ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ଜାତୀୟକୃମି ନାଶକ ଦିବସ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପକ୍ଷରୁ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା ନିରାକାର ପରିଡା ଉତମ ସ୍ୱାସ୍ଥ୍ୟ ରକ୍ଷା ପାଇଁ କୃମିକୁ ସମୂଳେ ବିନାଶ କରିବା ଉପରେ ଗୁରୁତ୍ୱଆରୋପ କରିବା ସହିତ ପିଲାମାନେ କିପରି କୃମି ନାଶକ ଔଷଧ ସେବନ କରି ନିଜର ସ୍ୱାସ୍ଥ୍ୟ ରକ୍ଷା କରିବା ସହିତ କୃମିମାନଙ୍କୁ ସମୂଳେ ବିନାଶ କରିପାରିବେ ତାହା ଉପରେ ବୁଝଇଥିଲେ । ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରର ବି ପି ଏମ ପ୍ରଶାନ୍ତ କୁମାର ଜେନା, ପି ଏଚ ଇ ଓ ନୃସିଂହ ଚରଣ ଦାସ, ସ୍ନେହଲତା ମହାନ୍ତି, ଚିତରଞ୍ଜନ ଚାନ୍ଦ ଓ ସଞ୍ଜୟ କୁମାର ଦାସ ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ ରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ସହିତ ବାଳିକା ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରୀମାନଙ୍କୁ କୃମିନାଶକ ଔଷଧ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।


Next Post

ମଣିଷ ଓ କୁମ୍ଭୀର ସୁରକ୍ଷିତ ସହାବସ୍ଥାନ ନେଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

Sat Feb 10 , 2024
ସମ୍ପ୍ରତି କୁମ୍ଭୀର ଓ ମଣିଷ ମଧ୍ୟରେ ଲଢେଇ ଆରମ୍ଭ ହୋଇଛି । ଯାହାକି ପ୍ରକୃତି ଓ ପରିବେଶ ଉପରେ କୁପ୍ରଭାବ ପକାଇଛି । ପ୍ରାକୃତିକ ଜୈବ ବିବିଧତା ଆହ୍ୱାନର ସମ୍ମୁଖୀନ ହୋଇଛି । କୁମ୍ଭୀର ଆକ୍ରମଣରେ ବହୁ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ କୁମ୍ଭୀରମାନଙ୍କ ସୁରକ୍ଷା ବିପନ୍ନ ହୋଇଛି । ପ୍ରକୃତି ଓ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଉଭୟ ମଣିଷ ଓ କୁମ୍ଭୀରଙ୍କ ସୁରକ୍ଷିତ ସହାବସ୍ଥାନ ଜରୁରୀ […]

You May Like