ଟ୍ରଷ୍ଟ ପକ୍ଷରୁ ମରଡପୁର ମୁଣ୍ଡାବସ୍ତିରେ ଶୀତବସ୍ତ୍ର ବଣ୍ଟନ


କେନ୍ଦ୍ରାପଡ଼ା,୨୫ା୧: ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ୟାମସୁନ୍ଦରପୁର ପଞ୍ଚାୟତର ମରଡପୁରସ୍ଥିତ ମୁଣ୍ଡାବସ୍ତିରେ ଶୀତବସ୍ତ୍ର କମ୍ବଳ, ପିଲାମାନଙ୍କୁ ସାର୍ଟପ୍ୟାଣ୍ଟ୍ ଓ ବିସ୍କୁଟ ବଣ୍ଟନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ସେଠାରେ ପହଞ୍ଚି ବସ୍ତିର ବୃଦ୍ଧ,ବୃଦ୍ଧାଙ୍କ ସମେତ ପ୍ରତ୍ୟେକ ପରିବାରର ସଦସ୍ୟମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିବା ସହ ଛୋଟପିଲାମାନଙ୍କୁ ସାଟପ୍ୟାଣ୍ଟ ସହ ବିସ୍କୁଟ ପ୍ରଦାନ କରିଥିଲେ । ଏଥିସହିତ ବସ୍ତିର ପିଲାମାନଙ୍କୁ ପାଠ ପଢିବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ ଡ. ଦାସ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ସ୍ୱୟଂଭୁବ ଦାସ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

୭୫ତମ ସାଧାରଣତନ୍ତ୍ର ଦିବସ : ଗାଣତାନ୍ତ୍ରିକ ଅନୁଷ୍ଠାନକୁ ଶକ୍ତିଶାଳୀ କରିବା ପ୍ରତ୍ୟେକ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା

Fri Jan 26 , 2024
କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ସମୃଦ୍ଧ ଓ ସଶକ୍ତ ଗଣତନ୍ତ୍ରରେ ସମସ୍ତେ ଜଣେ ଜଣେ ଅଂଶୀଦାର । ସେ ଅଙ୍ଗନୱାଡ଼ି ଦିଦି ହୁଅନ୍ତୁ ଅବା ଆଶାକର୍ମ. ମଣିଷ ଗଢ଼ୁଥିବା […]

KANIKA