୨୦୨୪ ନିର୍ବାଚନ ପାଇଁ ସରଗରମ ରାଜନୈତିକ ପାଣିପାଗ : ବିଜେଡି, ଭାଜପା ଓ କଂଗ୍ରେସର ପୋଷ୍ଟର ୱାର , ସହର ସାରା ଛାଇଯାଇଛି ଶୁଭେଚ୍ଛା ବ୍ୟାନର



ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ନୂଆବର୍ଷରେ ରାଜନୈତିକ ପାଣିପାଗ ସରଗରମ ହୋଇପଡିଥିବା ବେଳେ ରାଜନଗର ନିର୍ବାଚନ ମଣ୍ଡଳୀର ପଟ୍ଟାମୁଣ୍ଡାଇ ଲୋକଙ୍କ ନିକଟତର ହେବାକୁ ନେତାମାନେ ରୂପରେଖ ପ୍ରସ୍ତୁତ କରି ସାରିଲେଣି । ନୂଆବର୍ଷର ଅଭିନନ୍ଦନ ନାଁରେ ପଟ୍ଟାମୁଣ୍ଡାଇର ଗଳିକନ୍ଦିରେ ପୋଷ୍ଟର-ବ୍ୟାନରକୁ ନେଇ ରାଜନୀତି ଜୋର ଧରିଛି । ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଅଭିନନ୍ଦନର ବାର୍ତା ଦେଉଥିବା ବେଳେ ଭାଜପା ଓ କଂଗ୍ରେସ ଦେଉଛନ୍ତି ଦୁର୍ନୀତି ବିରୋଧି ଓ ପରିବର୍ତନର ବାର୍ତା ।
ଅଣକଂଗ୍ରେସ ରାଜନୀତିର ଅଭେଦ୍ୟ ଦୂର୍ଗ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କ କର୍ମଭୂମି କେନ୍ଦ୍ରାପଡା ଜିଲ୍ଲା ଏକଦା ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରିଆସିଛି । ସୀମା ପୁନଃନିର୍ଦ୍ଧାରଣ ପରେ ପଟ୍ଟାମୁଣ୍ଡାଇ ସଂରକ୍ଷିତ ଆସନର ବିଲୋପ ଘଟି ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଂଚାୟତ ଓ ପୌରାଂଚଳ ଏବଂ ରାଜନଗର ବ୍ଲକର ୨୯ଟି ପଂଚାୟତକୁ ନେଇ ନୂତନ ରାଜନଗର ନିର୍ବାଚନମଣ୍ଡଳୀ ଗଠନ ହେଇଛି । ମାତ୍ର ପଟ୍ଟାମୁଣ୍ଡାଇ ରାଜନୈତିକ ଦୃଶ୍ୟପଟ୍ଟକୁ ଲକ୍ଷ୍ୟ କଲେ ବିରୋଧି କଂଗ୍ରେସ ଓ ଭାଜପାକୁ ଲୋକେ କ୍ଷମତାରେ ଥିବା ବିଜେଡ଼ିର ବିକଳ୍ପ ଭାବେ ଗ୍ରହଣ କରିପାରୁନାହାଁନ୍ତି । କଂଗ୍ରେସର ଦୀର୍ଘ ଶାସନକୁ ପଟ୍ଟାମୁଣ୍ଡାଇ ଅଂଚଳଲୋକେ ବହୁ ବର୍ଷ ଧରି ଦେଖିଛନ୍ତି । ହେଲେ କ୍ଷମତାରେ ଥିଲାବେଳେ ହେଉ କି କ୍ଷମତାରୁ ଗଲା ପରେ ହେଉ କିଛି (ନେତୃତ୍ୱ କ୍ଷେତ୍ରରେ ବ୍ୟତିକ୍ରମକୁ ଛାଡ଼ି ଦେଲେ) କଂଗ୍ରେସ ସାମଗ୍ରିକ ଭାବେ କେବେ ଜନସାଧାରଣଙ୍କ ସ୍ୱାର୍ଥକୁ ଗୁରୂତ୍ୱ ଦେଇନାହିଁ । ଯାହାର ପରିଣାମରେ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଏକପ୍ରକାର ଧୋଇ ହୋଇଯାଇଛି । ଦୀର୍ଘ ବର୍ଷ ହେବ ଏଠାରେ କଂଗ୍ରେସ ମାଟି କାମୁଡି ପଡିଥିବା ବେଳେ ଯୁବନେତା ପୁର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ଅମାୟିକ ବ୍ୟକ୍ତିତ୍ୱ ପାଇଁ ୨୦୧୪ ନିର୍ବାଚନରେ ରାଜନଗରରୁ କଂଗ୍ରେସର ବାଜିମାତ କରିଥିଲା । କଂଗ୍ରେସ ନେତା କର୍ମୀମାନେ ଦଳଗତ ଭାବେ ବରିଷ୍ଠନେତାଙ୍କ ସହ ସ୍ୱର୍ଗତ ନଳିନୀ ମହାନ୍ତି ଓ ଅଂଶୁମାନଙ୍କ ଫଟୋ ବ୍ୟାନର ଲଗାଇ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି । ଏକାଧିକ କଂଗ୍ରେସ ନେତାଙ୍କ ବ୍ୟାନର ଲାଗିଛି ମାତ୍ର ଅଧିକାଂଶ ବ୍ୟାନରରେ ହାତ ଚିହ୍ନ ଦେଖିବାକୁ ମିଳୁନାହିଁ । ପୁର୍ବତନ ବିଧାୟକ ମହାନ୍ତିଙ୍କୁ ପାରିବାରେ ସମସ୍ତ ବ୍ୟାନରରେ ଜାତୀୟ କଂଗ୍ରେସର ବରିଷ୍ଠ ନେତା ମାନଙ୍କୁ ସ୍ଥାନିତ କରାଯାଇଛି । ହାତ ଚିହ୍ନ ନରଖି ଆମ ବଡଠାକୁର ଜଗନ୍ନାଥଙ୍କୁ ସର୍ବ ଉପରେ ରଖାଯାଇଛି ବୋଲି କହିଥିଲେ ।
ଅନ୍ୟପକ୍ଷରେ ନିର୍ବାଚନ ପାଖେଇ ଆସୁଥିବାରୁ ବିଧାନସଭା କ୍ଷେତ୍ର ହିସାବରେ ଭାଜପାର ସେଭଳି ଆଖିଦୃଶିଆ ନେତୃତ୍ୱ ଦେଖିବାକୁ ମିଳୁନାହିଁ । ରାଜନଗରର ପୂର୍ବତନ ବିଧାୟକ ଅଲେଖ କୁମାର ଜେନାଙ୍କ ନେତୃତ୍ୱକୁ ଭାଜପା ନେତା ଓ କର୍ମୀମାନେ ଗ୍ରହଣ କରିପାରୁନଥିବା ବେଳେ ଅର୍ନ୍ତଦ୍ୱନ୍ଦରେ ଭାଜପାର ନେତୃତ୍ୱ କାମ କରୁନାହିଁ । ସେଥିନେଇ ପଟ୍ଟାମୁଣ୍ଡାଇ ଅଂଚଳରେ ଏବେ ଭାଜପାର ଅନ୍ୟ ସଂଗଠନ ସକ୍ରିୟ ହେଉଛି । ସେଥିନେଇ ଭାଜପାର ନୁଆବର୍ଷ ଅଭିନନ୍ଦନ ବ୍ୟାନରରେ କେଉଁଠି ଧମେନ୍ଦ୍ର ପ୍ରଧାନଙ୍କ ସହିତ ତ ଆଉ କେଉଁଠି ବୈଜୟନ୍ତ ପଣ୍ଡାଙ୍କ ସହିତ ବିଭିନ୍ନ ହୋଡିଂରେ ଦେଖିବାକୁ ମିଳୁଛି । ଏହି ଦଳର ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେଉଛି । ଶାସକ ଦଳକୁ ଟାର୍ଗେଟ କରି ଭାଜପା ନେତାମାନେ ଅଭିନନ୍ଦନ ଆଳରେ ଦେଇଛନ୍ତି ପରିବର୍ତନର ଆହ୍ୱାନ । ଦଳ ପକ୍ଷରୁ ବିଭିନ୍ନ ଛକ, ବଜାରମାନଙ୍କରେ ବ୍ୟାନର ପୋଷ୍ଟର ଲଗାଯାଇଛି । ଏବାବଦରେ ପୂର୍ବତନ ବିଧାୟକ ଜେନା କୁହନ୍ତି ବିଦେଶା ଗତ ଚଢେଇ ଭଳି ୫ ବର୍ଷରେ ଥରେ ଆସନ୍ତି ଏବଂ ପଳାଇ ଯାଆନ୍ତି । ବିଗତ ୪୦ ବର୍ଷ ଧରି ଲୋକଙ୍କ ସେବାରେ ଥିଲୁ, ଅଛୁ ଏବଂ ରହିବୁ ବୋଲି କହିଥିଲେ ।
ଆଉ ଶାସନ ଗାଦିରେ ଥିବା ବିଜେଡି ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି । ନୂଆବର୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ପକ୍ଷରୁ ଚାରିଆଡେ ଲଗାଯାଇଥିବା ତୋରଣ, ପୋଷ୍ଟର, ବ୍ୟାନରରେ ଜ୍ୱାଇଁପୁଅ କାର୍ତିକ ପାଣ୍ଡିଆନ ଓ ନବୀନଙ୍କ ସ୍ୱଚ୍ଛ ଶାସନର ଦ୍ୱାହି ଦେଇ ନୂଆବର୍ଷର ଅଭିନନ୍ଦନ ବାର୍ତା ଦିଆଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ନିଜ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ତାଙ୍କ ସହ ସ୍ଥାନୀୟ ପୌରଧ୍ୟକ୍ଷ, ୱାର୍ଡପ୍ରମୁଖ, ବ୍ଲକଅଧ୍ୟକ୍ଷ, ସରପଂଚ ଓ ନେତାମାନଙ୍କୁ ଦେଖିବାକୁ ମିଳୁଛି । ବିଜେଡିର ଆଉ କିଛି ଆଶାୟୀ ପ୍ରାର୍ଥୀ ମଧ୍ୟ ନିଜ ସମର୍ଥକଙ୍କୁ ସାଙ୍ଗରେ ଧରି ବସ୍ତି, କଲୋନି ଓ ଗାଁରେ ବୁଲୁଛନ୍ତି । ସେମାନେ ବିଭିନ୍ନ ସାଂସ୍କୃତିକ ଓ ଧାର୍ମିକ ଉତ୍ସବରେ ମଧ୍ୟ ଲୋକଙ୍କ ଗହଣକୁ ଯାଉଛନ୍ତି । ଟିକେଟ ଆଶାୟୀ ଥିବା ଆଉ କିଛି ନେତା ଏବେ ମୁଣ୍ଡ ଟେକିବା ସହ ଗଳିକନ୍ଦି ବୁଲୁଥିବା ଦେଖିବାକୁ ମିଳୁଛି । ଏବେ ନୂଆବର୍ଷ ଆଳରେ ସହରରେ ମାଳମାଳ ବ୍ୟାନର ଟଙ୍ଗା ହୋଇଥିବା ବେଳେ ପଟ୍ଟାମୁଣ୍ଡାଇ କଲେଜ ମେନଗେଟକୁ ମଧ୍ୟ ନୂଆବର୍ଷ ବ୍ୟାନରରେ ଢଙ୍କାଇ ଦିଆଯାଇଛି । ବ୍ୟାନର ଓ ହୋର୍ଡିଂ ଦୃଷ୍ଟିରୁ ଦେଖିଲେ ବିଜେଡି ଆଗରେ ରହିଛି । ବିଜେଡିର କୌଣସି ପଦପଦବିରେ ଥିବା ନେତା ପତିଆରା ଜାହିର କରୁଛନ୍ତି । ରାଜନଗର ବିଧାୟକ ଧ୍ରୁର୍ବ ସାହୁ କୁହନ୍ତି ରାଜନୀତିରେ ଏପରି ଅସନ୍ତୁଷ୍ଟ ରୁହନ୍ତି ବୋଲି କହିଥିଲେ ।


Next Post

ବ୍ରାହ୍ମଣୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ରେ ବାଳିକା ଆତ୍ମ ସୁରକ୍ଷା କର୍ମଶାଳା

Fri Jan 12 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦାଣ୍ଡିସାହି ବ୍ରାହ୍ମଣୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମସୁରକ୍ଷା କର୍ମଶାଳା ଉଦଘାଟିତ ହୋଇଯାଇଛି । ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ ସୁବାଷ ଚନ୍ଦ୍ର ଜେନା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ସମାଜସେବୀ ବରିଷ୍ଠ ସାମ୍ବାଦିକ ଚିତରଞନ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଳିକାମାନଙ୍କୁ ନିଜର ଆତ୍ମ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । କୌଣସି ବ୍ୟକ୍ତି ବା ପୁଅ ସାଙ୍ଗଙ୍କ ଠାରୁ […]

You May Like