କେନ୍ଦ୍ରାପଡା ଜିଲ୍ଲାର ହକ୍ ପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ସିପିଆଇର ଦାବିପତ୍ର



କେନ୍ଦ୍ରାପଡ଼ା ୧୦ା୧: କେନ୍ଦ୍ରାପଡା ଜିଲ୍ଲାର ହକ୍ ପାଇଁ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.) ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଉଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦେଶ ସ୍ୱାଧୀନତାର ୭୬ବର୍ଷ ପରେ ବି ଆମ କେନ୍ଦ୍ରାପଡା ଜିଲ୍ଲା ଯେଉଁ ତିମିରେ କୁ ସେହି ତିମିରେ ରହିଛି । ଜିଲ୍ଲା ଗଠନ ହେବାର ୩୦ବର୍ଷ ପରେବି ଓଡିଶା ସରକାର ରାଜ୍ୟର ବିକାଶ କଥା କହି ଡିଣ୍ଡିମ ପିଟୁଥିବା ବେଳେ ଆମ ଜିଲ୍ଲାର ସେଭଳି ଆଖି ଦୃଶିଆ ବିକାଶ ହୋଇନାହିଁ । ଆଜିବି ଆମ ଜିଲ୍ଲାରେ ଗୋଟିଏ ବି ବୃହତ ଶୀତଳ ଭଣ୍ଡାର ନାହିଁ । ଚାଷୀମାନେ ଉପନ୍ନ କରୁଥିବା ଧାନକୁ ସମ୍ପୂର୍ଣ୍ଣ ମଣ୍ଡିରେ ବିକ୍ରୀ କରିପାରିବେ ନାହିଁ । କେନ୍ଦ୍ରାପଡା ଓ ମାର୍ଶାଘାଇ କେନାଲରେ ଠିକ ଭାବରେ ଚାଷ ପାଇଁ ପାଣି ଯୋଗାଇ ଦିଆଯାଉନଥିବାରୁ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାରେ ଭଲ ମେଡିକାଲ ଟିଏ ନାହିଁ କି କଲେଜରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନାହାନ୍ତି । ତେଣୁ ଆଗାମୀ ଦିନରେ ପାର୍ଟି ପକ୍ଷରୁ ବ୍ୟାପକ ଲଢେଇ କରାଯିବା ପୂର୍ବରୁ ଦାବି ଗୁଡିକ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଦାବି ଗୁଡିକ ହେଉଛି ତୁରନ୍ତ ଜିଲ୍ଲାରେ ଏକ ବୃହତ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା, ଚାଷୀଙ୍କ ଠାରୁ ସମସ୍ତ ଧାନ ସରକାର କିଣିବା, ଭାଗଚାଷୀଙ୍କ ଠାରୁ ମଧ୍ୟ ସରକାର ଧାନ କିଣନ୍ତୁ, ଠାକୁରଙ୍କ ଜମି ଚାଷ କରିଥିବା ଚାଷୀଙ୍କ ଠାରୁ ଧାନ କିଣାଯାଇ ମଣ୍ଡିରେ ସ୍ୱଛତା ରକ୍ଷା କରାଯିବା, କେନ୍ଦ୍ରାପଡା ଓ ମାର୍ଶାଘାଇ- ଜମ୍ବୁ କେନାଲର ତୁରନ୍ତ ସଫେଇ କରାଯିବା ସହ ପାଣି ତଳ ମୁଣ୍ଡରେ ପହଞ୍ଚିବାର ସୁବ୍ୟବସ୍ଥା କରାଯିବା, ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଭତ୍ତାକୁ ବୃଦ୍ଧି କରାଯାଇ ମାସିକ ୩ହଜାର ଟଙ୍କା କରାଯିବା, କେନ୍ଦ୍ରାପଡାକୁ ତୁରନ୍ତ ଯାତ୍ରୀବାହୀ ରେଳ ଚଳାଚଳ କରାଯାଉ, କେନ୍ଦ୍ରାପଡା କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ସହିତ ତୁରନ୍ତ ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଟା କରାଯିବା, ପେଟ୍ରୋଲ ଓ ଡିଜେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ଜନିଷ ଡାଲି, ତେଲ, ଔଷଧ, ପାଠପଢା କାହଜ ପ୍ରଭୃତିର ଦାମ ହ୍ରାସ କରାଯିବା, ଦୁର୍ନୀତି ରୂପକ ମହାମାରୀକୁ ରୋକିବାର ବ୍ୟବସ୍ଥା କରାଯାଉ, ଅସଂଗଠିତ ଶ୍ରମିକ(ଆଶାକର୍ମୀ, ପାଚିକା, ଅଙ୍ଗନୱାଡି କର୍ମୀ, କୃଷକ)ମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ ଏବଂ ମୁଗ ପାଇଁ ପାଣି ଠିକ ସମୟରେ କେନାଲରେ ଛଡାଯିବା ପ୍ରଭୃତି ଦାବି ଗୁଡିକ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସମ୍ପାଦକ ସାଥି ରମଣୀରଞ୍ଜନ ରାଉତରାୟ, ସହସମ୍ପାଦକ ସାଥି ଆଦିକନ୍ଦ ରାଉଳ, ମାର୍ଶାଘାଇ- ମହାକାଳପଡା ଜୋନ୍ ସମ୍ପାଦକ ସାଥର ବିକାଶ ଚନ୍ଦ୍ର ବେଉରା, ପ୍ରାକ୍ତନ ଜିଲ୍ଲା ସମ୍ପାଦକ ସାଥି ବାବାଜୀ ଧଳ, ସାଥି ସୀତାକାନ୍ତ ନାୟକ, ସାଥି ନିରଞ୍ଜନ ଦାଶ, ସାଥି ରମେଶ ଚନ୍ଦ୍ର ନାୟକ, ସାଥି ସଂଯୁକ୍ତା ରାଉତ, ସାଥି ସୋହାନା ବେଗମ୍‌, ସାଥି ଅଭୟ ଦାସ, ସାଥର ଶୁବାସିନୀ ଭଦ୍ର, ସାଥି ପ୍ରଦୀପ ବେହେରା, ସାଥର ଚିତ୍ତରଞ୍ଜନ ମହାନ୍ତି, ସାଥି ପ୍ରମୋଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading