ଅବସର କର୍ମଚାରୀ ପରିଷଦ ବନ୍ଧୁମିଳନ ଓ ଆଲୋଚନା ସଭା



କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଅବସର କର୍ମଚାରୀ ପରିଷଦ ପକ୍ଷରୁ ନବବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ ଓ ଆଲୋଚନା ସଭା ଝାଡ଼ବଣ ଠାରେ ଅନୁଷ୍ଠିତ ହୋଇଯାଇଛି ।  ପରିଷଦ ସମ୍ପାଦକ ରାଜକୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପ୍ରେମାନନ୍ଦ ସୂତାର, କାର୍ତିକ ରାଉତ, ନିମାଇ ମଲ୍ଲିକ,ରଂଜିତ ରାଉତ,ଧରଣୀଧର ନାଥଶର୍ମା ଭଗବାନ ରାଉତ,ନୃସିଂହ ରାଉତ, ବିଚିତ୍ରାନନ୍ଦ ସାମଲ,ଧରଣୀଧର ବିଶ୍ୱାଳ,ରମେଶ ଦାସ,ନିରାକାର ସୂତାର, ପତିତପାବନ ଦାସ, କାର୍ତିକ ମଲ୍ଲିକ, ବିଜୟ ନାୟକ,ଭରତ ସିଂହ, ମାନଗୋବିନ୍ଦ ପରିଡା ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇ ପେନସନଧାରୀମାନଙ୍କୁ ନୂତନ ବି ଏସ କେ ୱାଇ ନବୀନ କାର୍ଡ ଯୋଜନାରେ ସାମିଲ କରିବା,ପରିଭ୍ରମଣ ପାଇଁ ଅନୁଦାନ ଯୋଗାଇବା,ସମସ୍ତ ବସରେ ଶତକଡା ୫୦ଭାଗ ରିହାତି ପ୍ରଦାନ କରିବା,୬୫ବର୍ଷରେ ୫% ୭୦ବର୍ଷରେ ୧୦%୭୫ବର୍ଷରେ ୧୫% ୮୦ବର୍ଷରେ ୨୦% ଅତିରିକ୍ତ ପେନସନ ଲାଗୁ କରିବା ପାଇଁ ସରକାର ଠାରେ ଦାବୀ କରିଥିଲେ । ଏଇ ଅବସରରେ ପରିଷଦ ସଦସ୍ୟମାନେ ପରସ୍ପରକୁ ନବବର୍ଷ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିବା ସହିତ ମିଳିତ ବଣଭୋଜି କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରେମାନନ୍ଦ ସୂତାର, କାର୍ତିକ ରାଉତ ଓ ନିମାଇ ମଲ୍ଲିକ ପରିଚାଳନା କରିଥିଲେ ।


Next Post

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

Fri Jan 12 , 2024
  କେନ୍ଦ୍ରାପଡ଼ା ୧୨ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ଯୁବ ରେଡ୍‌କ୍ରସ୍ ଆନୁକୂଲ୍ୟରେ ୨୭ତମ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାମାଜିକ କର୍ମୀ ବିଷ୍ଣୁଚରଣ ମହାପାତ୍ର ଯୋଗଦେଇ ବିବେକାନନ୍ଦଙ୍କ ଶିକ୍ଷାଦାନ ଏବଂ ଆନ୍ତର୍ଜାତୀୟ ସଂହତିରେ ଯୁବକମାନଙ୍କ ଭୂମିକା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଏହି ସଭାରେ ଯୁବ […]

KANIKA