ହୃଦଘାତରେ ସ୍କୁଲ ଛାତ୍ରଙ୍କ ବିୟୋଗ


କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଖୁରୁଷିଆପାଟ ଗ୍ରାମର ଶଶିକାନ୍ତ ସୂତାର ଓ ନୟନା ସୂତାରଙ୍କ ସାନପୁଅ ସତ୍ୟଜିତ୍ ସୂତାର ଓରଫ ରିଙ୍କୁ (୧୪) ଙ୍କ ହୃଦଘାତରେ ପରଲୋକ ଘଟିଛି । କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ, ଖୁରୁଷିଆଠାରେ ସେ ନବମଶ୍ରେଣୀରେ ଅଧ୍ୟୟନ କରୁଥିଲେ । ସବୁଦିନ ପରି ଆଜି ଭୋର୍ ପ୍ରାୟ ୪ଟା ସମୟରେ ସେ ନିଜ ବଡଭାଇଙ୍କ ସହ ଦୌଡ଼ ଅଭ୍ୟାସ କରିବା ପାଇଁ ନୀଳାଞ୍ଚଳଗୋଡା ପର୍ଯ୍ୟନ୍ତ ଯାଉଥିବା ସମୟରେ ପାଟଳିପଙ୍କ ନିକଟରେ ଅସୁସ୍ଥତା ଅନୁଭବ କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଠରବାଙ୍କୀ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖେଳକୁଦ ବିଶେଷ କରି ଭଲିବଲ ଖେଳରେ ଧୁରନ୍ଧର ରିଙ୍କୁଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ବିଦ୍ୟାଳୟରେ ସ୍ମୃତିଚାରଣ ଓ ନୀରବପ୍ରାର୍ଥନା ପରେ ଆଜି ଆରମ୍ଭ ହେବାକୁ ଥିବା ବାର୍ଷିକ କ୍ରୀଡା ଉତ୍ସବ ଓ ପାଠପଢାକୁ ଆଜି ପାଇଁ ପ୍ରଧାନ ଶିକ୍ଷକ ଜଗତମୋହନ ଦାସ ବାତିଲ୍ ଘୋଷଣା କରିଥିଲେ । ରିଙ୍କୁଙ୍କ ମୃତ୍ୟୁ ଖବରପାଇ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ହେମନ୍ତ କୁମାର ସାହୁ, ୨୧ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟା ଅନୁରାଧା ସ୍ୱାଇଁଙ୍କ ପ୍ରତିନିଧି ଧର୍ମପଦ ଦାସ, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ରାଉତରାୟ, ଅମର ମଲ୍ଲିକ, ପ୍ରଫୁଲ କୁମାର ପ୍ରଧାନ, ମହେନ୍ଦ୍ର କୁମାର ମହାପାତ୍ର, ଶିକ୍ଷୟିତ୍ରୀ ଉଷାରାଣୀ ରାଉତ, ଧୀରେନ କୁମାର ଚୌଧୁରୀ, ଅଧୀର କୁମାର ମହାପାତ୍ର ପ୍ରମୁଖ ତାଙ୍କ ବାସଭବନରେ ପହିଞ୍ôଚ ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ । ରିଙ୍କୁଙ୍କ ବାପା ଜଣେ କୃଷକ ହୋଇଥିଲା ବେଳେ ମାଆ ମହାକାଳପଡା ମିଶନଶକ୍ତି ବିଭାଗର ସିଆରପି ଭାବେ କାର୍ଯ୍ୟରତ ଅଛନ୍ତି ।


Next Post

ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ: ରୋଗୀ ଚିକିତ୍ସାରେ ଅବହେଳାକୁ ବରଦାସ୍ତ କରାଯିବନି

Thu Feb 1 , 2024
କେନ୍ଦ୍ରାପଡ଼ା,୧ା୨ : କେନ୍ଦ୍ରାପଡାରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ବୁଧବାର ସକାଳେ ଶ୍ୟାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହଠାତ୍‌ପରିଦର୍ଶନ କରିଛନ୍ତି । ସକାଳ ପ୍ରାୟ ୮ଟା ସମୟରେ ଡାକ୍ତରଖାନା ପରିସର ଜିଲ୍ଲାପାଳ ପହଞ୍ଚି ଆଉଟ ଡୋର, ବିଭିନ୍ନ ବିଭାଗ ଏବଂ ୱାର୍ଡରେ ବୁଲି ରୋଗୀମାନଙ୍କୁ ଭେଟି ସେମାନଙ୍କକୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁଛି କି ନାହିଁ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ଡାକ୍ତରଖାନା […]

KANIKA