ଓଡିଶାରୁ ଲୋକସଭାରେ ୨ ବିଧାନସଭାରେ ୭ ଆସନ ଦାବିକଲା ସଂଖ୍ୟାଲଘୁ


କେନ୍ଦ୍ରାପଡା ୭ା୨- ଓଡିଶା ରାଜ୍ୟର ମୁସଲିମମାନଙ୍କ ସଂଖ୍ୟା ଅନୁପାତରେ ବିଧାନସଭା ନିମନ୍ତେ ୭ଟି ଆସନ ଏବଂ ଲୋକସଭା ପାଇଁ ୨ଟି ଆସନ ଓଡିଶାରେ ସଂରକ୍ଷିତ ରଖିବାକୁ ରାଜ୍ୟ ମୁସଲିମ ସଂଘ (ଆରଏମଏସ) କେନ୍ଦ୍ରାପଡାରେ ଅନୁଷ୍ଠିତ ସମାବେଶରେ ଦାବିକୁ ଯୋରଦାର କରିଛନ୍ତି । କେନ୍ଦ୍ରାପଡା ସହର ନିକଟସ୍ଥ ହୋଟେଲ ରୟାଲ ଗାର୍ଡେନ ଠାରେ ସେକ ଲିୟାକତ ଅଲିଙ୍କ ସଭାପତିତ୍ୱରେ ଆରଏମଏସର ଜିଲ୍ଲା ସ୍ତରୀୟ ସମାବେଶ ଆୟୋଜନ କରାଯାଇ “ଆମ ଅଧିକାର ଆମକୁ ଦରକାର”ର ଦାବି ହୋଇଥିଲା । ଏହି ସମାବେଶରେ ସମାଜସେବୀ ପ୍ରଫେସର ଡା. ସମୀ ସଲିମ ମୁଖ୍ୟ ଅତିଥି, ସମ୍ମାନିୟ ଅତିଥି ଭାବରେ ଜିଲ୍ଲା ଇଦ ମିଲାଉନ ନବି କମିଟିର ସଭାପତି ସୟଦ ନୁରରୁଦ୍ଦିନ, ସମ୍ପାଦକ ସେକ ତାଜମୁକ ହୋସେନ, ସଂଘର ସମ୍ପାଦକ ସହିଦୁର ରେହେମାନ,ଯୁବ ସମାଜ ସେବୀ କଲିମ ଖାନ,ଅଖିଳ ଭାରତୀୟ ଏସଟି, ଓବିସି ଓ ସଂଖ୍ୟାଲଘୁ ବିକାଶ ପରିଷଦ ରାଜ୍ୟ ମହାସଚିବ ମହମ୍ମଦ ଆମିର ଯୋଗଦେଇ କହିଥିଲେ ଯେ ରାଜ୍ୟ ସରକାରଙ୍କ ସଂଖ୍ୟାଲଘୁଙ୍କ ପ୍ରତି ଅଣଦେଖା କରୁଛନ୍ତି । ସଂଖ୍ୟାଲଘୁ କମିଶନର ଗଠନ ନ କରିବା, ରାଜ୍ୟରେ ମୁସଲିମ ସଂରକ୍ଷଣ, ରାଜ୍ୟ ରାଜନୀତିରେ ସଂଖ୍ୟାଲଘୁଙ୍କ ଭାଗିଦାରି ରହୁନାହିଁ । ଭାରତ ସରକାରଙ୍କ ଜଣଗଣନା ଆନୁଯାୟୀ ରାଜ୍ୟରେ ୪.୨୦ ପ୍ରତିଶତ ତଥା ୨୦ ଲକ୍ଷ୍ୟରୁ ଅଧିକ ସଂଖ୍ୟାଲଘୁ ଅଛନ୍ତି । ଏମାନଙ୍କ ପ୍ରତିନିଧିତ୍ୱ କରିବା ପାଇଁ ବିଧାନସଭା ଓ ଲୋକସଭାରେ ଆନୁପାତିକ ହିସାବରେ ପ୍ରତିନିଧି ନାହାନ୍ତି । ବିଧାନ ସଭାରେ ଦୁଇଜଣ ଓ ଲୋକସଭାରେ ଜଣେ ପ୍ରତିନିଧି ଅଛନ୍ତି । ଯାହାଫଳରେ ସଂଖ୍ୟାଲଘୁମାନଙ୍କ କୋଣସି ମୌଳିକ ସମସ୍ୟାରେ ସମାଧାନ ହୋଇପାରୁନାହିଁ ବୋଲି ଶ୍ରୀ ସଲିମ ଦର୍ଶାଇଥିଲେ । ସଂଖ୍ୟାଲଘୁଙ୍କ ହକ ପାଇଁ ରାଜ୍ୟରେ ୭ ଗୋଟି ବିଧାୟକ ଓ ୨ ଗୋଟି ସଂସଦଙ୍କ ପାଇଁ ସ୍ଥାନ ସଂରକ୍ଷଣ ରଖିବାକୁ ଦୃଢ଼ ଦାବି କରିଥିଲେ । ଆସନ୍ତା ୨୦୨୪ ନିର୍ବାଚନରେ ଆମ ଦାବି ପୂରଣ ହେଲେ ସଂଖ୍ୟାଲଘୁଙ୍କ ସମସ୍ୟା ସୁଚାରରୂପେ ସମାଧାନ ହୋଇପାରିବ ବୋଲି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ରାପଡା ପୌର ସଭ୍ୟ ଯୁବ ନେତା ସେକ ଅସଲାମଙ୍କ ନେତୃତ୍ୱରେ ଯୁବ ଶିକ୍ଷାବିତ ମନସୁର ଅଖତାର, ମହମ୍ମଦ ନିୟାଜ, ମତ୍ଲୁବ ନୁରାନି ଖାନ, ଛାତ୍ର ନେତା ଆକ୍ରାମ ଖାନ,ସେକ ଲିୟାକୁଦ୍ଦିନ,ଆସିଫ ଖାନ, ସେକ ସଦ୍ଦାମ, ସେକ ଚାନ୍ଦ,ସେକ ଅନିଶୁଦ୍ଦିନ,ସେକ ମନୱାର, ସେକ କକୟୁମ, ରାଶିତ ଇକବଲ ଖାନ, ତହସିମ ଖାନ, ସଲିମ ଖାନ, ସେକ ମଦନି, ସେକ ହାପିଯୁଦ୍ଦିନ, ସେକ ଆଫତାଫ, ସେକ ଫରୁକ, ସେକ ସବିରୁଦ୍ଦିନ, ଗୟାସୁଦ୍ଦିନ ଖାନ, ମିର୍ଜା ଜୋବେର ବେଗ, ଗୋଲାମ ହୋସେନ, ସେକ ଫାରକ, ସେକ କଲାମ, ସେକ ଆମିନ, ଅୱେଶ ଖାନ, ସରଫାତ ଖାନ, ସେକ ସାହିଦ, ସେକ ଲିୟାକତ ସେକ ଚନ୍ଦା,ସେକ ସୋନା, ସେକ ଚାନ୍ଦ, ସେକ ହସିମ, ଚୁନୁ ଖାନ, ସେକ ମାହେବୁବ ସମେତ ଏକ ହଜାରରୁ ଅଧିକ ସଂଖ୍ୟାଲଘୁ ଯୋଗଦେଇଥିଲେ ।

 

 


Next Post

ସରପଞ୍ଚକୁ ଗିରଫ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଭେଟିଲେ ସରପଞ୍ଚ ମହାସଂଘ

Wed Feb 7 , 2024
କେନ୍ଦ୍ରାପଡ଼ା, ୭ା୨: କେନ୍ଦ୍ରାପଡା ଜିଲ୍ଲା ସରପଞ୍ଚ ମହାସଂଘର ସଭାପତି ଚମେଲି ଓଝାଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ସରପଞ୍ଚ ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ଗ୍ରାମପଞ୍ଚାୟତ ସରପଞ୍ଚ ଜ୍ଞାନରଞ୍ଜନ ଖଣ୍ଡାଇଙ୍କୁ ବେଆଇନ ଭାବେ ଗିରଫ ପ୍ରତିବାଦରେ କେନ୍ଦ୍ରପଡା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ରାସନ୍ କାର୍ଡ ହିତାଧିକାରୀଙ୍କ କାର୍ଡ କରାଇବା ପାଇଁ ଦୁଇବର୍ଷ ଧରି ପଟ୍ଟାମୁଣ୍ଡାଇ ବ୍ଲକକୁ ସରପଞ୍ଚ ଶ୍ରୀ ଖଣ୍ଡାଇ ବାରମ୍ବାର ଯାଇଥିଲେ ମଧ୍ୟ […]

KANIKA