
କେନ୍ଦ୍ରାପଡ଼ା,୧୯/୧-ମାର୍ଶାଘାଈ ବ୍ଲକ୍ ଅନ୍ତର୍ଗତ ବାଲିଘାଈ ବଜ୍ରସୁନା ଉଚ୍ଚ ବିଦ୍ୟାଳୟରେ ଆଜି ଭାଷା,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ପୁସ୍ତକ ସମୀକ୍ଷାରେ ମୋ କାହାଣୀ ମୋ କଥା,ସାହିତ୍ୟ ସୃଜନୀରେ କବିତା ଓ ପ୍ରବନ୍ଧ ପଠନ,ଜିଜ୍ଞାସାରେ ବିଜ୍ଞନ ଓ ପରିବେଶ ,କୌଶଳୀରେ କମ୍ପୁଟର ର ଉପଯୋଗ , କ୍ରୀଡ଼ାଙ୍ଗନାରେ ଜୀବନ କୌଶଳ ଏବଂ ଶେଷରେ ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ଭାଗ ନେଇ ବିଭିନ୍ନ ବିଭାଗରେ ବିଚାରକ ମାନଙ୍କ ଦ୍ୱାରା ଶ୍ରେଷ୍ଠ ବିବେଚିତ ପ୍ରତି ବିଭାଗରେ ପ୍ରଥମ ,ଦ୍ୱିତୀୟ ଓ ତୃତୀୟ ଭାବେ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଅନ୍ତେଇ ବିଜୁ ପଟ୍ଟନାୟକ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼. କବିନ୍ଦ୍ର ଦାସ ମୁଖ୍ୟ ଅତିଥି , ବରିଷ୍ଠ ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ ମୁଖ୍ୟ ବକ୍ତା, ବ୍ଲକ୍ ଇକୋ କ୍ଲବ୍ ର ମାଷ୍ଟର ଟ୍ରେନର ପ୍ରଫୁଲ ଚନ୍ଦ୍ର ମହାପତ୍ରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିବା ସହିତ ପୁରସ୍କାର ବଣ୍ଟନ କରିଥିଲେ । ସ୍କୁଲ ର ପ୍ରଧାନ ଶିକ୍ଷକ ଭାନୁ ଚନ୍ଦ୍ର ସ୍ୱାଇଁ ଉସ୍ôବରେ ଅଧ୍ୟକ୍ଷତା କରିଥିଲେ । ସହକାରୀ ଶିକ୍ଷକ ଭାଗ୍ୟଧର ପତି ଅତିଥି ପରିଚୟ ସହିତ ଉତ୍ସବର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ । ସହକାରୀ ଶିକ୍ଷକ ଶ୍ରୀଚରଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତା ଗୁଡ଼ିକୁ ସହକାରୀ ଶିକ୍ଷକ ବିଭୁତି ଭୁଷଣ ଦାସ,ଗିରିଧାରୀ ଦାସ,ବାବାଜୀ ଚରଣ ରାଉତ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମଳାକାନ୍ତ ସୂତାର,ବାବାଜୀ ମହାପାତ୍ର ଓ ରଂଜିତ ପତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।











