ବଡ଼ମୂଳବସନ୍ତ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ


ଏକ ବିକଶିତ ସମୃଦ୍ଧ ନୂତନ ଓଡିଶା ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବିଭିନ୍ନ ମହାବିଦ୍ୟାଳୟରେ ଆୟୋଜନ ପରେ ଗ୍ରାମାଞ୍ଚଳର ବିଭିନ୍ନ ପଂଚାୟତ ଓ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଆରମ୍ଭ ହୋଇଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକର ବଡ଼ମୂଳବସନ୍ତ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା ନବୀନ ଓଡିଶା ଯୋଜନାରେ ବଡ଼ମୂଳବସନ୍ତ ପଂଚାୟତ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ୫୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି । ଏହି ଅନୁଦାନରେ ଯୁବବିକାଶ କେନ୍ଦ୍ର, ମିଶନଶକ୍ତି ଗୃହ ନିର୍ମାଣ, ଦେବାଦେବୀ ମନ୍ଦିର ଉନ୍ନତିକରଣ, ଗୋଷ୍ଠୀ କେନ୍ଦ୍ର ନିର୍ମାଣ, ସ୍କୁଲ ଗୃହ ଉନ୍ନତିକରଣ ଆଦି ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି । ବଡ଼ମୂଳବସନ୍ତ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହିତ ରାଜ୍ୟରେ ପଂଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ସରକାରୀ ଯୋଜନାର ବାର୍ତା ଘରେ ଘରେ ପହଞ୍ଚାଇବା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା  । ବଡ଼ମୂଳବସନ୍ତ ପଂଚାୟତ ସରପଞ୍ଚ ସନ୍ତୋଷ ସେଠୀଙ୍କ ପୌରହିତ୍ୟ ଓ  ଗୀତିକବି ସୁଶାନ୍ତ ପାଣିଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳ ବିକାଶ ପାଇଁ ଆମ ଓଡିଶା ନବୀନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବାରୁ ଏହି ଯୋଜନାରେ ମଂଜୁର ଅର୍ଥ ବିନିଯୋଗ କରି ପଂଚାୟତକୁ ଏକ ସମୃଦ୍ଧ ସଶକ୍ତ ଓ ବିକଶିତ ପଂଚାୟତରେ ପରିଣତ କରିବା ସହିତ ନବୀନ ସରକାରଙ୍କ ସଫଳତାର ବାର୍ତା ଘରେ ଘରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।ଏହି ସଭାରେ ବିଡ଼ିଓ ଶୁଭ୍ରାଂଶୁ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହିତ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ବଡ଼ମୂଳବସନ୍ତ ପଂଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେI ଏହି ସଭାରେ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ,ସମିତିସଭ୍ୟା ସ୍ମୃତିମୟୀ ମଲିକ ,ସହକାରୀ ଉଦ୍ୟାନ ଅଧିକାରୀ ସୌମ୍ୟରଞ୍ଜନ ସେଠୀ,ସମାଜସେବୀ କିଶୋର ସ୍ୱାଇଁ କନିଷ୍ଠ ଯନ୍ତ୍ରୀ ସିଂଗ୍ଧାରାଣୀ ସାହୁ, ସମାଜସେବୀ ସଂଗ୍ରାମ ସ୍ୱାଇଁ , ପି ଇ ଓ ସୁରେନ୍ଦ୍ର ଦାସ ,ଜି ଆର ଏସ ରାଜଶ୍ରୀ ମଲିକ , ବ୍ଲକ ସାମାଜିକ ସମୀକ୍ଷକ ନଳିନୀକାନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଆମ ଓଡିଶା ନବୀନ ଓଡିଶା ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯକାରୀ ହୋଇଥିବା ପ୍ରକଳ୍ପ ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲା । ଗୋପାଳ ଦାସ ସ୍ମାରକୀ ସାଂସ୍କୃତିକ ସଂଗଠନ ଗଡ଼ମେକର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସରକାରୀ ଯୋଜନା ସମ୍ପର୍କ ଜନସଚେତନତା ସୃଷ୍ଟି କରିଥିଲେ । ଶେଷରେ ସୁଶାନ୍ତ ପାଣି ଧନ୍ୟବାଦ ଦେଇଥିଲେ ।  ଏହି କାର୍ଯ୍ୟକ୍ରମରେ ବଡ଼ମୂଳବସନ୍ତ ପଂଚାୟତର ବହୁ ସଂଖ୍ୟକ ମହିଳା ପୁରୁଷ ଓ ଯୁବକ ମାନେ ଯୋଗ ଦେଇଥିଲେ ।


Next Post

କେନ୍ଦ୍ରାପଡା ମହାବିଦ୍ୟାଳୟର ୬୬ତମ ସ୍ୱନକ୍ଷତ୍ର ଦିବସ

Mon Feb 12 , 2024
କେନ୍ଦ୍ରାପଡ଼ା,୧୨ା୨: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୬ତମ ସ୍ୱନକ୍ଷତ୍ର ଦିବସ ଏବଂ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ ସମାରୋହ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଲୟ ର ଅଧ୍ୟକ୍ଷ ଅଧ୍ୟାପକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଇଂରାଜୀ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ. ବ୍ରଜ ମୋହନ ମିଶ୍ର ଯୋଗଦେଇ ମହାବିଦ୍ୟାଳୟକୁ ନିଜର ମା’ ଭାବିବାକୁ ପରାମର୍ଶ ଦେଇଥରଲେ । ଏଥିସହିତ ପିଲାମାନଙ୍କୁ […]

KANIKA