କୋରନ୍ଦ ପଞ୍ଚାୟତରେ ସ୍ୱଚ୍ଛ ଭାରତ ଯୋଜନା ପ୍ରକଳ୍ପର ବେଆଇନ କାର୍ଯ୍ୟାନ୍ୱୟନ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା



କେନ୍ଦ୍ରାପଡା, ୧୯ା୧: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଜୋରନ୍ଦ ଗ୍ରାମ ପଞ୍ଚାୟତରେ ୨୦୨୩-୨୪ ଆର୍ôଥକ ବର୍ଷରେ ସ୍ୱଚ୍ଛ ଭାରତ ଯୋଜନାରେ ସରପଞ୍ଚଙ୍କ ଅଗୋଚରରେ ଏବଂ ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ହେଉଥିବାରୁ ତାହା ବିରୋଧରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ସେମାନଙ୍କର ଅଭିଯୋଗ ହେଉଛି ଯେ ରାଜକନିକା ବ୍ଲକର କନିଷ୍ଠ ଯନ୍ତ୍ରୀ ମନମୁଖୀ ଭାବେ ସ୍ୱଚ୍ଛ ଭାରତ ଯୋଜନାରେ ନିରୂପିତ ହୋଇଥିବା ସ୍ଥାନ ବଦଳରେ ଅନ୍ୟ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟାନ୍ୱୟନ କରୁଥିବାରୁ ତାହାଦ୍ୱାରା ସର୍ବସାଧାରଣ ଉପକୃତ ହୋଇପାରିବେ ନାହିଁ । ଏହି ପଞ୍ଚାୟତର ସରପଞ୍ଚ ଜଣେ ଦଳିତ ସମ୍ପ୍ରଦାୟର ମହିଳା ହୋଇଥିବାରୁ ତାଙ୍କୁ ଉପେକ୍ଷା କରାଯାଇ ଏଭଳି କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଯଦି ଏହି ଘଟଣାର ତଦନ୍ତପୂର୍ବର୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ କର୍ତ୍ତୃପକ୍ଷ ଏଥିପାଇଁ ଦାୟୀ ରହିବେ ବୋଲି ପଞ୍ଚାୟତବାସୀଙ୍କ ପକ୍ଷରୁ କୁହାଯାଇଛି । ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ସେଠୀଙ୍କ ନେତୃତ୍ୱରେ ପଞ୍ଚାୟତବାସୀ ଧାରଣାସ୍ଥଳରେ ବସି ରହିଥିବା ଦେଖାଯାଇଛି ।


Next Post

ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ଓ କମ୍ବଳ ବଣ୍ଟନ

Sat Jan 20 , 2024
କେନ୍ଦ୍ରାପଡା, ୧୯ା୧: ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟାନଗରସ୍ଥିତ କେନ୍ଦ୍ରାପଡା ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ, କଜଳାସ୍ଥିତ ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ଛାତ୍ରଛାତ୍ରୀ ଓ ଦଧିବାମନଜୀଉ ମୁକ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ସ୍ଥିତ ବାସୁଦେବ ଜାଗୃତି ଗୃହର ଅନ୍ତେବାସୀମାନଙ୍କୁ ଶାଲ, ବେଡସିଟ, ଦରୀ ଓ କମ୍ବଳ ପ୍ରଦାନ କରାଯାଇଛି […]

You May Like