ବାଲାବାବା କ୍ଲବ ଫାଇନାଲରେ


କେନ୍ଦ୍ରାପଡ଼ା,୩ା୨ : କେନ୍ଦ୍ରାପଡାର ବାଲାବାବା କ୍ଲବ ମା’ଖରାଖାଇ କ୍ଲବକୁ ମା’ଶଙ୍କଟ ତାରିଣୀ ଡିଉଜବଲ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚରେ ହରାଇ ଫାଇନାଲକୁ ପ୍ରବେଶ କରିଛି । ପ୍ରଥମେ ବାଲାବାବା କ୍ଲବ ଟଚ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ଓଭରରେ ତା’ର ସମସ୍ତ ୱିକେଟ ହରାଇ ୧୫୬ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସଞ୍ଜୀବ ସାହୁ ୩୫ରନ୍ ଏବଂ ବିକାଶ ପରିଡା ୨୩ରନ୍ ସଂଗ୍ରହ କରିଥିଲେ । ଖରାଖାଇ କ୍ଲବ ପକ୍ଷରୁ ବିଶ୍ୱଜିତ ଜେନା ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଦ୍ୱୀତିୟାର୍ଦ୍ଧରେ ମା’ଖରାଖାଇ କ୍ଲବ ୧୫୭ରନକୁ ଲକ୍ଷ୍ୟ ରଖି ସମସ୍ତ ୱିକେଟ ହରାଇ ୧୫୨ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶକ୍ତି ଦାସ ସର୍ବାଧିକ ୫୩ରନ କରିଥିବା ବେଳେ ବାଲାବାବା କ୍ଲବ ପକ୍ଷରୁ ଲିଟୁ ମଲ୍ଲିକ ସର୍ବାଧିକ ୪ଟି ୱିକେଟ ହାସଲ କରି ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ମା’ଶଙ୍କଟ ତାରିଣୀ ଡିଉଜବଲ୍ ଟୁର୍ଣ୍ଣାମେଣ୍ଟ ଅରଡପଲ୍ଲୀରେ ପକ୍ଷରୁ ଅନୁଷ୍ଠିତ ଏହି କ୍ରୀକେଟ ମ୍ୟାଚର ଫାଇନାଲ ଖେଳିବାକୁ ବାଲାବାବା କ୍ଲବ ଯୋଗ୍ୟ ବିବେଚିତ ହୋଇଛି ।


Discover more from

Subscribe now to keep reading and get access to the full archive.

Continue reading