ପଟ୍ଟାମୁଣ୍ଡାଇ ଏମ.ଏନ ହାଇସ୍କୁଲ ୮୧ତମ ପ୍ରତିଷ୍ଠା ଦିବସ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଚଂଳର ସର୍ବପୁରାତନ ଗୌରବମୟ ସରକାରୀ ଶିକ୍ଷାନୁଷ୍ଠାନ ଏମ.ଏନ ହାଇସ୍କୁଲର ୮୧ତମ ପ୍ରତିଷ୍ଠା ଦିବସ ପୁରାତନ ଛାତ୍ରସଂସଦ ପକ୍ଷରୁ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ବିହାରି ପ୍ରଧାନଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ପୁରାତନ ଛାତ୍ରସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟଧନ ପରିଡା ମୁଖ୍ୟ ଅତିଥି, ମୋ ସ୍କୁଲ ଅଭିଯାନ କମିଟିର ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ ମୂଖ୍ୟବକ୍ତା, ପୁରାତନ ଛାତ୍ର ସଂସଦ ସଂପାଦକ ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ, ଅଭିଭାବକ ସଂଘ ସଭାପତି ଆଡଭୋକେଟ ଗୋପିନାଥ ତ୍ରିପାଠୀ, ପରିଚାଳନା କମିଟି ସଭାପତି ତପନ ଦାଶ, ପୁରାତନ ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ଶିକ୍ଷକ ନେତା ବିଜୟ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ.ତପନ ପାତ୍ର, ପୂରାତନ ଛାତ୍ର ସଂସଦ ଉପସଭାପତି ରାଜେନ୍ଦ୍ର ଦାଶ,ଶିଶିର ମଲିକ,ପ୍ରମୋଦ କୁମାର ସାହୁ, ଖବରଦାତା ପତିତପାବନ ଭାଦ୍ର, ଅନିଲ ଚୌଧୁରୀ, ଗୋପିବହ୍ଲବ ନାୟକ, ସଚ୍ଚୀନନ୍ଦନ ଦାସ, ରଞନ ଦାସ, ଆଇନଜୀବୀ ପ୍ରମୋଦ ସାହୁ, ସନ୍ଧ୍ୟାରାଣୀ ପ୍ରଣୀଗ୍ରାହୀ, ସ୍ୱର୍ଣ୍ଣମୟୀ ନାୟକ, ତପସ୍ୱନୀ ମଲ୍ଲିକ, ଶଶାଙ୍କ ଶେଖର ସାହୁ ପ୍ରମୁଖ ଛାତ୍ରୀଛାତ୍ର , ଶିକ୍ଷୟିତ୍ରୀ/ଶିକ୍ଷକ ଯୋଗଦାନ କରି ଏମଏନ ହାଇସ୍କୁଲର ବିକାଶ ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟକୁ ସେଂଟର ଫର ଏସ୍କକ୍ଲାନସ ୨୦୨୦ ମସିହାରେ ଘୋଷଣା କରାଯାଇଥିଲେ ହେଁ ଅଦ୍ୟାବଧି ଭିର୍ତିଭୁମିର କରାଯାଇ ନାହିଁ ।ଦିର୍ଘ ଦିନ ହେବ ବିଦ୍ୟାଳୟରେ ଶିକ୍ଷୟିତ୍ରୀ , ଶିକ୍ଷକ ଓ ଶିକ୍ଷାକର୍ମଚାରୀ ପଦବୀ ଖାଲି ପଡିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଆଲୋଚନା କରାଯାଇ ଆଶୁ ସମାଧାନ ପାଇଁ  ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ କାରାଯାଇଥିଲା । ସଭା ପ୍ରାରମ୍ଭରେ ହାଇସ୍କୁଲର ଦିବଂଗତ ଛାତ୍ରୀଛାତ୍ରଙ୍କ ଆତ୍ମାର ସଦଗତି ପାଇଁ ୧ମି. ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ସ୍ୱର୍ଣ୍ଣମୟୀ ନାୟକ ଧନ୍ୟବାଦ ଦେଇଥିଲେ ।


Next Post

ଏମ ଏନ ହାଇସ୍କୁଲ ଶିକ୍ଷକ ଅଭିଭାବକ ପରିଚାଳନା ବୈଠକ

Sun Jan 14 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଶିକ୍ଷକ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗଗନ ସୂତାରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପୁରାତନ ଛାତ୍ରସଂସଦ କୋଷାଧକ୍ଷ ଗୋପୀନାଥ ତ୍ରିପାଠୀ,ପରିଚାଳନା କମିଟି ସଭ୍ୟ ତପନ ପାତ୍ର,ଦେବାଶିଷ ପ୍ରଧାନ, ରେଖାରାଣୀ ବାଇ ପ୍ରମୁଖ ହାଇସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷକ ଅଶୋକ ଦାଶ , ସୁଜୟ ରାଉତରାୟ, ସସ୍ମିତା […]

KANIKA