କୁନ୍ଦୁପୁର-ବାବର ପୂର୍ତ୍ତବିଭାଗ ରାସ୍ତାର ଶିଳାନ୍ୟାସ ଓ କୁନ୍ଦୁପୁର ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପର ଲୋକାର୍ପିତ କଲେ ବିଧାୟକ


ରାଜନଗର ବିଧାୟକ ଧୃବ ସାହୁ କୁନ୍ଦୁପୁର-ବାବର ପୂର୍ତ ବିଭାଗ ରାସ୍ତାର ପ୍ରଶସ୍ତି ଓ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଛନ୍ତି । କୁନ୍ଦୁପୁରଠାରୁ ବଡପଲୀ-ବାବର ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ୭କିଲୋମିଟର ପର୍ଯ୍ୟନ୍ତ ରାସ୍ତାକୁ ୧୦କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରଶସ୍ତିକରଣ କାର୍ଯ୍ୟ କରାଯିବାକୁ ସୂଚନା ରହିଛି । ଏହି ରାସ୍ତାର ଅର୍ଦ୍ଧାଧିକ କାମ ନିର୍ମାଣ ହୋଇସାରିଥିବା ବେଳେ ବିଧାୟକ ରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିବା ଘଟଣା ସାଧାରଣରେ ନାପସନ୍ଦ କରାଯାଉଥିବା ପରିଲକ୍ଷିତ ହୋଇଥିଲା । ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ପଟ୍ଟାମୁଣ୍ଡାଇ ପଚାଂୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ସରଂପଚ ଅନିଲ ଲେଙ୍କା, ନିରଂଜନ ରାଉତ, ସମିତି ସଭ୍ୟ ସୁରେଶ ଜେନା, ଅରୁଣ ସାହୁ, ବିଜୟ ନାୟକ, ନରହରି ଜେନା, ଆର୍ତବନ୍ଧୁ ମହାନ୍ତି, ସଂଜୟ ସ୍ୱାଇଁ, ସର୍ବେଶ୍ୱର ମହାନ୍ତି, ରମଣୀରଂଜନ ମହାପାତ୍ର, ରଶ୍ମିରଂଜିତା ସ୍ୱାଇଁ, ଅଶୋକ ମହାନ୍ତି, ସୁବାଷଚନ୍ଦ୍ର ଦାଶ ପ୍ରମୁଖ ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକର ନେତୃମଣ୍ଡଳୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ନଟବର ପ୍ରଧାନ, ସହକାରୀ ଯନ୍ତ୍ରୀ ବିଶ୍ୱରଂଜନ ସ୍ୱାଇଁ, କର୍ମଚାରୀ କୃତିବାସ ପରିଡା, ଜ୍ଞାନରଂଜନ ଜେନା ଉପସ୍ଥିତ ଥିଲେ ।

 

ସେହିପରି କୁନ୍ଦୁପୁରରେ ନବ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ ଅତିଥି ଭାବେ ଯୋଗଦେଇ ଜଳ ଯୋଗାଣ ପ୍ରକଳ୍ପକୁ ଲୋକାର୍ପଣ କରି ଏହି ପ୍ରକଳ୍ପ ଦ୍ଵାରା କୁନ୍ଦୁପୁର, ବାଲିଝରି, ଶଙ୍ଖପୁର, ସୁଆନଲୋ ଆଦି ୪ଟି ଗ୍ରାମ ଲୋକେ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି ।


Next Post

ମେଡିକାଲ କଲେଜ ଦାବିରେ ଫେବୃଆରୀ ୮ରେ ପଟ୍ଟାମୁଣ୍ଡାଇ ବ୍ଲକରେ ଧାରଣା

Mon Jan 29 , 2024
କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁ ଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରଥମ ଥର ପାଇଁ ଆନ୍ଦୋଳନକୁ ଜିଲ୍ଲା ସ୍ତରରୁ ବ୍ଲକ ସ୍ତରକୁ ନେବାକୁ ନିଷ୍ପତି ଗ୍ରହଣ କରିଛି । ଏହି ଉପଲକ୍ଷେ ଦାଣ୍ଡିସାହି ସି୍ଥତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ପଟ୍ଟାମୁଣ୍ଡାଇ ଧୋୟାଂଚଳ ବିକାଶ ପରିଷଦର ସଭାପତି ରାଜକୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଜନଜାଗରଣ ସଭାରେ […]

KANIKA