
କେନ୍ଦ୍ରାପଡା,୨୧ା୧୨: ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶିନୀ ବରଗଡ ଜିଲ୍ଲାର ବରପାଲି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ତିନିଦିନଧରି ଉଦ୍ଯାପିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ କେନ୍ଦ୍ରାପଡାର ୭ଟି ପ୍ରକଳ୍ପ ମଧ୍ୟରୁ ୪ଗୋଟି ପ୍ରକଳ୍ପ ଜୋନସ୍ତରକୁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଓଡିଶା ଆଦର୍ଶ ବିଦ୍ୟାଳୟ ତରାଣ୍ଡୋ ଏକାଦଶ ଶ୍ରେଣୀର ଛାତ୍ରୀ ସ୍ୱାତୀପ୍ରଜ୍ଞା ରଥ ଖାଦ୍ୟ ସ୍ୱାସ୍ଥ୍ୟ ବିଷୟବସ୍ତୁରେ ପ୍ରଥମ ସ୍ଥାନ ଓ ପଟ୍ଟାମୁଣ୍ଡାଇର ଗଙ୍ଗାରାମପୁରସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ପ୍ରାଣତୋଷ ପ୍ରଧାନ ବିପର୍ଯ୍ୟୟ ପରିଚାଳନାରେ ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏହାଛଡା ଆଉ ଦୁଇଜଣ କୁନି ବୈଜ୍ଞାନିକ ଇନ୍ଦୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ରଶ୍ମିରଞ୍ଜନ ସାହୁ ବର୍ଯ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଓ ଗୋଜାବନ୍ଧ ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ସନ୍ତୋଷ କୁମାର ବାରିକ ପରିବହନ ଓ ଯୋଗାଯୋଗ ପ୍ରକଳ୍ପରେ ଭାଗ ନେଇ ଜୋନସ୍ତରକୁ ମନୋନୀତ ହୋଇଛନ୍ତି। ଏହି ୪ଜଣ କୁନି ବୈଜ୍ଞାନିକ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଆସନ୍ତା ୭,୮ ଓ ୯ତାରିଖରେ କୋଲକତାର ବି. ଆଇ. ଟି. ଏମ. ଠାରେ ଅନୁଷ୍ଠିତ ଜୋନସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି କୁନି ବୈଜ୍ଞାନିକମାନଙ୍କୁ ଓ ସେମାନଙ୍କର ମାର୍ଗଦର୍ଶକଙ୍କୁ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଷିଧ କୁମାର ବାରିକ ସମ୍ପୃକ୍ତ ବିଦ୍ୟାଳୟରେ ପହଞ୍ôଚ ଉତ୍ସାହିତ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଏହି ୪ଜଣ କୁନି ପ୍ରତିଭା ଓ ତାଙ୍କ ଗାଇଡ୍ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।
2 thoughts on “ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶିନୀରେ ଜିଲ୍ଲାର ୪ ପ୍ରକଳ୍ପ ଜୋନସ୍ତରକୁ ମନୋନୀତ”
Comments are closed.


Character is like a tree and
Reputation is like it’s shadow
The best way to find yourself is to lost yourself in the service of others
Our buddies are the guardians and our wills are the gardeners
The heart is an involuntary muscular organ which works like a double
Kidney kidneys are the bean like structure that filter out urine from the blood