ ଧବଳେଶ୍ଵର ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଭାକର ପରିଡା ,କମଳାକାନ୍ତ ଦାସ ,ରଜନୀକାନ୍ତ ଦାସ ,ବୀରବର ସାହୁ,ବାସନ୍ତୀ ମହାପାତ୍ର ପ୍ରମୁଖ ଭାଷଣ ଦେଇଥିଲେ।  ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ସ୍କୁଲ ର ୫୦ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ ।  ଏହି କାର୍ଯ୍ୟକ୍ରମକୁ ଗୀତାଞ୍ଜଳି ବେହେରା ଓ ପ୍ରଭାତୀ ସ୍ଵାଇଁ ପରିଚାଳନା କରିଥିଲେ ।


Next Post

ସମାଜଵାଦୀନେତା ବିଶ୍ବନାଥ ଧଳଙ୍କ ଶ୍ରଦ୍ଧାଞ୍ଜଳି ସଭା

Mon Jan 8 , 2024
ବିପ୍ଳବୀ ମରିଯାଏ କିନ୍ତୁ ବିପ୍ଳବ ମରେ ନାହିଁଁ । ସମୟର ସଵୁ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ଯିଏ ସଵୁ ମଣିଷର ହୃଦୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରେ ସେ ହିଁ ପ୍ରକୃତ ବିପ୍ଳଵୀ ବୋଲି ଆଜି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଶିଷ୍ଟ ସମାଜବାଦୀ ନେତା ନିଷ୍ପେସିତ ମଣିଷର ଅନ୍ତଃସ୍ବର ଦିବଙ୍ଗତ ବିଶ୍ବନାଥ ଧଳଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଜନ୍ମମାଟି ପଟ୍ଟାମୁଣ୍ଡାଇ ଷଣ୍ଢପଲ୍ଲୀ ଠାରେ ଆୟୋଜିତ […]

You May Like