ନଦୀ କୂଳରେ ରୁଣ୍ଡ ହୋଇଛନ୍ତି ଲୋକେକେନ୍ଦ୍ରାପଡା ଜିଲା ଆଳି ଥାନା ଅଧୀନ ପତ୍ରପୁର ବ୍ରାହ୍ମଣୀ ନଦୀକୁ ବୁଧବାର ମଧ୍ୟାହ୍ନରେ ଜଣେ ଅଜଣା ଯୁବକ ଡେଇଁ ପଡ଼ି ନିଖୋଜ ଅଛନ୍ତି। ନଦୀରେ ମଚ୍ଛମାରୁଥିବା ୨ ଜଣ ଯୁବକ ଡାକ ପକାଇଥିଲେ। ସେଠାରେ ଲୋକେରୁଣ୍ଡ ହୋଇ ପ୍ରଥମେ ଏକ ଦେଶୀ ଡଙ୍ଗାରେ ଓ ପରେ ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ବୋଟ୍ ସାହାଯ୍ୟରେ ଖୋଜାଖୋଜି ଜାରି ରଖିଛନ୍ତି। ଅପରାହ୍ନ ସୁଦ୍ଧା ନିଖୋଜ ଯୁବକକୁ ଠାବ କରାଯାଇପାରି ନ ଥିବା ଜଣାପଡ଼ିଛି।
Wed Feb 7 , 2024
କେନ୍ଦ୍ରାପଡ଼ା, ୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତ ହଳଦିଢିଅଠାରୁ କାଙ୍କଦିଆ କେନାଲ ରାସ୍ତା ପାଶ୍ୱରେ ଆଲୋକି କରଣ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରିଣୀ ବନ୍ଦନା ଖଟୁଆ ଉଦଘାଟନ କରିଥିଲେ । କଂସାର ପଞ୍ଚାୟତର ସରପଞ୍ଚ ସରୋଜିନୀ ନାୟକ ଜିଲ୍ଲାପରିଷଦ ସଭ୍ୟ ରଶ୍ମିରଞନ ରାଉତ, ସମିତି ସଭ୍ୟ ସରୋଜ ରଞନ ଜେନା, ୱାଡ ସଭ୍ୟ ଗଜେନ୍ଦ୍ର ପରିଡା, ନିତ୍ୟାନନ୍ଦ ମହାନ୍ତି, ପଦନ ବେହେରା ଓ […]