ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ ଶନିଶ୍ଚର ମହାଗ୍ରହଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବହୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ଶନିଶ୍ଚର ମହାଗ୍ରହଙ୍କ ନୂତନ ବିଗ୍ରହ ପୂଜାର୍ଚନା ଯଥାଵିଧି ସମ୍ପନ୍ନ କରାଯାଇଥିଲା । ଏଥି ସହିତ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଵିଧିମତେ କରାଯାଇଥିଲା । ସର୍ବପ୍ରଥମେ ଅଙ୍କୁରାରୋପଣ,କଳସ ଶୋଭାଯାତ୍ରା, ଯଜ୍ଞ କାର୍ଯ୍ୟକ୍ରମ ପରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା ।ଏଇ ଅବସରରେ ସନ୍ଥ ଆଶୀର୍ବାଦ ମହାରାଜ ଓ ଦିବାକର ଦାସମହାରାଜ ଯୋଗ ଦେଇ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ । ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କିଶୋର ତରାଇ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ, ପୂର୍ବତନ ସରପଞ୍ଚ ନୀଳିମା ଧଳ, ପ୍ରମୋଦ ଜେନା, ପ୍ରବୋଧ ଖଣ୍ଡାଇ,ମନୋରଞ୍ଜନ ସ୍ୱାଇଁ ପ୍ରଭାତ ପ୍ରଧାନ, ସୁକାନ୍ତ ଦାସ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ପ୍ରଭୁ ଶନିଶ୍ଚର ମହାଗ୍ରହଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନୀଳକଣ୍ଠପୁର ଗ୍ରାମ ବାସୀ ପରିଚାଳନା କରିଥିଲେ ।