ଡିଆଇପିଆରଓ ଆଲୋକ ମହାନ୍ତିଙ୍କର ବଦଳି


କେନ୍ଦ୍ରାପଡ଼ା, ୮ା୮: କେନ୍ଦ୍ରାପଡା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତିଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ମୁଖ୍ୟାଳୟ ଭୁବନେଶ୍ୱରକୁ ବଦଳି ହୋଇଛି। ଏସମ୍ପର୍କରେ ଗତ ଜୁଲାଇମାସ ୨୪ତାରିଖରେ ବିଭାଗୀୟ ନିର୍ଦେଶନାମା ପ୍ରକାଶ ପାଇଥିଲା। କେନ୍ଦ୍ରାପଡା ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ମହାନ୍ତି କାର୍ଯ୍ୟ ତୁଲାଇଥିଲେ ।  ତାଙ୍କ କାର୍ଯ୍ୟ ଅବଧି ଭିତରେ ସେ ନିଜର ସଚ୍ଚୋଟତା ଓ କର୍ତ୍ତବ୍ୟନିଷ୍ଠପରାୟଣତା ପାଇଁ ଜିଲ୍ଲାର ବିଭିନ୍ନ ଉପରିସ୍ଥ ଅଧିକାରୀ ଓ ସହକର୍ମୀଙ୍କଠାରୁ ବେଶ୍ ପ୍ରଶଂସା ସାଉଁଟିଥିଲେ । ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ଓ ମହୋତ୍ସବ ଆଦିରେ ନିଜର କାର୍ଯ୍ୟଦକ୍ଷତା ଏବଂ ଚମତ୍କାରୀ ସଂଯୋଜନାରେ ସମସ୍ତଙ୍କ ମନ ଭିତରେ ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିପାରିଛନ୍ତି । ଶ୍ରୀ ମହାନ୍ତିଙ୍କୁ ଜିଲ୍ଲାପାଳ ଆଜି ଭାରମୁକ୍ତ କରିଛନ୍ତି।  ସେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂହଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।


Next Post

ଯୁବାବସ୍ଥାରେ କିଡନୀ ରୋଗରେ ଶଯ୍ୟାଶାୟୀ ପୁଅ ଅର୍ଥ ଅଭାବ ଯୋଗୁଁ ହୋଇପାରୁନି ଚିକିତ୍ସା, ସହାୟତା ପାଇଁ ପରିବାରର ଆକୁଳ ନିବେଦନ

Fri Aug 9 , 2024
ଆଖିରେ ଝର ଝର ହୋଇ ଲୁହ ଝରୁଛି । ଥମିବାର ନା ନେଉନି । ଘରର ଭେଣ୍ଡିଆ ପୁଅ ଯେବେ ବାପା ମାଆଙ୍କୁ ପୋଷିବା ବୟସରେ କୌଣସି ରୋଗରେ ଆକ୍ରାନ୍ତ ହୋଇପଡେ ସେ ଅବା କଣ କରିବେ । ଘରର ପୁଅଟି ଏବେ ତା ବାପା ମାଆଙ୍କ ପାଇଁ ବୋଝ ପାଲଟି ଯାଇଛି । ପୁଅକୁ ଏଭଳି ଅବସ୍ଥାରେ ଦେଖି କାହାକୁ କିଛି ନ କହି ନିଜ ପୁଅକୁ ଚାହିଁ […]

KANIKA