
କେନ୍ଦ୍ରାପଡ଼ା, ୧୫ା୨: କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟିର ନୂତନ ଜିଲ୍ଲା ସଭାପତି ଭାବେ ଲୋକନାଥ ମହାରଥୀ ନିଯୁକ୍ତ ହେବାପରେ ଆଜି ସେ ପ୍ରଥମେ ସକାଳ ୧୦ଘଟିକା ସମୟରେ ବଳଦେବଜୀଉ ମନ୍ଦିରରେ ପହଞ୍ôଚ ବଳଦେବଜୀଉ ମହାପ୍ରଭୁୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ପରେପରେ ସେ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହ ଭେଟି ଦଳର ସଂଗଠନକୁ ମଜବୁତ କରିବା ନେଇ ଆଲୋଚନା କରିଥିଲେ । ବରିଷ୍ଠ ନେତା ଗଣେଶ୍ୱର ବେହେରା, ଦେବେନ୍ଦ୍ର ଶର୍ମା, ଚିନ୍ମୟ ପ୍ରସାଦ ବେଉରା, ପ୍ରଫୁଲ୍ଲ ଦାସ, ରତିକାନ୍ତ କାନୁନଗୋଙ୍କ ସହିତ ସାକ୍ଷାତ କରି ଦଳର ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ମହିଳା କଂଗ୍ରେସର ଶୁଭେଚ୍ଛୁ ବନ୍ଧୁମାନଙ୍କୁ ସାକ୍ଷାତ କରିଥିଲେ । ଆଜିର ବଳଦେବଜୀଉ ମନ୍ଦିର ଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ରତିକାନ୍ତ ସାମଲ, ହିମାଂଶୁ ବେହେରା, ଆଶିଷ ମେକାପ, ସମ୍ରାଟ କେଶରୀ ଜେନା, ଚିନ୍ମୟ ପ୍ରସାଦ ବେଉରା, ପ୍ରଫୁଲ୍ଲ ଦାସ, ବିଦୁଭୂଷଣ ମହାପାତ୍ର, ସର୍ବେଶ୍ୱର ବେହେରା, ଦୟାନିଧି ବେହେରା, ଦେବାଶିଷ ପଣ୍ଡା, ଚୌଧୁରୀ ସ୍ନେହଲତା ରାୟ ପ୍ରମୁଖ ସାମିଲ ହୋଇଥିଲେ ।











