କେନ୍ଦ୍ରାପଡ଼ାରେ ଗଡ଼ିଲା ଇଭିଏମ୍ ଭିଭିପିଏଟି ଭ୍ରାମ୍ୟମାଣ ସଚେତନତା ରଥ


ଆସନ୍ତା ୨୦୨୪  ସାଧାରଣ ନିର୍ବାଚନ ପାଇଁ ଇଭିଏମ୍ ଓ ଭିଭିପିଏଟି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଓ ଡେପୁଟି କଲେକ୍ଟର(ନିର୍ବାଚନ) ଶିବାଶିଷ ପରିଡ଼ାଙ୍କ ଦ୍ୱାରା ଏହା ଶୁଭାର କରାଯାଇଛି ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ୯ଟି ବ୍ଲକ ଓ ୨ଟି ପୌରାଚଂଳରେ ମୋଟ୍ ୧୧ ଗୋଟି ଭ୍ରାମ୍ୟମାଣ ସଚେତନତା ରଥ ବୁଧବାର ଠାରୁ ଭ୍ରମଣ ଆରମ୍ଭ କରିଛି । ଏହି ସଚେତନତା ଅଭିଯାନ ଆସନ୍ତା ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁରହି ଭିଏମ୍ ଓ ଭିଭିପିଏଟିର ସହଜ ବ୍ୟବହାର ସମ୍ପର୍କରେ ଲୋକଙ୍କୁ ସୁପରିଚିତି ବା ଫାମିଲିଆର୍ କରାଇବ ବୋଲି ଡେପୁଟି କଲେକ୍ଟର ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି ।୨୦୨୪ ସାଧାରଣ ନର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ରାପଡ଼ାବାସୀ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ଦିଗରେ ନାଗରିକଙ୍କର ରହିଛି ଗୁରୁ ଦାୟିତ୍ୱ । ତେଣୁ ସେମାନଙ୍କ ମନରେ ଉପଜୁଥିବା ଦ୍ୱନ୍ଦ୍ୱ /ସମସ୍ୟାର ପରିସମାପ୍ତି ପାଇଁ ଇଭିଏମ୍ ଓ ଭିଭିପିଏଟିର ସଫଳ ବ୍ୟବହାର କୌଶଳ ବିଷୟରେ ଜାଣିବା ମଧ୍ୟ ସେମାନଙ୍କ ଅଧିକାର । ତେଣୁ ଭାରତୀୟ ନିର୍ବାଚନ କମିସନ୍ ନିର୍ଦ୍ଦେଶକ୍ରମେ ଏହି ଭ୍ରାମ୍ୟମାଣ ସଚେତନତା ରଥ ଜିଲ୍ଲାର ସମସ୍ତ ପୋଲିଂ ଷ୍ଟେସନ୍ ବୁଲି ଇଭିଏମ୍ ଓ ଭିଭିପିଏଟିର  ସହଜ ବ୍ୟବହାର ସମ୍ପର୍କରେ ବାର୍ତା ବାଂଟିବା ସହ ଲୋକଙ୍କୁ ଏହା ପ୍ରତି ଫାମିଲିଆର୍ ବା ସୁପରିଚିତି କରାଇବ ।


Next Post

ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Thu Jan 11 , 2024
କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ କାର୍ଯ୍ୟାଳୟର ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ସଭାପତିତ୍ବରେ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସଭାରେ ଯୋଗଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ସମ୍ଭନ୍ଧରେ ପ୍ରତିପାଦନ କରିଥିଲେ। ଏହା ପରେ ଏହି ଜାତୀୟ ଦିବସକୁ ଜିଲ୍ଲା ସ୍ତରରେ  ସୁନ୍ଦର ତଥା ଆକର୍ଷଣୀୟ ଭାବେ ବ୍ୟବସ୍ଥିତ […]

You May Like