ସିଦ୍ଧ ମରିଚିଆଣୀ ବିଦ୍ୟାପୀଠର କ୍ରୀଡା ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର


କେନ୍ଦ୍ରାପଡ଼ା,୧ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ସିଦ୍ଧ ମରିଚିଆଣୀ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଉମାକାନ୍ତ କରଙ୍କୁ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । କ୍ରୀଡା କ୍ଷେତ୍ରରେ ସାରା ଜିଲ୍ଲାରେ ଉତ୍କର୍ଷତା ହାସଲ କରିବା ସହ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ଶିକ୍ଷକ ଶ୍ରୀ କର ସୁନାମ ଅର୍ଜ୍ଜନ କରିଥିବାରୁ ତାଙ୍କୁ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥିବାରୁ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଅଭିନବ ପ୍ରୟାସ ଏବଂ ଶିକ୍ଷାର ଅଗ୍ରଗତିରେ ନିରବଛିନ୍ନ ଉଦ୍ୟମ ଜାରି ରଖିଥିବାରୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କ୍ରୀଡା ଶିକ୍ଷକ ଶ୍ରୀ କରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାଣ୍ଡି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଥିଲେ । ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ ଉପସ୍ଥିତ ଥିଲେ । ଏହି ପୁରସ୍କାର ପାଇବା ତାଙ୍କ ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଶ୍ରୀ କରଙ୍କୁ ଉତ୍ସୋସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଠାରୁ ଶ୍ରୀ କରଙ୍କୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।


Next Post

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳ ଓ ଏସପିଙ୍କୁ ସ୍ୱାଗତ

Thu Feb 1 , 2024
କେନ୍ଦ୍ରାପଡ଼ା,୧ା୨ : କେନ୍ଦ୍ରାପଡା ସିନିଅର ସିଟିଜେନ ଫୋରମ ପକ୍ଷରୁ ନୂତନ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଓ ଆରକ୍ଷୀ ଅଧିକ୍ଷକ ବିନୋଥ ଯୁଗଳ କିଶୋର କୁମାରଙ୍କୁ ଭେଟି ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଫୋରମ ପକ୍ଷରୁ ଡା. ବିଶ୍ୱପ୍ରକାଶ କାନୁନଗୋ, ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି, କୈଳାସ ଚନ୍ଦ୍ର ସ୍ୱାଇଁ, ପ୍ରହଲ୍ଲାଦ ମଲ୍ଲ, ଅକ୍ଷୟ କୁମାର ନାୟକ, ବୈଷ୍ଣବ ପ୍ରଧାନ, ଫକିର ଚରଣ […]

You May Like