ପଟ୍ଟାମୁଣ୍ଡାଇ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡା  ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅନ୍ୟତମ ଗଣପର୍ବ ତଥା ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଶ୍ୱଶାନ୍ତି ମହାଯଜ୍ଞକୁ ବିପୁଳ ଆନନ୍ଦ ଓ ଭକ୍ତିପୂର୍ଣ୍ଣ ଭାବେ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପରାମର୍ଶକ୍ରମେ ବଣିକ ସଂଘ ଓ ସରକାରୀ ପଦାଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ବଣିକ ସଂଘ ସଭାପତି ଗୋପୀନାଥ କରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି, ଥାନା ସବଇନିସ୍ପେକ୍ଟର ଶ୍ରୀଧର ମହାଳିକ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ପାଢ଼ୀ,ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଦାମ ସାହୁ,କାଉନ ସିଲର ବିଦ୍ୟାଧର ସେଠୀ,ଅଗ୍ନିଶମ ବିଭାଗର ସନ୍ତୋଷ ନାଥ, ସ୍ୱାସ୍ଥ୍ୟ ବିଭାଗର ନୃସିଂହ ଦାସ ଓ ସ୍ନେହଲତା ମହାନ୍ତି, ରାଜସ୍ୱ ବିଭାଗ ନିରୀକ୍ଷକ ବିଶ୍ୱ ବିହାରୀ ପରିଡା, ବଣିକ ସଂଘ ଉପସଭାପତି ମୋହନ ଦାସ (ନମି ), ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହସମ୍ପାଦକ ସରୋଜ ପାଢ଼ୀ, କୋଷାଧକ୍ଷ ପର୍ଶୁରାମ ଷଣ୍ଢ, ଉପଦେଷ୍ଟା କିରଣ ଭୂୟାଁ, ସୁଦର୍ଶନ ଦାସ, ଅଚ୍ୟୁତ ଜେନା, ହରିହର ସାହୁ,କିଶୋର ଜେନା(ବାଇନ ), ସମ୍ବିତ ଦାସ, ଅଜୟ ପାଢ଼ୀ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ପ୍ରଶାସନ ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ ସଫଳ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦିଆଯାଇଥିଲା । ଏହି ବିଶ୍ୱ ଶାନ୍ତି ମହାଯଜ୍ଞ ଆସନ୍ତା ୧୬ ତାରିଖରେ ଆରମ୍ଭ ହୋଇ ୨୫ ତାରିଖରେ ପୂର୍ଣ୍ଣାହୁତି ଦିଆଯିବାର କାର୍ଯ୍ୟକ୍ରମ ରହିଛି ।


Discover more from

Subscribe now to keep reading and get access to the full archive.

Continue reading