ପ୍ରଥମ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ


କେନ୍ଦ୍ରାପଡ଼ା,୭ା୨ : କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତ ରାଜୀବ ଗାନ୍ଧୀ ଭବନ ପରିସରରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ପଂଚାୟତର ସରପଞ୍ଚ କଳ୍ପନା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ କେଶବ ସେଠୀ, ସମ୍ମାନିତ ଅତିଥି ଭାବେ ବ୍ୟଙ୍ଗକବି ଶ୍ରୀଧର କୁମାର ମହାନ୍ତି ଓ କବି ତଥା ରାମଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶାରଦା ପ୍ରସାଦ ରାଉତ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷାର ସ୍ୱର୍ଣ୍ଣିମ ଇତିହାସ କିପରି ଆଧୁନିକ ସଭ୍ୟତାରେ ତାହାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖି ଓଡ଼ିଆ ଭାଷାର ଅସ୍ମିତା ଓ ସ୍ୱାଭିମାନ ବଞ୍ଚିରହିବ ସେ ବିଷୟରେ ପଂଚାୟତର ଜନସାଧାରଣଙ୍କୁ ସଚେତନ କରାଇବା ଉଦେଶ୍ୟରେ ଆଲୋକ ପାତ କରିଥିଲେ । ଏହି ସଭାରେ ପଞ୍ଚାୟତର ସମସ୍ତ ୱ୍‌ାର୍ଡ ସଭ୍ୟ ଓ ସଭ୍ୟାଙ୍କ ସହିତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ । କବି ରାଜେନ୍ଦ୍ର ମହାପାତ୍ର ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଗାୟତ୍ରୀ ପରିବାରର ଜିଲ୍ଲା ସମୋନୟ ବୈଠକ

Thu Feb 8 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଳତଳ ଗୁଲନଗର ଗାୟତ୍ରୀ ପୀଠରେ ଜିଲ୍ଲାସ୍ତରୀୟ ସମନ୍ଵୟ ଓ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି | ସର୍ବପ୍ରଥମେ ଧ୍ଵଜା ଉତ୍ତୋଳନ ଓ ବେଦ ଗାୟତ୍ରୀ ମନ୍ତ୍ର ପଠ ପରେ ବୈଠକ ଅନୁଷ୍ଠିତ ହୋଇଥିଲା । ଜୋନ ପ୍ରଭାରୀ ବଲରାମ ସାହୁ ଗୌତମ, ସହ ପ୍ରଭାରୀ କୃପାସିନ୍ଧୁ ଷଡଙ୍ଗୀ ଶାନ୍ତିକୁଞ୍ଜ ପ୍ରତିନିଧି ଭାବେ ଯୋଗ ଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ […]

KANIKA