ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଉତ୍ସବ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ପଡା ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ନୂଆ-ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ଆଚାର୍ଯ୍ୟ ମୁଖ୍ୟଅତିଥି ଓ ଓଡ଼ିଆ ବିଭାଗ ଅଧ୍ୟାପକ ମନୋରଞ୍ଜନ ଆଚାର୍ଯ୍ୟ ମୁଖ୍ୟବକ୍ତା, ରାଜନୀତି ବିଜ୍ଞାନ ଅଧ୍ୟାପକ ପଂଚାନନ ମଲ୍ଲିକ ସମ୍ମାନିତବକ୍ତା, ଇତିହାସ ବିଭାଗ ଅଧ୍ୟାପକ ଡ଼ ରାଜେନ୍ଦ୍ର ପାତ୍ର ଓ ଅଧ୍ୟାପିକା ପୁଷ୍ପାଞ୍ଜଳି ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ପ୍ରାଣ ପ୍ରଭୁ ଶ୍ରୀ ଜଗନ୍ନାଥ ସର୍ବଧର୍ମ ସମନ୍ୱୟ ପ୍ରତୀକ ଭାବେ ବିଶ୍ୱବ୍ୟାପି ବିଦିତ ବୋଲି ମତ କରିଥିଲେ । ଛାତ୍ରୀ ସିଗ୍ଧାଞ୍ଜଳୀ ପତି ଧନ୍ୟବାଦ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


Next Post

ଟ୍ରଷ୍ଟ ପକ୍ଷରୁ ମରଡପୁର ମୁଣ୍ଡାବସ୍ତିରେ ଶୀତବସ୍ତ୍ର ବଣ୍ଟନ

Thu Jan 25 , 2024
କେନ୍ଦ୍ରାପଡ଼ା,୨୫ା୧: ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ୟାମସୁନ୍ଦରପୁର ପଞ୍ଚାୟତର ମରଡପୁରସ୍ଥିତ ମୁଣ୍ଡାବସ୍ତିରେ ଶୀତବସ୍ତ୍ର କମ୍ବଳ, ପିଲାମାନଙ୍କୁ ସାର୍ଟପ୍ୟାଣ୍ଟ୍ ଓ ବିସ୍କୁଟ ବଣ୍ଟନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ସେଠାରେ ପହଞ୍ଚି ବସ୍ତିର ବୃଦ୍ଧ,ବୃଦ୍ଧାଙ୍କ ସମେତ ପ୍ରତ୍ୟେକ ପରିବାରର ସଦସ୍ୟମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିବା ସହ […]

You May Like