କେନ୍ଦ୍ରାପଡ଼ା, ୬ା୨: “ମା’ ଶାରଳା ଏଜୁକେସ୍ନାଲ ଟ୍ରଷ୍ଟ” ଆନୁକୂଲ୍ୟରେ ଲକ୍ଷ୍ୟ ବିଜ୍ଞାନ ଆବାସିକ ଶିକ୍ଷାନୁଷ୍ଠାନ ପରିସରରେ ବାର୍ଷିକ ଉତ୍ସବ ପାଳନ କରାଯିବା ସହିତ ମା’ ଶାରଳାଙ୍କ ବାର୍ଷିକ ପୂଜା ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ଏସ୍ଡିପିଓ ଦେବେନ୍ଦ୍ର ମଲ୍ଲିକ, ବିଶିଷ୍ଟ ଅତିଥି ଭାବରେ ସମାଜସେବୀ ରାଜେଶ ପଣ୍ଡା ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ଆଶ୍ରୀବଚନ ପ୍ରଦାନ କରିଥିଲେ । ଟ୍ରଷ୍ଟର ସମ୍ପାଦକ ରଞ୍ଜନ କୁମାର ପଲାଇ ଉଭୟ ଅତିଥିଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ, ବିଶ୍ୱଜିତ୍ ପ୍ରଧାନ, ଅର୍ଚ୍ଚିତା ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସାହିତ୍ୟିକ ଈଶ୍ୱର ଚନ୍ଦ୍ର ପୃଷ୍ଟି ସଭା ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଭକ୍ତି ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ରାଜେଶ ପଣ୍ଡା ପରିଚାଳନା କରିଥିଲେ । ଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଏବଂ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅତିଥିମାନଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ ଦିଆଯାଇଥିଲା । ରାଜକିଶୋର ଖୁଣ୍ଟିଆ, ଦେବାଶିଷ ଦାସ, ଅରବିନ୍ଦ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।