ସାମ୍ବାଦିକ ମାନଙ୍କ ପେନସନ ଓ ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ



କେନ୍ଦ୍ରାପଡା ୧୮/୧- ସାରା ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ସହ ପେନସନ ଦାବିରେ ଓଡିଶା ସାମ୍ବାଦିକ ୟୁନିୟନ ଓୟୁଜେ ଆହ୍ୱାନରେ ତମାମ ରାଜ୍ୟରେ ଆଜି ଜିଲ୍ଲାପାଳ ମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ତୁରନ୍ତ ଏହି ମୁଖ୍ୟ ଦାବୀ ପୂରଣ ପାଇଁ ଦାବୀ କରାଯାଇଛି । ରାଜ୍ୟର ପ୍ରତିଷ୍ଠିତ ସାମ୍ବାଦିକ ୟୁନିୟନ ଓୟୁଜେ ପକ୍ଷରୁ ଦୀର୍ଘ ବର୍ଷ ଧରି ସାମ୍ବାଦିକତାର ସ୍ୱାର୍ଥ ରକ୍ଷା ପାଇଁ ୟୁନିୟନ ଅହରହ ସଂଗ୍ରାମ ଜାରି ରଖିଥିବା ବେଳେ ନବ ଗଠିତ ରାଜ୍ୟ ୟୁନିୟନର ପ୍ରଥମ ବୈଠକରେ ସାମ୍ବାଦିକଙ୍କୁ ତୁରନ୍ତ ପେନସନ ଓ ପ୍ରୋଟେକ୍ସନ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ୟୁନିୟନ ପକ୍ଷରୁ ଆହୁତ ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମକୁ ସାରା ରାଜ୍ୟର ଜିଲ୍ଲା ୟୁନିଟ ମାନେ ପାଳନ କରୁଥିବା କ୍ରମରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସାମ୍ବାଦିକ ୟୁନିୟନ କେଡିୟୁଜେ ପକ୍ଷରୁ ସଭାପତି ପରେଶ ଦାସଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ସଦସ୍ୟ ଏହି ଦାବିପତ୍ର ପ୍ରଦାନରେ ସାମିଲ ହୋଇଥିଲେ । କେଡିୟୁଜେର ସାଧାରଣ ସମ୍ପାଦକ ସ୍ନେହଜିତ ପଲ୍ଲାଇ, ଜାତୀୟ ପରିଷଦ ସଦସ୍ୟ ଆଶିଷ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜ୍ୟୋତିର୍ମୟ ଜେନା, ଉପ ସଭାପତି ଜଗନ୍ନାଥ ଦାସ, ଅକ୍ଷୟ ସାହୁ, ସମ୍ପାଦକ ରବି ନାରାୟଣ ପତି, ସଂଗଠନ ସମ୍ପାଦକ ଧୀରେନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ପ୍ରମୋଦ ପ୍ରଧାନ, ରାଜକନିକା ବ୍ଲକ ଆବାହକ ସୁକାନ୍ତ ଦାଶ, ଗରଦପୁର ଆବାହକ ସୁବାଷ ସାମଲ, ମହାକାଳପଡା ଆବାହକ ସୁବାସ ସ୍ୱାଇଁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନୀଳାଦ୍ରି ଭୂଷଣ ତ୍ରିପାଠୀ, ସାବିର ଖାଁ, ଲକ୍ଷ୍ମୀକାନ୍ତ ନାୟକ,ଚିତ୍ତରଞ୍ଜନ ଦାସ, ପ୍ରଫୁଲ୍ଲ ସାହୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading