ଚିତ୍ରାତ୍ପଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ-ଓ ନବୀନ ଓଡିଶା ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଉଦଯାପିତ



କେନ୍ଦ୍ରାପଡ଼ା,୮ା୨ : ଓଡିଆ ଭାଷାକୁ ବିଶ୍ୱ ସ୍ତରରେ ଅଧିକ ବ୍ୟାପକ ପରିଚୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପ୍ରଚେଷ୍ଟାରେ ସମଗ୍ର ଓଡିଶା ରାଜ୍ୟରେ ଓଡିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ‘ନୂଆ-ଓ’ ଓଡିଆ ସାହିତ୍ୟ ପ୍ରତିଯୋଗିତା ଆଖୁଆ – ଓଡଙ୍ଗ ଚିତ୍ରୋତ୍ପଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସେମାନଙ୍କ ଅର୍ନ୍ତନିହିତ ପ୍ରତିଭାକୁ ବିକଶିତ କରିବାର ସୁଯୋଗ ପାଉଛନ୍ତି । ଏହି ପ୍ରତିଯୋଗିତା ମାଧ୍ୟମରେ ସାହିତ୍ୟର ବିଭିନ୍ନ କାର୍ଯ୍ୟକ୍ରମ ଯଥା କବିତା ଲିଖନ, ହସ୍ତାକ୍ଷର ଲିଖନ, କବିତା ଆବୃତ୍ତି, ପ୍ରବନ୍ଧ, କ୍ଷୁଦ୍ର ଗଳ୍ପ, ତର୍କ, ସାଧାରଣ ଜ୍ଞାନ, ନାଟକ, ଝୋଟି, ଚିତ୍ରାଙ୍କନ, ନୃତ୍ୟ, ଗୀତ ପ୍ରଭୃତି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଭାଗନେଇ ବେଶ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଏବଂ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ଯଥାକ୍ରମେ ପ୍ରଫେସର ନନ୍ଦ କିଶୋର ପରିଡା, ମୈାସୁମୀ ସାହିତ୍ୟ ପତ୍ରିକାର ସମ୍ପାଦକ ଡକ୍ଟର ଶ୍ରୀଧର ସାମଲ ଯୋଗଦେଇଥିଲେ । ଚିତ୍ରୋତ୍ପଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଏବଂ ନୂଆ- ଓ ଏବଂ ଓଡିଆ ଭାଷା ସାହିତ୍ୟର ନୋଡାଲ ଅଧିକାରୀ ତଥା ସାହିତ୍ୟ ବିଭାଗ ଅଧ୍ୟାପକ ରତ୍ନାକର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଉଦଯାପନୀ ଉତ୍ସବ ସମ୍ପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ଚିତ୍ରୋତ୍ପଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।


Next Post

ପଟ୍ଟାମୁଣ୍ଡାଇରେ ଏଡିଜେ କୋର୍ଟ ଖୋଲିବା ପାଇଁ ଆଇନମନ୍ତ୍ରୀ ଓ ବିଧାୟକଙ୍କୁ ଭେଟିଲା ଓକିଲସଂଘ

Thu Feb 8 , 2024
କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ତଥା ଓଡ଼ିଶାର ପ୍ରସିଦ୍ଧ ବାଣିଜ୍ୟକ ପେଣ୍ଠ ପଟ୍ଟାମୁଣ୍ଡାଇ ଠାରେ ଏଡିଜେ କୋର୍ଟ ଖୋଲିବା ପାଇଁ ଅଂଚଳବାସୀଙ୍କ ଦାବୀକୁ ଗୁରୁତର ସହ ଗ୍ରହଣ କରି ରାଜନଗର ବିଧାୟକ ଧ୍ରୁବ ସାହୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦୃଷ୍ଟି ଆକର୍ଷଣ କରି ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ପଟ୍ଟାମୁଣ୍ଡାଇରେ ଏଡିଜେ କୋର୍ଟ ଖୋଲିବା ପାଇଁ ସରକାର […]

KANIKA