ରୁଦ୍ରାଣୀ ପବ୍ଲିକ ସ୍କୁଲ ର ୧୮ ତମ ବାର୍ଷିକ ଉତ୍ସବ



କେନ୍ଦ୍ରାପଡ଼ା ୧୨/୧- କେନ୍ଦ୍ରାପଡା ସହର ନିକଟ ରୁଦ୍ରାଣୀ ପବ୍ଲିକ ସ୍କୁଲର ୧୮ ତମ ବାର୍ଷିକ ଉତ୍ସବ “ଆରମ୍ଭ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ସମ୍ମାନିତ ଅତିଥି ଭାବରେ ସେଣ୍ଟ ଜାଭିଅର ସ୍କୁଲର ଅଧକ୍ଷ ପ୍ରତାପ ଶତପଥି, ମୁଖ୍ୟବକ୍ତା ଭାବେ ପଣ୍ଡିତ ହୃଷିକେଶ ରଥ, ସଭାପତି ଭାବରେ ଅବସର ପ୍ରାପ୍ତ ପୂର୍ବତନ ରୋଟାରିଆନ ପିତାମ୍ବର ଦାସ, ରୁଦ୍ରାଣୀ ପବ୍ଲିକ ସ୍କୁଲ ଅ୍ମକ୍ଷା ସୌଦାମିନୀ ପଣ୍ଡା, ସମ୍ପାଦକ ଇନ୍ଦ୍ରମଣି ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ପରେ ବିଦ୍ୟାଳୟର ପିଲାମାନଙ୍କ ଉଦେଶ୍ୟରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ସେମାନଙ୍କର ଅଭିଭାଷଣ ରଖି କହିଥିଲେ ଯେ ବାପା ମାଆ ଭଲ ହେଲେ ପିଲାମାନେ ମ୍ମ ଭଲ ହେବେ ଓ ସଂସ୍କାରି ହେବେ ବୋଲି ମୁଖ୍ୟବକ୍ତା କହିଥିଲେ, କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ମ୍ମ ରୁଦ୍ରାଣୀ ପବ୍ଲିକ ସ୍କୁଲ କେନ୍ଦ୍ରାପଡ଼ାର ଏକ ଶୃଙ୍ଖଳିତ ବିଦ୍ୟାଳୟ କହିବା ସହିତ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅ୍ମକ୍ଷା ସୌଦାମିନୀ ପଣ୍ଡାଙ୍କୁ ପ୍ରଶଂସା କରିଥିଲେ,ଏହି ବାର୍ଷିକ ଉତ୍ସବରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର କରାଯାଇଥିଲା, ଏହା ପରେ କୁନି କୁନି ପିଲାମାନଙ୍କ ଦ୍ୱାରା ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଅଧୟନ କରୁଥିବା ଛାତ୍ର ଛାତ୍ରୀଙ୍କ ଅଭି୍ୱାବକ ଅଭି୍ୱାବିକା ଓ ଅନେକ ଲୋକ ଯାଗଦେଇଥିବା ବେଳେ ପିଲାମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ନାଚ ଗୀତକୁ ଖୁବ ଉପଭୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading