କେନ୍ଦ୍ରାପଡ଼ା,୩୧ା୧ : ଭାରତୀୟ ଜନତା ପାର୍ଟି ପାଇଁ ଏକ ସ୍ୱଚ୍ଛ ନିର୍ମଳ ଆଉ ର୍ନିବିବାଦୀୟ ଚେହେରା ମିଳିଯାଇଛି । କେନ୍ଦ୍ରାପଡାର ସାଂସଦ ପ୍ରାର୍ଥୀ ଭାବେ ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ସିଓପଡ଼ା ଅଞ୍ଚଳର ବିଶିଷ୍ଟ ପ୍ରଫେସର ଡ. ବିନୟଭୂଷଣ ଜେନା ପ୍ରମୁଖ ଦାବିଦାର ହୋଇଛନ୍ତି । ହଠାତ୍ ସାଂସଦ ପ୍ରାର୍ଥୀ ଭାବରେ ଜଣେ ଶିକ୍ଷାବିତ, ଦୂରଦ୍ରଷ୍ଟା ତଥା ସମାଜସେବୀ ଭାବରେ କେନ୍ଦ୍ରାପଡା ଦାୟିତ୍ୱ ନେବା ଗର୍ବର ବିଷୟ ପାଲଟିଛି । […]

କେନ୍ଦ୍ରାପଡ଼ା, ୩୧ା୧: ଭିନ୍ନକ୍ଷମମାନଙ୍କ ଜୀବନକୁ ଅଧିକ ସହଜ ଓ ସୁଗମ କରିବା ନିମନ୍ତେ ଆକ୍ଟିଭ୍ ହୁଇଲ୍ ଚେୟାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ପାରାପ୍ଲେଜିକ୍‌ମାନଙ୍କୁ ଏହା ସାମାଜିକ ଓ ଅର୍ଥନୈତିକ ଅନ୍ତର୍ଭୁକ୍ତିରେ ସାମିଲ କରିବାରେ ସହାୟକ ହୋଇଥାଏ । କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ କରି ମାଦ୍ରାସ ଆଇଆଇଟି ଦ୍ୱାରା ବିକଶିତ ଏକ ଆକ୍ଟିଭ୍ ନିଉମୋସନ ହୁଇଲ୍ ଚେୟାର ନିକିରାଇ, ମଠସାହିର ଭିନ୍ନକ୍ଷମ ପର୍ଶୁରାମ ସାହୁଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ […]

  କେନ୍ଦ୍ରାପଡ଼ା,୩୧ା୧ : ଫକିରାବାଦ ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଚତୁର୍ଥ ବାର୍ଷିକ ସର୍ବ ଭାରତୀୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି-୨୦୨୪ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ମ୍ୟଚ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚକୁ ଭଦ୍ରକ ପୈାରପରିଷଦର ଅଧ୍ୟକ୍ଷ ଗୁଲମକି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଚରମ ସୀମାରେ ପହଂଚିଛି । ବିଭାଗର ମନମାନିକୁ ନେଇନୀ ନିଳକଣ୍ଠପୁର ସରପଂଚ ବୁଧବାର ବ୍ଲକ ଅଫିସରେ ଲଙ୍କାକାଣ୍ଡ ସୃଷ୍ଟି କରିଥିବା ନେଇ ଯୋଗାଣ ବିଭାଗ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ଯାହାକୁ ନେଇ ସମଗ୍ର ବ୍ଲକରେ ଆଲୋଡନ ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । […]

କେନ୍ଦ୍ରାପଡ଼ା, ୩୧ା୧: ମଙ୍ଗଳବାର ଦିନ ମହାବିଦ୍ୟାଳୟର ଗାନ୍ଧୀ ଭବନଠାରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ‘ନୂଆ-ଓ’ କାର୍ଯ୍ୟକ୍ରମ ମାଧ୍ୟମରେ ‘ବିଶ୍ୱ ଓଡିଆ ଭାଷା ସମ୍ମିଳନୀ’ର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଅଧିବେଶନରେ ସଭାପତି ଭାବେ ଯୋଗଦାନ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ବାଉରୀବନ୍ଧୁ ସାହୁ । ସେ ଓଡିଆ ମଧ୍ୟଯୁଗୀୟ ସାହିତ୍ୟରେ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରଫେସର […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ନିକଟ କାକୁଡିପଲ୍ଲୀ ଛକ ଠାରେ ଟ୍ରକ ପଛରେ ବାଇକ୍ ଧକ୍କା ଦେବାରୁ ୩ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୨ ଗୁରୁତରଙ୍କୁ କେନ୍ଦ୍ରାପଡା ସ୍ଥାନାନ୍ତର କରାଯାଇଛି । ସେମାନେ ହେଲେ ସ୍ଥାନୀୟ ନିମପୁର ଗାଁର ଜିସୁକ୍ରିଷ୍ଣ ବାରିକ, କାହ୍ନୁଚରଣ ବାରିକ, ନାରାୟଣ ବାରିକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ବୁଧବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ବଜାରରୁ ଏକ ବାଇକରେ […]