କସ୍ତୁରୀ କଳା ନିକେତନ ୩୧ତମ ବାର୍ଷିକ ଉତ୍ସବ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମାଟିର କଳା ସାହିତ୍ୟ ସଂସ୍କୃତି ନିଜର ଉତ୍କର୍ଷତା ପାଇଁ ଆଜି ବିଶ୍ୱ ଦରବାରରେ ପହଂଚି ପାରିଛି । ଏହି ମାଟିର ବହୁ କଳାକାର ସାହିତ୍ୟିକ ଓ ନାଟ୍ୟକାର ପ୍ରତିଷ୍ଠା ଲାଭ କରି ପଟ୍ଟାମୁଣ୍ଡାଇ ପାଇଁ ଗୌରବ ଆଣିଛନ୍ତି । ଯାହାଫଳରେ କଳା ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ଅନନ୍ୟ ପରିଚୟ ସୃଷ୍ଟି କରିଛି ବୋଲି ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ କସ୍ତୁରୀ କଳା ନିକେତନର ୩୧ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । କସ୍ତୁରୀ କଳା ନିକେତନ ସଭାପତି ଶିକ୍ଷାବିତ ସୁରେଶ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ବିଧାୟକ ଶ୍ରୀସାହୁ କହିଲେ ସମଗ୍ର ବିଶ୍ୱରେ କଳା, ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ କଳାତୀର୍ଥ ପଟ୍ଟାମୁଣ୍ଡାଇର ବଳିଷ୍ଠ ଅବଦାନ ରହିଛି। ଓଡିଶାର କଳା ସଂସ୍କୃତି ଓ ସାହିତ୍ୟକୁ ବିଭବଶାଳୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କଳାକାର ଭତ୍ତା ଠାରୁ ଆରମ୍ଭ କରି ହଜାର ହଜାର କୋଟି ଟଙ୍କା ବ୍ୟୟରେ ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ କରିଛନ୍ତି । ପଟ୍ଟାମୁଣ୍ଡାଇ ଅଂଚଳର କଳା ସାହିତ୍ୟ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସଂସ୍କୃତିପୁରୁଷ ଦିବଂଗତ ଦିବାକର ବିଶ୍ୱାଳ ମାନସ ସନ୍ତାନ କସ୍ତୁରୀ କଳା ନିକେତନ ଏ କ୍ଷେତ୍ରରେ ଅଭିଯାନ ଜାରି ରଖିଥିବାରୁ ଏହି ଅନୁଷ୍ଠାନ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଘୋଷଣା କରିଥିଲେ । ରାଜ୍ୟ ଭାଗବତ ଟୁଙ୍ଗି ଉପସଭାପତି ସୁବ୍ରତ ରାଉତ ମୁଖ୍ୟବକ୍ତା,ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଓ କାଉନସିଲର ଗୋପୀବଲ୍ଲଭ ନାୟକ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ କୃପାସିନ୍ଧୁ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ଶ୍ରେଣୀଗୃହ ଓ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ବିଧାୟକ ଓ ପୌରାଧକ୍ଷଙ୍କୁ ଅନୁରୋଧ କରିଥିଲେ । ନବ କିଶୋର ପଣ୍ଡା ସ୍ୱାଗତଭାଷଣ ଓ ଗୋପୀନାଥ ତ୍ରିପାଠୀ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ସଂଗୀତଜ୍ଞ ନଟବର ସିଂ,କବି ସୁଶାନ୍ତ ଦାସ ଓ ସମାଜସେବୀ ଦୀପ୍ତିମୟୀ ପରିଡାଙ୍କୁ ବିଧାୟକ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ୧୫ ଜଣ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ । କବି ପ୍ରଧାନଶିକ୍ଷୟତ୍ରୀ ଆରାଧନା ଦାଶ ଓ ଆରତୀ ବଳ ମାନପତ୍ର ପାଠ କରିଥିଲେ । ଶେଷରେ ଆଡ଼ଭୋକେଟ ପ୍ରମୋଦ ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନିରୁଦ୍ଧ ଦାସ, ଦେବାଶିଷ ନାୟକ, ଶରତ ବିଶ୍ୱାଳ, ଗୋବିନ୍ଦ ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।


Next Post

 ମା’ପାଟ୍ଟ ସାମୁଲାଇଙ୍କ ମକରବେଢା ପରିକ୍ରମା ମହାସମାରୋହରେ ପାଳିତ

Mon Jan 15 , 2024
କେନ୍ଦ୍ରାପଡ଼ା ୧୫ା୧: ନବେ ଦଶକରୁ ଦୁହୁରିଆ ସନ୍ନିକଟ ପାଣ୍ଡିରୀ ଠାରୁ ଠାକୁରହାଟ ରାସ୍ତାର ମଧ୍ୟ ସ୍ଥଳର ପାଟନାଳୀ କୂଳରେ ମା’ପାଟ୍ଟ ସାମୁଲାଇଙ୍କ ବିଜେସ୍ଥଳିରେ ପ୍ରତିବର୍ଷ ମକର ସଂକ୍ରାନ୍ତୀ ପାଳିତ ହୋଇଥାଏ । ଚଳିତବର୍ଷ ମଧ୍ୟ ମା’ଙ୍କ ମକରବେଢା ପରିକ୍ରମା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଖପାଖ ୪ଖଣ୍ଡି ମୈାଜା ଜମଧର ଗ୍ରାମପଞ୍ଚାୟତର ପାଣ୍ଡିରୀ, କଣ୍ଟାପଦା, କଷୋଟୀ, ଜୁଇଦାସପୁର, ଗୁଆଳସିଂ ପଞ୍ଚାୟତର ଖସାପଡିଆ, ବାଲିପାଟଣା, ଛାଞ୍ଚୁଣିଆ, ହଳଦିଆ, ଠାକୁରହାଟ, […]

KANIKA