କେନ୍ଦ୍ରାପଡା ୧୯/୧- ଗରଦପୁର ବ୍ଲକ ଅନ୍ତର୍ଗତ ନାଗଣପୁର ସରସ୍ୱତୀ ଶିଶୁ ମନ୍ଦିରର ୨୮ତମ ବାର୍ଷିକ ଉତ୍ସବରେ ଶିଶୁ ମନ୍ଦିରର ପ୍ରତିଷ୍ଠାତା ସାମ୍ବାଦିକ ଜ୍ଞାନ ବଲ୍ଲଭ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସ୍ୱତନ୍ତ୍ରଅତିଥି ରୂପେ ଗରଦପୁର ବ୍ଲକ ଅନ୍ତର୍ଗତ ନାଗଣପୁର ସରସ୍ୱତୀ ଶିଶୁ ମନ୍ଦିରର ୨୮ତମ ବାର୍ଷିକ ଉତ୍ସବ ମହାସମାରୋହରେତି ପୁନଃରୁଦ୍ଧାର ସମିତିର ସଭାନେତ୍ରୀ ଜୋତ୍ସାମୟୀ ପରିଡା, ମୁଖ୍ୟବକ୍ତା ରୂପେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡଃ ଲିଙ୍ଗରାଜ ଶତପଥୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ସହିତ ସେମାନଙ୍କର ରୁଚି ଅନୁଯାୟୀ ବିଭିନ୍ନ କଳା, ନୈପୁଣ୍ୟ ଓ କ୍ରିଡାଗୁଡିକ ପ୍ରଦର୍ଶିତ କରାଇବାରେ ପିତାମାତା ଓ ଅଭିଭାବକମାନଙ୍କ ଉପରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବାର୍ଷିକ କ୍ରିଡା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଓ ବିଭିନ୍ନ ପରୀକ୍ଷା ଗୁଡିକରେ ସବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନେ ଅତିଥିମାନେ ପୁରସ୍କୁତ କରିଥିଲେ । ଅନୁଷ୍ଟାନର ପ୍ରତିଷ୍ଟାତା ଓ ଶ୍ରୀମହାନ୍ତିଙ୍କର ଜେଜେବାପା ବିଶିଷ୍ଟ ଶିକ୍ଷାବିତ୍ ତଥା ତତ୍କାଳୀନ ରେଭେସା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ସ୍ୱର୍ଗତ ଡଃ ଆର୍ତ ବଲଭ ମହାନ୍ତିଙ୍କ ଉଦ୍ଦେଶ୍ୟରେ ସଭାରେ ଉପସ୍ଥିତ ଥିବା ସମସ୍ତ ଅତିଥି ଛାତ୍ରଛାତ୍ରୀମାନେ ସ୍ୱର୍ଗତ ମହାନ୍ତିଙ୍କ ପ୍ରତି ଗଭିର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ସରସ୍ୱତୀ ଲେଙ୍କା ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ସମ୍ପାଦକ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିଶୁମନ୍ଦିରରୁ ଆଦର୍ଶ ବିଦ୍ୟାଳୟ ଓ ନବବୋଦୟ ବିଦ୍ୟାଳୟରେ ଯୋଗ ଦେଇଥିବା ଓ ଏହି ଶିଶୁ ମନ୍ଦିରର ଛାତ୍ର ଉଦିତ ବଲ୍ଲଭ ମହାନ୍ତି ଓ ଛାତ୍ରୀ ଶ୍ରୀୟା ଲେଙ୍କା ଗତ ମାଟ୍ରିକ ପରିକ୍ଷାରେ ୯୦ପ୍ରତିଶତ ମାର୍କ ରଖିଥିବାରୁ ସେମାନଙ୍କୁ ଶିଶୁ ମନ୍ଦିର ପକ୍ଷରୁ ମୋଟ ୨୦ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ପରୁସ୍କୃତ କରାଯାଇଥିଲା । ଆଚାର୍ଯ୍ୟା ଲକି ନାୟକଙ୍କ ତତ୍ୱାବଧାନରେ ଓ ମାଷ୍ଟର ପପୁଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
kanikanews.in
Next Post
ଜୟଦୂର୍ଗା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ,ଗମୁ ଚମ୍ପିୟାନ
Sat Jan 20 , 2024
କେନ୍ଦ୍ରାପଡ଼ା ତା ୧୯/୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ତଳାପଡିଆ ଠାରେ ଜୟଦୂର୍ଗା କପ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ଓ ଏଥିରେ ଆଳି, ବାଲିପାଟଣା, ପଞ୍ଚୁପାଣ୍ଡ୍ୱ, ଯାଜପୁର, ଚନ୍ଦନପୁର, ଇନ୍ଦୁପୁର, ବରୀ ଆଦି ବିଭିନ୍ନ ଅଂଚଳର ୮ କ୍ରିକେଟ ଦଳ ଭାଗ ନେଇଥିଲେ ଓ ଫାଇନାଲ ଖେଳ ଇନ୍ଦୁପୁର ଗୋପବନ୍ଧୁ କ୍ରିକେଟ ଟିମ ଓ ଗମୁ ଗୋଲଡେନ ଷ୍ଟାର କ୍ରିକେଟ ଟିମ ନିମ୍ନରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ […]

You May Like
- 2 years ago
ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ
- 1 year ago
ଖଡିଅଂଟା ପଂଚାୟତ ବିଜେଡି ବନ୍ଧୁ ମିଳନ ଉତ୍ସବ
- 12 months ago
ମତ୍ସ୍ୟ ଅଧିକାରୀଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ