କେନ୍ଦ୍ରାପଡ଼ା, ୧୭ା୧: ଶ୍ରୀ ଜଗନ୍ନାଥ ଓଡିଆ ଅସ୍ମିତାର ପୁଣ୍ୟ ପ୍ରତୀକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଜିଲ୍ଲା ସଂସ୍କୃତି ଭବନରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା “କାଞ୍ôଚ କାବେରୀ” ଗୀତିନାଟ୍ୟ ଜିଲ୍ଲା ସଂସ୍କୃତି ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । […]

କେନ୍ଦ୍ରାପଡ଼ା, ୧୭ା୧: ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ଉତ୍ସବ ଆଜି ପୁରୀରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନ ଉତ୍ସବର ସିଧାପ୍ରସାରଣ ଜିଲ୍ଲାର ପ୍ରତି ବ୍ଲକ ଏବଂ ପୌରାଞ୍ଚଳରେ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ରାପଡା ପୌର ପ୍ରଶାସନ ଆନୁକୂଲ୍ୟରେ ସହରସ୍ଥ ଟେଲିକମ୍ ପଡିଆରେ ଏଲ୍‌ଇଡି ଟିଭି ମାଧ୍ୟମରେ ପ୍ରସାରିତ ହୋଇଥିଲା । ସମସ୍ତ ୨୧ଟି ୱାର୍ଡର ଶତାଧିକ […]

  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଗ୍ରାମପଞ୍ଚାୟତର ମା’ମଙ୍ଗଳା ମନ୍ଦିରରେ ବାର୍ଷିକ ଉତ୍ସବ, ଘୃତଯଜ୍ଞ, ନାମସଙ୍କୀର୍ତ୍ତନ, ପ୍ରବଚନ, ଅନ୍ନଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ଯଜ୍ଞର କର୍ତ୍ତୀ ଓ କର୍ତ୍ତା ଭାବେ ପ୍ରଶାନ୍ତ ସ୍ୱାଇଁ ଏବଂ କାବେରୀ ସ୍ୱାଇଁ କାର୍ଯ୍ୟ ସମ୍ପାଦନ କରିଥିଲେ । ପୂଜକ ପ୍ରଶନ୍ନ ନନ୍ଦ, ଗଗନ ଆଚାର୍ଯ୍ୟ, ତ୍ରୈଲୋକ୍ୟନାଥ ନନ୍ଦ, ସୈାମ୍ୟଜିତ ନନ୍ଦ, ଜଗତ ଜୟନନ୍ଦ, ଚିତ୍ତରଞ୍ଜନ ମହାପାତ୍ର ପ୍ରମୁଖ ପୂଜାକାର୍ଯ୍ୟ ଓ ମନ୍ତ୍ରୋଚାରଣ […]

ପୁରୀ ଶ୍ରୀକ୍ଷେତ୍ରରେ ହଜାର ହଜାର କୋଟି ଟଙ୍କା ବ୍ୟୟରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଲକ୍ଷ ଲକ୍ଷ ଭକ୍ତ ଠାକୁର ରାଜାଙ୍କ ଗହଣରେ ହରିବୋଲ ହୁଳହୁଳି ମଧ୍ୟରେ ଲୋକାର୍ପିତ କରିଛନ୍ତି । ଏହାର ସିଧା ପ୍ରସାରଣ ପାଇଁ ପଟ୍ଟାମୁଣ୍ଡାଇ ପୌର ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଏକ ଭବ୍ୟ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀକ୍ଷେତ୍ର […]

ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର । ଚାଲିଛି ତ୍ରି ଦିନାତ୍ମକ ହୋମଯଜ୍ଞ । ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ସମ୍ପୂର୍ଣ୍ଣ ପରିବେଶ । ଚାରି ଦ୍ୱାରରେ ଚାଲିଛି ବେଦପାଠ । ଆସନ୍ତାକାଲି ଯଜ୍ଞର ପୁରୋଧା ଗଜପତି ମହାରାଜ ପୂର୍ଣ୍ଣାହୂତି ଦେବେ । ଏହି ପୂର୍ଣ୍ଣହୂତି କାର୍ଯ୍ୟକ୍ରମ ଓ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ୍‌ଟି ଅଧ୍ୟକ୍ଷ […]