
କେନ୍ଦ୍ରାପଡ଼ା, ୫ା୨: ଜଜାଙ୍ଗ କ୍ଲଷ୍ଟରର ନିପୁଣ ଓଡିଶା-୨୦୨୪ କାର୍ଯ୍ୟକ୍ରମ ଜଜାଙ୍ଗ ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କ୍ଲଷ୍ଟର ସଂଯୋଜିକା ସ୍ନେହଲତା ପରିଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜଜାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ସବିତା ପଣ୍ଡା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ କପାଳେଶ୍ୱର ପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ନାୟକ, ଏସ୍ଏମ୍ସିର ସଭାପତି ରଞ୍ଜୁଲତା ସ୍ୱାଇଁ ତଥା ନୂତନ ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶେଖ୍ ରିଜୁଆନ ଅତିଥି ପରିଚୟ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହାବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ୧୫୦ଜଣ ଛାତ୍ରଛାତ୍ରୀ, ୨୧ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଏଥିରେ ଶିକ୍ଷକ ଶେଖ୍ ରଇସୁଦ୍ଦିନ୍, ଶେଖ୍ ସମିମ୍, ଶିକ୍ଷୟତ୍ରୀ ପ୍ରମୋଦା ବିଶ୍ୱାଳ, ସଂଯୁକ୍ତା ପ୍ରଧାନ, ମାନସୀ ସିଂହ, ଅବିନାଶ ଥାଟୋଇ ପ୍ରମୁଖ ସହଯୋଗ କରିଥିଲେ ।











