ଲୋକନାଥପୁର ସ୍କୁଲ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାରୁ ବିଶାଳ ସମ୍ବର୍ଦ୍ଧନା



କେନ୍ଦ୍ରାପଡ଼ା, ୫ା୨: କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ବ୍ଲକର ମିଳନସ୍ଥଳ ଓ ଗୋବରୀ ନଦୀ କୂଳସ୍ଥ ମା’ ଛୁଆଳିଆ ପର୍ଯ୍ୟଟନସ୍ଥଳୀ ସନ୍ନିକଟରେ ଅବସ୍ଥିତ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ୭ବର୍ଷ ତଳେ ଅବହେଳିତ ହୋଇ ପଡି ରହିଥିବା ଏହି ବିଦ୍ୟାଳୟରେ ମାତ୍ର ୯୦ଜଣ ପିଲା ପଢୁଥିବାବେଳେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସ ୨୦୧୭ମସିହାରେ ଯୋଗ ଦେବାପରେ ସରକାରୀ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ମୁହଁ ଫେରାଉଥିବାବେଳେ ଏଥିରେ କ୍ରମାଗତ ଭାବେ ପିଲା ସଂଖ୍ୟା ବୃଦ୍ଧି ହୋଇ ୨୧୮ଜଣ ଛାତ୍ରଛାତ୍ରୀ ବର୍ତ୍ତମାନ ଅଧ୍ୟୟନ କରୁଛନ୍ତି । ଖାଲି ନୁହେଁ ବିଜ୍ଞାନ ମେଳା, ଶିଶୁ ବିଜ୍ଞାନ କଂଗ୍ରେସ, ସୁରଭି, ପଠାଣି ସାମନ୍ତ, ମେଧାବୃତ୍ତି, ଯୋଗ ଇତ୍ୟାଦି ପ୍ରତିଯୋଗିତାରେ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ କୃତକାର୍ଯ୍ୟ ହୋଇ ପୁରସ୍କୃତ ହୋଇ ଆସୁଛନ୍ତି । ଏଥିସହିତ ୪ଟି ବଡ ଗୃହ, ୮ଟି ପାଇଖାନା, ସୁନ୍ଦର ବଗିଚା, ଏଫ୍‌ଏଲ୍‌ଏମ୍ ଗୃହ ଓ ବିଶାଳ ଗ୍ରାମ ପାଠସଭା କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମାଙ୍କ ଦ୍ୱାରା ଉଦ୍‌ଯାପିତ ଇତ୍ୟାଦି କାର୍ଯ୍ୟ ଧାରାବାହିକ କରି ଜିଲ୍ଲାରେ ଚହଳ ସୃଷ୍ଟି କରିଥିବାରୁ ଆଜି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଛି ବୋଲି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରାକ୍ତନ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ଓ ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋତିର୍ମୟୀ ବେହେରା ମତବ୍ୟକ୍ତ କରିଥିଲେ । ସିଦ୍ଧ ପରମହଂସ ନୋଡାଲ ୟୁପି ସ୍କୁଲ କ୍ଲଷ୍ଟରର ସିଆର୍‌ସିସି ରଞ୍ଜନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁହ୍‌ଠିତ ସମ୍ବର୍ଦ୍ଧନା ଉତ୍ସବରେ ଗଙ୍ଗାରାମପୁର ପଞ୍ଚାୟତର ନାଏବ ସରପଞ୍ଚ ସଞ୍ଜୟ କୁମାର ନାୟକ, ଏସ୍‌ଏମ୍‌ସି ର ଅଧ୍ୟକ୍ଷ ସ୍ୱରୂପ ଜେନା, ବରିଷ୍ଠ ସଭ୍ୟ ଦିଲ୍ଲୀପ ଜେନା, ପ୍ରକାଶ ଜେନା, ବିଶିଷ୍ଟ ଶିକ୍ଷୟତ୍ରୀ ନେତ୍ରମଣୀ ଖଟୁଆ, ଦୀପ୍ତିରେଖା ବେହେରା, ସସ୍ମିତା ଦଳାଇ, ସ୍ନେହଲତା ଦାସ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଗୌରବୋଜ୍ଜ୍ୱଳ ପ୍ରଗତି ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ସ୍ନିଗ୍ଧା ସୁଚରିତା ସାହୁ ଧନ୍ୟାବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading